ଅଭିଯୁକ୍ତଙ୍କୁ ଗିରଫ ଦାବିକଲେ ବ୍ଲକ୍‌ କର୍ମଚାରୀ

ହାଟଡ଼ିହୀ,୨୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ନାମରେ ମିଥ୍ୟା ଅଭିଯୋଗ ପ୍ରସଙ୍ଗରେ କର୍ମଚାରୀମାନେ ଅଭିଯୁକ୍ତଙ୍କୁ ଗିରଫ ଦାବି ହୋଇଛି। ମାମଲାରେ ବିଡିଓ ଥାନାରେ ମାମଲା କରିଥିବା ବେଳେ ଗିରଫରୁ ବର୍ତ୍ତିବା ପାଇଁ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ୍‌ ଆବେଦନ କରିଥିଲେ। ଏବିଏଲଏପିଏଲ (ନଂ. ୬୬୩୯/୨୦୨୩)ରେ ଗତ ୨୭ ଜୁଲାଇ ୨୦୨୩ରେ ହାଇକୋର୍ଟ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଗିରଫ ନ କରିବା ପାଇଁ ମଧ୍ୟବର୍ତ୍ତୀ କାଳୀନ ସୁରକ୍ଷା ନିର୍ଦ୍ଦେଶ ଜାରି କରିଥିଲେ। ଏଥିସହ କେସ ଡ଼ାଏରୀ ଦାଖଲ ପାଇଁ ଆଦେଶ କରିଥିଲେ। ୨୪ ଅଗଷ୍ଟ ୨୦୨୩ ରେ ଉକ୍ତ ଜାମିନ୍‌ର ଶୁଣାଣି ହୋଇଥିବା ବେଳେ ବିଚାରପତି ଚିତ୍ତରଞ୍ଜନ ଦାଶ ଜାମିନକୁ ନାମଞ୍ଜୁର କରିଦେଇଛନ୍ତି। ଏଥିସହ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିବା ଜଣାପଡ଼ିବା ପରେ ଅଭିଯୁକ୍ତଙ୍କୁ ଗିରଫ ଦାବି ଜୋରଧରିଛି।
ସୂଚନାଯୋଗ୍ୟ, ନନ୍ଦିପଦା ବିଡିଓ ଥାନାରେ କରିଥିବା ଅଭିଯୋଗ ଅନୁସାରେ ଶାଳନିଆ ପଞ୍ଚାୟତ ସୋଲପଟା ମୌଜାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ଖେଳ ପଡ଼ିଆ ଉନ୍ନତୀକରଣ ପାଇଁ ଏକ ପ୍ରକଳ୍ପ ଅନୁମୋଦନ ହୋଇଥିଲା। କିନ୍ତୁ ଟଙ୍କାଟିଏ ମଧ୍ୟ ବ୍ୟୟ ହୋଇନାହିଁ। ମାତ୍ର ଯୋଜନାରେ ଅନିୟମିତତା ହୋଇଥିବା ନେଇ ସୋଲପଟା ଗ୍ରାମର ହିମାଂଶୁ ଶେଖର ନାୟକ ନନ୍ଦିପଦା ଥାନାରେ ପିଇଓ ରମେଶ ମାଝୀ, ଜିଆରଏସ ଜ୍ୟୋତିସ୍ମିତା ସେନାପତି, ଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ସାହୁ ଓ ଧୀରେନ୍ଦ୍ର ମହାଳିକଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ କର୍ମଚାରୀମାନେ ବିଡିଓଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବିଡିଓ ଘଟଣାର ଅନୁଧ୍ୟାନ କରିଥିଲେ। ପରେ ନନ୍ଦିପଦା ଥାନାରେ ବିଡିଓ ବିନିତା ବିଜୟିନୀ ଚିଠି (ନଂ. ୧୫୩୭/୯ ମେ୨୦୨୩) ରେ ଏକ ମାମଲା ଦାୟର କରିଥିଲେ। ନନ୍ଦିପଦା ପୋଲିସ ୧୪ ମେ ୨୦୨୩ ରେ କେସ (ନଂ .୧୧୯/୨୦୨୩)ରେ ଏକ ମାମଲା ହିମାଂଶୁଙ୍କ ନାମରେ ରୁଜୁ କରିଥିଲା। ତଦନ୍ତକାରୀ ଅଧିକାରୀ ନରୋତ୍ତମ ଦଳେଇ କହିଛନ୍ତି, ବ୍ଲକ୍‌ର ବିଭିନ୍ନ କର୍ମଚାରୀଙ୍କଠାରୁ ବୟାନ ରେକର୍ଡ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ ନ କରିବା ପାଇଁ ହାଇକୋର୍ଟଙ୍କଠାରୁ ଏକ ନିର୍ଦ୍ଦେଶ ପ୍ରଥମେ ଆସିଥିଲା। ଏବେ ଜାମିନ୍‌ ନାମଞ୍ଜୁର ଏବଂ ଖାରଜ ହେବା ବାବଦରେ ସୂଚନା ପାଇଛୁ। ଖୁବ୍‌ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଅଂଶୁଘାତ ସନ୍ଦେହ, : ବନ୍ୟ ପ୍ରାଣୀ ଖାଉଥିବା ଦେଖି…

ଆନନ୍ଦପୁର/ହାଟଡିହୀ, ୨୨।୫ (ସୁଶାନ୍ତ କୁମାର ସାହୁ / ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରେ ଗତ ଗୁରୁବାରଠାରୁ ନିଖୋଜ ଥିବା ଗଙ୍ଗାଧର…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ଆନ୍ତଃ ଜିଲା ପେନ୍‌ସନ ଅଦାଲତ ଉଦ୍‌ଘାଟିତ ୬୯୨ ପେନ୍‌ସନ, ଭବିଷ୍ୟନିଧି ଅଭିଯୋଗର ଶୁଣାଣି

କୋରାପୁଟ,୨୨ା୫(ଅମିତାଭ ବେହେରା)-କୋରାପୁଟ ସଦ୍‌ଭାବନା ଗୃହରେ ୨ଦିନିଆ ଆନ୍ତଃ ଜିଲା ପେନ୍‌ସନ ଅଦାଲତ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍‌ସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ବକେୟା…

କଳାବୈଶାଖୀର ତାଣ୍ଡବ: ଦାରିଙ୍ଗବାଡିରେ ଉପୁଡିଲା ବଡ଼ ବଡ଼ ଗଛ, ଭାଙ୍ଗିଲା ଘର

ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏକାଧିକ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଗୋପାଳପୁରରୁ ରାଇପୁରକୁ ସଂଯୋଗ…

ଗାଈଗୋଠରେ ବଜ୍ରାଘାତ, ଆଉ ତା’ପରେ…

ଗୁଣୁପୁର,୨୨।୫(ସୁଜାତା ପାଢ଼ୀ): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଶୁକ୍ରବାର ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଛି। ସେତିକିବେଳେ ଗୁଣପୁର ଓଭର ବ୍ରିଜ କୃଷି ବିଭାଗ…

ବଦଳିଲା OTET ପରୀକ୍ଷା ତାରିଖ: ଜୁନ୍ ୨୧ ପରିବର୍ତ୍ତେ ଏହି ତାରିଖରେ ହେବ ପରୀକ୍ଷା, ଜାଣନ୍ତୁ କେବେ…

କଟକ,୨୨।୫:  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OTET ପରୀକ୍ଷା…

ଜିଲା ଆଇନ ସେବା ପ୍ରାଧିକରଣ: ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ କାର୍ଯ୍ୟକ୍ରମ

ଛତ୍ରପୁର,୨୨ା୫ (ଦିଲ୍ଲୀପ ସାମଲ): ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଛତ୍ରପୁର ସ୍ଥିତ ବିଜ୍ଞାନ…

ଆହୁରି ଗାଡ଼ି ସଂଖ୍ୟା କମାଇଲେ ମୁଖ୍ୟମନ୍ତ୍ରୀ,ଏଣିକି ୭ ବଦଳରେ…

ଭୁବନେଶ୍ୱର,୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ବଡ଼ ଏବଂ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ନିଜ କାର୍‌କେଡ୍‌ (କାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri