ଆନନ୍ଦପୁର,୬ା୫(ସ୍ବ.ପ୍ର.): ଆନନ୍ଦପୁର ବନଖଣ୍ଡ ଅଧୀନ ବରାଙ୍ଗ ଜଙ୍ଗଲ ପାର୍ଶ୍ୱ କଡ଼ରାମାଳ ଗାଁ ନିକଟ ପୋଖରୀ କୂଳରୁ ଏକ ଭାଲୁର ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ଭାଲୁର ମୃତଦେହ ଦେଖି ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ସୂଚନା ଦେବାପରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ରେଞ୍ଜ ଅଫିସକୁ ସ୍ଥାନାନ୍ତର କରିଥିଲେ। ମୃତ୍ୟୁର କାରଣ ଜଣା ନ ଥିବାରୁ ଭାଲୁର ମୃତଦେହ ବ୍ୟବଚ୍ଛେଦ କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଡିଏଫ୍ଓ ଅଭୟ କୁମାର ଦଳେଇ ସୂଚନା ଦେଇଛନ୍ତି।