ଯୋବ୍ରା ବ୍ୟାରେଜ୍‌ରେ ଏକ ହାତୀର ମୃତଦେହ ଠାବ

କଟକ ଅଫିସ, ୨୬।୯: କଟକ ଯୋବ୍ରା ବ୍ୟାରେଜରେ ଏକ ହାତୀର ମୃତଦେହ ରବିବାର ଠାବ କରାଯାଇଛି। ବ୍ୟାରେଜର ଗୋଟିଏ ଗେଟ ଦେଇ ପାଣି ଯାଉଥିବା ବେଳେ ସେଠାରେ ହାତୀଟିର ଗୋଡ଼ ଦେଖାଯାଉଛି। ତେବେ ଏହି ହାତୀଟି ଶୁକ୍ରବାର ମୁଣ୍ଡଳି ବ୍ରିଜ୍‌ ନିକଟରେ ଫସି ଥିବା ହାତୀ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ। ବନ ବିଭାଗ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇ ନ ଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ମୃତ ହାତୀଟିକୁ ଉଦ୍ଧାର କରାଯାଇ ନଥିଲା।
ଶୁକ୍ରବାର ମୁଣ୍ଡଳି ବ୍ରିଜ୍‌ ନିକଟରେ ମହାନଦୀରେ ଏକ ଦନ୍ତା ହାତୀ ଦୀର୍ଘ ସମୟ ଧରି ଫସି ରହିଥିଲା। ଏହି ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ ଟିମ୍‌ର ଏକ ବୋଟ୍‌ ଓଲଟି ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଓଡ୍ରାଫ୍‌ ଯବାନ ସୀତାରାମ ମୁର୍ମୁଙ୍କ ସହିତ ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ଘଟିଥିଲା।
ବୋଟ ଦୁର୍ଘଟଣା ପରେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତୀଟି ମୁଣ୍ଡଳି ବ୍ରିଜ୍‌ ନିକଟରେ ନଦୀ ଭିତରେ ଛିଡ଼ା ହୋଇ ରହିଥିଲା। ଲୋକେ ନିଆଁ ଲଗାଇ ତାକୁ ସେଠାରୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଶନିବାର ସକାଳେ ହାତୀଟି ସେଠାରେ ଆଉ ନଥିଲା। ହାତୀଟି ସୁରକ୍ଷିତ ଭାବେ ସେଠାରୁ ଚାଲି ଯାଇଥିଲା କି ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ବୁଡ଼ି ଯାଇଥିଲା, ସେ ନେଇ ବନ ବିଭାଗ ବା ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳି ନ ଥିଲା। ତେବେ ସୋସିଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ହାତୀଟିଏ ନଦୀରେ ଭାସି ଯାଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ତାହା ସେହି ହାତୀର କି ନୁହେଁ ସ୍ପଷ୍ଟ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା ସତ୍ତ୍ୱେ ଛତ୍ରବଜାରରେ ଭିଡ଼: ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି

କଟକ ଅଫିସ,୨୫।୩: କରୋନା (କୋଭିଡ୍‌-୧୯)ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମାତ୍ର କଟକ ଛତ୍ରବଜାରରେ ଏହି କଟକଣାକୁ ଲୋକେ...

ଖଣ୍ଡାଧାରରେ ବୁଡ଼ି ଯୁବକଙ୍କ ଜୀବନ ଗଲା

କେନ୍ଦୁଝର,୭ା୬(ସ୍ବ.ପ୍ର./ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ ଖଣ୍ଡାଧାର ଜଳ ପ୍ରପାତରେ ବୁଡ଼ି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସୌରଭ ମିଶ୍ର।...

ଚିନ୍ତା ବଢ଼ାଇଛି ଚୋରା ବନ୍ଧୁକ

ଢେଙ୍କାନାଳ ଅଫିସ, ୨୩।୬ – ଢେଙ୍କାନାଳ ଜିଲାରେ ସକ୍ରିୟ ହୋଇଉଠିଛନ୍ତି ଅପରାଧୀ ଗୋଷ୍ଠୀ। କଥା କଥାରେ ଫୁଟୁଛି ବୋମା। ହେଉଛି ଗୁଳିମାଡ଼। ଗୋଷ୍ଠୀ ସଂଘର୍ଷରେ ଗଡୁଛି...

ନୂଆଗଡ଼ ବ୍ଲକରେ ଡେଙ୍ଗୁ ଆତଙ୍କ , ଜଣେ ମୃତ, ୩୩ ଆକ୍ରାନ୍ତ

ଆର.ଉଦୟଗିରି,୧୦ା୧୧(ଡି.ଏନ.ଏ.)- ଗଜପତି ଜିଲା ନୂଆଗଡ ବ୍ଲକ ନୂଆଗଡ ଗ୍ରାମ ନଦୀପାଖ ସାହିର ୩୩ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

ଦିଆଯିବ ପଦୋନ୍ନତି: ୧୦୯୨ କର୍ମଚାରୀଙ୍କୁ ମିଳିବ ଏଏସ୍‌ଆଇ ତାଲିମ

କଟକ ଅଫିସ, ୨୭ା୧୨: କନଷ୍ଟେବଳ, ଲାନ୍ସ ନାଏକ, ହାବିଲଦାର ଓ ସିଆଇ ହାବିଲଦାର ପଦବୀରୁ ଏଏସ୍‌ଆଇ ପଦବୀକୁ ପଦୋନ୍ନତି ଦିଆଯିବ। ଏହି ପଦୋନ୍ନତି ନିମନ୍ତେ ଆବଶ୍ୟକ...

ପିଆଜ ଟ୍ରକ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ: ଧରାପଡ଼ିବା ପରେ…

ଆର.ଉଦୟଗିରି,୧।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ପକ୍ଷରୁ ଚଢାଉ କରାଯାଇ ଶନିବାର ଏକ ୧୪ ଚକିଆ ପିଆଜ ବୋଝେଇ ଟ୍ରକ୍‌ରୁ ୧୦ କ୍ୱିଣ୍ଟାଲ ୭୫ କିଲୋ...

ଭାରତୀୟ ଆର୍ମି ହେଡକ୍ୱାର୍ଟରକୁ ରାଖୀ ପଠାଇଲେ ଛାତ୍ରୀଛାତ୍ର

ଭବାନୀପାଟଣା,୧୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ସ୍ବାମୀ ବିବେକାନନ୍ଦ ପବ୍ଲିକ୍‌ ସ୍କୁଲର ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନୂଆଦିଲ୍ଲୀସ୍ଥିତ ଭାରତୀୟ ଆର୍ମି ହେଡକ୍ୱାର୍ଟରକୁ ୧୫୦ ରୁ ଅଧିକ ରାଖୀ...

ଦୋକାନ ଭଡ଼ା ବୃଦ୍ଧିକୁ ବିରୋଧ

ଅନୁଗୋଳ ଅଫିସ, ୨୬।୧୧ଅନୁଗୋଳ ପୌରପାଳିକାର ଦୋକାନ ଘର ବୃଦ୍ଧିକୁ ବିରୋଧ କରି ବ୍ୟବସାୟୀ ଓ ଅନୁଗୋଳ ଭାଜପା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।...

Advertisement


Archives

Model This Week