ବଳାତ୍କାର, ହତ୍ୟାର ଶିକାର ଯୁବତୀଙ୍କୁ ଗାଁ ମଶାଣିରେ ଜାଗା ମିଳିଲାନି

ନାକଟୀଦେଉଳ, ୪ା୯(ବୈକୁଣ୍ଠନାଥ ସାହୁ): ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନରେ ସତ୍କାର ପାଇଁ ସ୍ଥାନ ମିଳିଲାନାହିଁ। ଗାଁର କେତେଜଣ ଲୋକ ବିରୋଧ କରିବାରୁ ମୃତାଙ୍କ ଶବ ସତ୍କାର ପାଇଁ ଉଭୟ ପୋଲିସ ଏବଂ ସାଧାରଣ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଛି। ପୋଲିସ ମୃତାଙ୍କ ପରିବାରବର୍ଗଙ୍କୁ ସାଙ୍ଗରେ ଧରି ସତ୍କାର ପାଇଁ ୩ ଘଣ୍ଟା ମୃତଦେହକୁ ଏକ ଗାଡ଼ିରେ ବୋହି ଏ ଗାଁରୁ ସେ ଗାଁ ବୁଲିଥିବା ପରି ଏକ ଅଭାବନୀୟ ଚିତ୍ର ମଙ୍ଗଳବାର ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ନାକଟୀଦେଉଳ ଥାନା ଅନ୍ତର୍ଗତ ସାହେବୀ ଗ୍ରାମରେ। ଶେଷରେ ପ୍ରଶାସନ ମୃତଦେହକୁ ଗାଁଠାରୁ ୩୫କି.ମି. ଦୂର ରେଢ଼ାଖୋଲ ନେଇ ଏନ୍‌ଏସି ଶବଦାହ ଗୃହରେ ପରିବାରବର୍ଗଙ୍କ ଉପସ୍ଥିତିରେ ସତ୍କାର କରାଇଥିଲା। ଏହିଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ବଲପୁର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ଗତ ୩୦ତାରିଖରେ ସାହେବୀ ଗାଁର ସମ୍ପୃକ୍ତା ୧୯ବର୍ଷୀୟା ଯୁବତୀ ଜଣକ ନିକଟସ୍ଥ ସୁଆଗିଝରଣ ନାଳକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ୩ ଦିନ ପରେ ତାଙ୍କ ଉଲଗ୍ନ ଗଳିତ ମୃତଦେହ ନିକଟସ୍ଥ କାଉଁଶୀଖୁଜ ଜଙ୍ଗଲରୁ ଜବତ ହୋଇଥିଲା। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତାଙ୍କ ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଛି ଏବଂ ସାହେବୀ ଗ୍ରାମର ହରି ବେହେରାଙ୍କର ଏଥିରେ ହାତ ଅଛି ବୋଲି ସେମାନେ ସନ୍ଦେହକରି ନାକଟୀଦେଉଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିଥିଲା। ନାଳରେ ଶୌଚ ସମୟରେ ସମ୍ପୃକ୍ତା ଯୁବତୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ଚାପୁଡ଼ା ମାରିବା ପରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୁକ୍ତ କହିିଥିଲେ। ଘଟଣାକୁ ଲୁଚାଇବା ପାଇଁ କାଉଁଶୀଖୁଜ ଜଙ୍ଗଲକୁ ମୃତଦେହ ନେଇ ଫିଙ୍ଗିଦେଇଥିବା ଅଭିଯୁକ୍ତ ସ୍ବୀକାର କରିଥିବା ସମ୍ବଲପୁର ଅତିରିକ୍ତ ଏସ୍‌ପି ଆଲବିନୁସ୍‌ କେର୍‌କେଟା କହିଥିଲେ।
ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ମଧ୍ୟ ୬ ଦଫା ଦାବି ନେଇ ଅଞ୍ଚଳବାସୀ ସାହେବୀଠାରେ ନାକଟୀଦେଉଳ-ବାଟଗାଁ ରାସ୍ତାକୁ ୨ଦିନ ଧରି ଅବରୋଧ କରିଥିଲେ। ତେବେ ପୋଲିସ ଏବଂ ପ୍ରଶାସନର ଉଚ୍ଚସ୍ତରୀୟ ଅଧିକାରୀମାନେ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା ପରେ ସୋମବାର ଅପରାହ୍ନରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥଲା। ତେବେ ବୁର୍ଲାରେ ବ୍ୟବଚ୍ଛେଦ ପରେ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ପ୍ରଶାସନ ଯୁବତୀଙ୍କ ମୃତଦେହ ଗାଁକୁ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଉପଜିଲାପାଳ ରଶ୍ମିରଞ୍ଜନ ମହନ୍ତ ମୃତାଙ୍କ ବାପାଙ୍କୁ ରେଡ୍‌କ୍ରସ୍‌ ପାଣ୍ଠିରୁ ନଗଦ ୫୦ହଜାର ଟଙ୍କା ସହାୟତା ରାଶି ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏହା ପରେ ଶବ ସତ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଗ୍ରାମର କେତେଜଣ ବ୍ୟକ୍ତି ପ୍ରଶାସନକୁ ସହଯୋଗ ନ କରି ବିରୋଧ କରିଥିଲେ। ମୃତାଙ୍କ ଘର ଝାରବେଡ଼ା ଗ୍ରାମ ସୀମାରେ ଥିବାରୁ ସେଠାରେ ସତ୍କାର ହେଲେ ଭବିଷ୍ୟତରେ ସେ ଭୂତ ହୋଇ ଡରାଇବା ଭୟରେ ସମ୍ପୃକ୍ତ ଗ୍ରାମର ବହୁ ଲୋକ ବିରୋଧ କରିଥିଲେ। ଅପରପକ୍ଷରେ ସାହେବୀ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ଜଣେ ବ୍ୟକ୍ତିଙ୍କ ସହାୟତାରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ନେଇଥିବାରୁ ସେହି ବ୍ୟକ୍ତିଙ୍କ ଘର ସମ୍ମୁଖରେ ଶବ ପୋଡ଼ାଯାଉ ବୋଲି କେତେଜଣ ଦାବିକରି ସତ୍କାରକୁ ବିରୋଧ କରିଥିଲେ। ସମ୍ବଲପୁରର ଅତିରିକ୍ତ ଏସ୍‌ପି ଅଜୟ କୁମାର ମିଶ୍ର, ଆଲବିନୁସ୍‌ କେର୍‌କେଟା, ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମେହେର, ନାକଟୀଦେଉଳ ତହସିଲଦାର ଅମର ଜେ.ଡୁଙ୍ଗ୍‌ଡୁଙ୍ଗ୍‌, ବିଡିଓ ଧନେଇ ଚରଣ ଟୁଡ଼ୁ, ଉପଜିଲାପାଳ ରଶ୍ମିରଞ୍ଜନ ମହନ୍ତ ପ୍ରମୁଖ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସାହେବୀ, ଝାରବେଡ଼ା ଏବଂ ପୋଡ଼ାମାଳ ଗ୍ରାମର ଲୋକେ କୌଣସି ପରିସ୍ଥିତିରେ ସତ୍କାର କରାଇଦେବାକୁ ରାଜି ହୋଇ ନ ଥିଲେ। ଫଳରେ ଦୀର୍ଘ ୩ ଘଣ୍ଟା କାଳ ପ୍ରଶାସନ ଗାଡ଼ିରେ ମୃତଦେହ ବୋହି ଏ ଗାଁରୁ ସେ ଗାଁ ହୋଇଥିଲା। ଶେଷରେ ପ୍ରଶାସନ ମୃତକଙ୍କ ପରିବାରବର୍ଗ ସହ ମୃତଦେହ ରେଢ଼ାଖୋଲ ନେଇ ଏନ୍‌ଏସି ଶବଦାହ ଗୃହରେ ସତ୍କାର କରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?