ଧବଳେଶ୍ୱରରୁ ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ: ଏସ୍‌ଆର୍‌ସି

କଟକ ଅଫିସ,୨୫।୯: କଟକ ମୁଣ୍ଡୁଳି ଜଳ ସ୍ରୋତରେ ନିଖୋଜ ଥିବା ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତଦେହ ଶନିବାର ଧବଳେଶ୍ୱରରୁ ଉଦ୍ଧାର ହୋଇଥିବା ନେଇ ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଥିଲେ। ସେ ଏହାର ଅଳ୍ପ ସମୟ ପରେ ପୁଣି ଏକ ଟୁଇଟ୍‌ କରିଥିଲେ ଯେଉଁଥିରେ ସେ ସ୍ପଷ୍ଟୀକରଣ କରିଥିଲେ ଯେ, ଏହା ସୀତାରାମଙ୍କ ମୃତଦେହ ନୁହେଁ। ଏହା ସହ ସେ ଦୁଃଖ ପ୍ରକାଶ କରିବା ସହିତ ମୋ କାର୍ଯ୍ୟାଳକୁ ଆସିଥିବା ତଥ୍ୟ ସମ୍ପୂର୍ଣ୍ଣ ଠିକ୍‌ ନୁହେଁ ବୋଲି କହିଛନ୍ତି। ଉକ୍ତ ମୃତଦେହଟି ପଚି ଯାଇଥିବା ବେଳେ ତାହାକୁ ସୀତାରାମଙ୍କ ପରିବାର ଓଡ୍ରାଫ ଟିମ ଚିହ୍ନଟ କରି ନ ଥିବା ଏସ୍‌ଆରସି କହିଛନ୍ତି। ଏଥିସହ ନିଖୋଜ ଯବାନ ସୀତାରାମ ମୁର୍ମୁଙ୍କର ସୂଚନା ମିଳିନି ବୋଲି ସେ ଟୁଇଟ କରିଛନ୍ତି।
ଏ ନେଇ ଏନଡିଆରଏଫ ଅଧିକାରୀ କହିଛନ୍ତି, ମୃତକଜଣକ ନିଖୋଜ ଓଡ୍ରାଫ ଟିମ ସଦସ୍ୟଙ୍କର ନୁହେଁ ବୋଲି ଓଡ୍ରାଫ ଟିମ ସ୍ପଷ୍ଟ କରିଛନ୍ତି। ମୃତଦେହକୁ କଟକ ସେକ୍ଟର-୧୧ ପୋଲିସକୁ ହସ୍ତାନ୍ତର କରାଯାଇଛି। ନିଖୋଜ ଯବାନଙ୍କୁ ଖୋଜିବାକୁ ଏବେ ଏନ୍‌ଡିଆରଏଫର ୪ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ଘଟଣାସ୍ଥଳରୁ ଯୋବ୍ରା ପର୍ଯ୍ୟନ୍ତ ଏହି ଟିମ୍‌ ନିୟୋଜିତ ଅଛନ୍ତି।

ଏବେବି ସୀତାରାମଙ୍କୁ ଚାଲିଛି ଖୋଜା


Enter your email to get our daily news in your inbox.

All Right Reserved By Dharitri.Com

୪୮ଘଣ୍ଟା ଏସ୍‌ବିଆଇ ମୁଖ୍ୟ ଶାଖା ବନ୍ଦ

ନବରଙ୍ଗପୁର,୩।୧(ଡି.ଏନ୍‌.ଏ.): ନବରଙ୍ଗପୁର ଏସ୍‌ବିଆଇ ମୁଖ୍ୟ ଶାଖା ୪୮ଘଣ୍ଟା ପାଇଁ ବନ୍ଦ କରାଯାଇଛି। ଏସବିଆଇ ମୁଖ୍ୟ ଶାଖାର ଦୁଇ ଜଣ କର୍ମଚାରୀ କୋଭିଡ୍‌ ସଂକ୍ରମଣ ହେବା ପରେ...

ପୋଖରୀରେ ପଡ଼ି ଶିଶୁପୁତ୍ର ମୃତ

ସୋର,୧୮।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋର ଥାନା ମଧୁସୂଦନପୁର ପଞ୍ଚାୟତର କୁରୁଣିଆ ଗ୍ରାମର ମାମୁଁ ରମାକାନ୍ତ ମହାକୁଡ଼ଙ୍କ ଘରକୁ ବୁଲିବାକୁ ଆସି ୩ବର୍ଷର ଶିଶୁପୁତ୍ର ପୋଖରୀରେ ପଡ଼ି...

କୋର୍ଟ ଚାଲାଣ ବେଳେ ଖସିଗଲେ ଅଭିଯୁକ୍ତ

ବଡମ୍ବା,୧୩ା୨(ଡି.ଏନ୍‌.ଏ): ନରସିଂହପୁର ଅବକାରୀ ସ୍କ୍ବାର୍ଡ ପକ୍ଷରୁ ବୁଧବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ଖସି ପଳାଇଯାଇଥିଲେ। ପରେ ତାଙ୍କୁ ଗିରଫ କରାଯାଇଛି।...

ରାଜ୍ୟରେ ପ୍ରତିଷ୍ଠା ହେବ ୯ ଅବକାରୀ ଥାନା

ଭୁବନେଶ୍ୱର,୨୩ା୯(ବ୍ୟୁରୋ): ରାଜ୍ୟର ଗୋପାଳପୁର, ଖପ୍ରାଖୋଲ, ମୋହନା, ଦାରିଙ୍ଗବାଡ଼ି, ଯୋଡ଼ା, ହାଟଡ଼ିହି, ମୁନିଗୁଡ଼ା, କୋଇଡ଼ା ଓ ସୁକୃଳି ଆଦି ସ୍ଥାନରେ ୯ଟି ଅବକାରୀ ଥାନା ପ୍ରତିଷ୍ଠା ହେବ।...

୭୨ ଘଣ୍ଟା ପାଇଁ ବନ୍ଦ ହେଲା ରାଉରକେଲା ଇପିଏଫ କାର୍ଯ୍ୟାଳୟ

ରାଉରକେଲା,୨୫।୪: ରାଉରକେଲା ପାନପୋଷ ରୋଡରେ ଥିବା ଇପିଏଫ ଉପ ଆଞ୍ଚଳିକ କାର୍ଯ୍ୟାଳୟ (ଭବିଷ୍ୟନିଧି ଭବନ)ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଉରକେଲା ମ୍ୟୁନିସିପାଲ କର୍ପୋରେଶନ...

ଠିକ୍‌ ସମୟରେ ବିଫଳ : ରାଜଧାନୀ ଜଳମୟ

ଭୁବନେଶ୍ୱର,୨୫ା୧୦ : ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ରାଜଧାନୀ...

ରାସ୍ତାରେ ପଡ଼ିଛି ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ

ଢେଙ୍କିକୋଟ/କେନ୍ଦୁଝର,୨ା୯(ଡି.ଏନ.ଏ./ସ୍ବ.ପ୍ର.)-କେନ୍ଦୁଝର ସଦର ଥାନା ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବୁଢ଼ାବଣ ଗ୍ରାମର ଜଣେ ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା କରି କେହି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଥିବା...

ରଜ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୬(ବ୍ୟୁରୋ): ଆଜି ପହିଲି ରଜ। ଏହା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନନ୍ତି, ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ...

Advertisement
Archives

Model This Week