ଲୋପ ପାଇବ କୁଣ୍ଡପାଟଣାର ପିତଳ କାରିଗରୀ

ଧର୍ମଶାଳା,୮ା୬(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅଧୀନ କୁଣ୍ଡପାଟଣା ଗଁାରୁ ଏବେ ପିତଳ କାରିଗରି ଲୋପ ପାଇବାକୁ ବସିଛି। ପିତଳ କାରିଗରି ପାଇଁ ଏହି ଗଁା ରାଜ୍ୟରେ ପ୍ରସିଦ୍ଧିଲାଭ କରିଥିଲା। ଗଁାରେ ପୂର୍ବରୁ ୧୦୬ ପରିବାର ଶାଳ କରି ପିତଳ ସାମଗ୍ରୀ ତିଆରି କରୁଥିଲେ। ଏହି କାମରେ ଗ୍ରାମର ୩୦୦ରୁ ଊର୍ଦ୍ଧ୍ୱ ଲୋକ ନିଯୁକ୍ତି ହୋଇଥିଲେ। ହେଲେ ଆବଶ୍ୟକ କଞ୍ଚାମାଲ ଓ ସରକାରୀ ପ୍ରୋତ୍ସାହନ ଅଭାବ ଯୋଗୁ ଏହି କାମରୁ ଲୋକେ ନିବୃତ ହେଉଥିବା ଗ୍ରାମର କାରିଗର ନବୀନ ସାହୁ, ଶମ୍ଭୁନାଥ ନାୟକ, ଦୀନବନ୍ଧୁ ସାହୁ ଓ ନୃସିଂହ ସାହୁ ପ୍ରମୁଖ କହିଛନ୍ତି। ଏବେ ଗ୍ରାମର ମାତ୍ର ୬ ପରିବାରରେ ଏହି କାମ ସୀମିତ ହୋଇ ରହିଯାଇଛି। ଅନ୍ୟପକ୍ଷରେ ଯୁଗ ବଦଳିବା ସହିତ ମେଶିନ ଦ୍ୱାରା ପିତଳ ସାମଗ୍ରୀ ତିଆରି ହେବା ଫଳରେ ଏହାର ଦର କମ ରହୁଛି। ଏଥିସହିତ ସାମଗ୍ରୀରେ ଫିନିସିଂ ରହୁଥିବାରୁ ଚାହିଦା ବଢୁଛି। ମାତ୍ର କାରିଗରଙ୍କ ଦ୍ୱାରା ହାତ ତିଆରି ସାମଗ୍ରୀର ଚାହିଦା କମିବାରେ ଲାଗିଛି। ଆଗକୁ ଏହି କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ନ ମିଳିଲେ ଦିନ ଆସିବ ଅଞ୍ଚଳରୁ ପିତଳ କାରିଗରି କାମ ସମ୍ପୂର୍ଣ୍ଣ ଲୋପ ପାଇଯିବ। ସମୟ ଥିଲା ରାଜ୍ୟ ଓ ରାଜ୍ୟ ବାହାରକୁ କୁଣ୍ଡପାଟଣା ଗ୍ରାମରୁ ପିତଳର ହାତତିଆରି ଗରା, ମାଣ୍ଡିଆ, ତସଲା ଓ ଥାଳି ଆଦି ସାମଗ୍ରୀ ବିକ୍ରି ପାଇଁ ପଠାଯାଉଥିଲା। ଏବେ ଏହି କାମ କମିବାରେ ଲାଗିଛି, ଯାହାକୁ ନେଇ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି। ସରକାର ହସ୍ତଶିଳ୍ପକୁ ଗୁରୁତ୍ୱ ଦେଉଥିବାନେଇ ଡିଣ୍ଡିମ ପିଟୁଥିବାବେଳେ ଏଠାରେ କୌଣସି ପ୍ରକାର ପ୍ରୋତ୍ସହନ ନ ମିଳିବା ସରକାରଙ୍କ ନୀତି ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ତେଣୁ ସରକାର ତୁରନ୍ତ ଏହି ହାତ ତିଆରି ପିତଳ କାରିଗରଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

ପାଟଣା ରେଞ୍ଜର ସମୀକ୍ଷା କଲେ ଡିଏଫଓ, ବିଦ୍ୟୁତ ପ୍ରହରୀ…

ପାଟଣା,୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କାର୍ଯ୍ୟାଳୟରେ ବୁଧବାର ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଝର ବନଖଣ୍ଡର ଡିଭିଜନାଲ ଫରେଷ୍ଟ…

ଖଣ୍ଡାଦେଉଳି ଅଞ୍ଚଳରେ ଶୋକର ଛାୟା, ୪ ଥର ସରପଞ୍ଚ ହୋଇଥିଲେ କମ୍ରେଡ ଲିଙ୍ଗରାଜ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡାଦେଉଳି ପଂଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ସିପିଏମ ନେତା କମ୍ରେଡ ଲିଙ୍ଗରାଜ ପଲେଇଙ୍କ ଦେହାନ୍ତ ହୋଇଛି ।…

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ମରିବି ପଛେ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri