ଭାଜପା ପତାକା ଚିରି ଗାଡ଼ି ଭାଙ୍ଗିଲେ

ପିପିଲି/ଡେଲାଙ୍ଗ,୨୨।୯(ସ୍ବ.ପ୍ର./ଡି.ଏନ୍‌.ଏ.):ପିପିଲି ଉପନିର୍ବାଚନ ପାଇଁ ସୋମବାରଠାରୁ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଛି। ୩୦ତାରିଖରେ ଭୋଟ ହେବାକୁ ଥିବାରୁ ପ୍ରଚାର ପାଇଁ ହାତରେ ଆଉ ମାତ୍ର ୭ଦିନ ।

୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ପକ୍ଷରୁ ପ୍ରଚାର ଜୋରଦାର କରାଗଲାଣି। କୋଭିଡ୍‌ ଗାଇଡ୍‌ଲାଇନ ମାନି ପ୍ରଚାର କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ମଙ୍ଗଳବାର ପ୍ରଚାର ସମୟରେ ଭାଜପା ଓ ବିଜେଡି କର୍ମୀଙ୍କ ମଧ୍ୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି।
କଣ୍ଟି ପଞ୍ଚାୟତରେ ମଙ୍ଗଳବାର ପୂର୍ବାହ୍ନରେ ଭାଜପା କର୍ମୀମାନେ ପ୍ରଚାର କରିବା ସମୟରେ କେତେଜଣ ବିଜେଡି କର୍ମୀ ସେଠାରେ ପହଞ୍ଚତ୍ ପାଟିତୁଣ୍ଡ କରିଥିଲେ। ଏଥିସହ ଭାଜପାର ପତାକାକୁ ଚିରିଦେବା ଏବଂ ପ୍ରଚାର ଗାଡ଼ି ଭଙ୍ଗାରୁଜା କରି ଡ୍ରାଇଭରଙ୍କ ଠାରୁ ଟଙ୍କା ଲୁଟି ନେଇଯାଇଥିଲେ। ଏନେଇ ଭାଜପା କର୍ମୀମାନେ ପିପିଲି ଥାନାରେ ଅଭିଯୋଗ କରିବା ସହ ପିପିଲି-ଜଟଣୀ ମୁଖ୍ୟ ରାସ୍ତା ବାରିମୁଳ ଛକଠାରେ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ସାଧାରଣରେ ଯାତାୟାତ ବ୍ୟାହତ ହୋଇଥିଲା। ଖବରପାଇ ପିପିଲି ଥାନାଧିକାରୀ ଅଭିମନ୍ୟୁ ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ଭାଜପା କର୍ମୀଙ୍କ ସହ ଆଲୋଚନା କରି ତୁରନ୍ତ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହାର ହୋଇଥିଲା। ତେବେ ବିଜେଡିର ଏଭଳି ଗୁଣ୍ଡାରାଜକୁ ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଘୋର ନିନ୍ଦା କରିବା ସହ ପରିବର୍ତ୍ତନର ଭୟ ଏବେଠାରୁ ଶାସକ ଦଳକୁ ଘାରିଲାଣି ବୋଲି କହିଛନ୍ତି। ଅନ୍ୟପଟେ ବିଜେଡି ପକ୍ଷରୁ ମଧ୍ୟ ଥାନାରେ ଏକ ପାଲଟା ଅଭିଯୋଗ କରାଯାଇଛି। ପ୍ରଚାର କରୁଥିବାବେଳେ ଭାଜପା କର୍ମୀମାନେ ବିଜେଡି କର୍ମୀଙ୍କୁ ମାଡ଼ ମାରିବା ସହ ସେଠାରେ ଥିବା ମହିଳାଙ୍କ ପ୍ରତି ଅସଦାଚରଣ କରିଥିଲେ। ଏପରି କି ଭାଜପା କର୍ମୀଙ୍କ ମାଡ଼ରେ ଜଣେ ବିଜେଡି ମହିଳା କର୍ମୀଙ୍କ ହାତ ଭାଙ୍ଗିଥିବା ଅଭିଯୋଗ ହୋଇଛି। ପୋଲିସ ଉଭୟ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଭାଜପା କରିଥିବା ଅଭିଯୋଗକୁ ବିଜେଡି ନେତା ମକର ପ୍ରଧାନ କଟାକ୍ଷ କରିି କହିଛନ୍ତି ଯେ, ବିଜେଡି ଏକ ଶୃଙ୍ଖଳିତ ଦଳ। ମିଥ୍ୟା ଆରୋପ ଲଗାଇ ଭାଜପା ଏଭଳି ଡ୍ରାମା କରି ହୀନ ରାଜନୀତି କରୁଛି ।ପ୍ରଚାରରେ ହେଭିୱେଟ୍‌

ପ୍ରଚାରରେ ହେଭିୱେଟ୍‌

ପିିପିଲି ଉପନିର୍ବାଚନ ପାଇଁ ଜୋରସୋର ପ୍ରଚାର ଚାଲିଛି। ପଲିଟିକାଲ ଗୀତରେ ଝୁମୁଛି ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ। ମଙ୍ଗଳବାର ପ୍ରଚାରର ଦ୍ୱିତୀୟ ଦିନରେ ପିପିଲି ଏନ୍‌ଏସିରେ ଭାଜପା ମାରାଥନ ପ୍ରଚାର କରିଛି। ଏହି ପ୍ରଚାରରେ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର, ନେତ୍ରୀ ମନୋସ୍ମିତା ଖୁଣ୍ଟିଆ ଓ ଏନ୍‌ଏସିର କର୍ମୀମାନେ ଯୋଗଦେଇ ୬ ନଂ.ରୁ ୧୩ ନଂ ୱାର୍ଡ ପର୍ଯ୍ୟନ୍ତ ପରିକ୍ରମା କରିଛନ୍ତି। ଘର ଘର ବୁଲି ସମସ୍ତେ ଦଳୀୟ ପ୍ରାର୍ଥୀ ପଟ୍ଟନାୟକଙ୍କ ପାଇଁ ଭୋଟ୍‌ ମାଗିଛନ୍ତି। ରାଜ୍ୟ ସରକାରଙ୍କ ଅପାରଗତା ଗରିବଙ୍କ ପ୍ରତି ଅବହେଳା ଓ କେନ୍ଦ୍ର ଦେଉଥିବା ଟଙ୍କାକୁ ଗରିବଙ୍କ ନିକଟରେ ପହଞ୍ଚାଉ ନ ଥିବା ଅଭିଯୋଗ କରି ଲୋକଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିଛି ଭାଜପା। ନିଶ୍ଚିତ ଭାବେ ପିପିଲିରେ ପରିବର୍ତ୍ତନ ଆସିବ ବୋଲି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି।
କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ସମର୍ଥକଙ୍କ ସହ ପିିପିଲି କଣ୍ଟି ପଞ୍ଚାୟତର ବିଭିନ୍ନ ୱାଡ ବୁଲି ଲୋକମାନଙ୍କଠାରୁ ଭୋଟ ଭିକ୍ଷା କରିଛନ୍ତି। କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ଓ ରାଜ୍ୟ ସରକାରଙ୍କ ମନମୁଖି ଶାସନକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ ସମର୍ଥନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଡେଲାଙ୍ଗ ବ୍ଲକର କାଠବାଡ ପଞ୍ଚାୟତର ରାମଚନ୍ଦ୍ରପୁରରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବ୍ଲକ ସଭାପତି ରବୀନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ବିଜେଡି ପକ୍ଷରୁ ଡେଲାଙ୍ଗ ବ୍ଲକର ବେରବୋଇ, ଅରିସଲ ଓ ଖେଲାଉର ପଞ୍ଚାୟତରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଏମ୍‌ପି ପିନାକୀ ମିଶ୍ର, ବିଧାୟକ ଉମାକାନ୍ତ ସାମନ୍ତରାୟ, ଦେବୀରଞ୍ଜନ ତ୍ରିପାଠୀ, ପୁରୀ ଜିଲା ସଭାପତି ମହେଶ୍ୱର ମହାନ୍ତି, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ, ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ବ୍ଲକ ସଭାପତି ବୈରାଗୀ ଜେନା, ବାସନ୍ତୀ ସାହୁ, ବେରବୋଇ ସଭାପତି ଗୋପାଳ ଚନ୍ଦ୍ର ସ୍ବାଇଁ, ଅରିସଲ ସଭାପତି ବିପନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ବେରବୋଇ ମେଳନ ପଡ଼ିଆରେ ଅନୁଷ୍ଠିତ ସମ୍ମିଳନୀରେ ବିଭିନ୍ନ ଦଳରୁ ପ୍ରମୋଦ ସ୍ବାଇଁ, ପ୍ରଫୁଲ୍ଲ ଜେନା, ରମେଶ ଚନ୍ଦ୍ର ପଣ୍ଡା, ମହେଶ୍ୱର ନାୟକଙ୍କ ସମେତ ୧୫ରୁ ଊର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ସେହିପରି ଅରିସଲର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ସମ୍ମିଳନୀରେ ଦଳର ନେତୃମଣ୍ଡଳୀମାନେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରି ଦଳୀୟ ପ୍ରାର୍ଥୀ ପାଇଁ ଭୋଟ ଭିକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri