ଦାୟିତ୍ୱରେ ଥିବା ବିଜେଡି ନେତା ପୁଣି ଯିବେ ପଦ୍ମପୁର

ଭୁବନେଶ୍ବର,୯ା୧୨(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେଡି ନେତା ଓ କର୍ମୀ ଦଳୀୟ କାର୍ଯ୍ୟାଳୟଠାରେ ବାଜା ବଜାଇ, ବାଣ ଫୁଟାଇ ସେଲିବ୍ରେଶନ କରିଛନ୍ତି। କେବଳ ସେତିକି ନୁହେଁ, ସବୁ କର୍ମୀ ଏବଂ ନେତା ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟଠାରେ ମିଠା ବାଣ୍ଟି ନାଚି, କୁଦି ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ଅନ୍ୟପଟେ ଉଭୟ ଭାଜପା ଏବଂ କଂଗ୍ରେସ ଶିବିରରେ ଖାଁ ଖାଁ ପରିସ୍ଥିତି ଦେଖିବାକୁ ମିଳିଛି। ପୂର୍ବରୁ ଭାଜପା କାର୍ଯ୍ୟାଳୟରେ ଲାଗି ରହୁଥିବା ଗହଳ ଚହଳ ମଧ୍ୟ ନ ଥିଲା। ଏଭଳି ସ୍ଥିତିରେ ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହେବାପରେ ବିଜେଡି ପଦ୍ମପୁର ପାଇଁ ତା’ର ପରବର୍ତ୍ତୀ କାର୍ଯ୍ୟକ୍ରମ ନେବା ଲାଗି ଯୋଜନା ପ୍ରସ୍ତୁତ କରିଦେଇଛି। ସେପଟେ ଭାଜପା କାହିଁକି ଏତେବଡ଼ ବ୍ୟବଧାନରେ ପରାଜିତ ହେଲା ତା’ର କାରଣ ଖୋଜିବା ଲାଗି ପ୍ରସ୍ତୁତ ହେଲାଣି। ମାଳମାଳ କେନ୍ଦ୍ରମନ୍ତ୍ରୀ, ଏକାଧିକ ପ୍ରଚାର ଏବଂ ଜିତିବାର ଦମ୍ଭୋକ୍ତି ଦେଖାଉଥିବା ଭାଜପା କେଉଁଥିପାଇଁ ପରାଜିତ ହେଲା ସେନେଇ ଆଗାମୀ ଦିନରେ ମାନସମନ୍ଥନ ହେବ ବୋଲି ମତ ରଖୁଛନ୍ତି। କଂଗ୍ରେସ ଏହି ଉପନିର୍ବାଚନରେ ଅମାନତ ରଖି ନ ପାରିବାକୁ ନେଇ ଭିନ୍ନ ମତ ରଖିଛି।
ମିଳିଥିବା ସୂଚନା ମୁତାବକ, ବିଜେଡି ପକ୍ଷରୁ ପଦ୍ମପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବା ନେତାମାନଙ୍କୁ ଭୋଟ ଗଣତିର ପୂର୍ବଦିନ ଅର୍ଥାତ୍‌ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ନିବାସ ଡକାଇ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଗୋଟିଏ କଥା ଉପରେ ଗୁରୁତ୍ୱ ଦେବା ଲାଗି କହିଥିଲେ। ଯେଉଁମାନେ ପଦ୍ମପୁରର ବିଭିନ୍ନ ପଞ୍ଚାୟତ ଦାୟିତ୍ୱରେ ରହିଥିଲେ ସେମାନେ ସ୍ଥାନୀୟ ବାସିନ୍ଦାଙ୍କୁ ଯାହାସବୁ ପ୍ରତିଶ୍ରୁତି ଦେଇ ଫେରିଛନ୍ତି ତାକୁ ତୁରନ୍ତ ପାଳନ କର। ତେଣୁ ଆସନ୍ତା ୧୫ କିମ୍ବା ୧୭ ତାରିଖରେ ପଦ୍ମପୁରର ଯେଉଁ ନେତା ଯେଉଁଠି ଦାୟିତ୍ୱରେ ଥିଲେ ସେଠାକୁ ଯାଇ ସେ ବିଷୟରେ ଆଲୋଚନା କରି କାର୍ଯ୍ୟ ଆରମ୍ଭ ଲାଗି ପ୍ରସ୍ତୁତ ହେବେ। ଆସନ୍ତା ୬ ମାସ ମଧ୍ୟରେ ସେହି ସବୁ କାର୍ଯ୍ୟ ପାଇଁ ନବନିଯୁକ୍ତ ବିଧାୟିକାଙ୍କୁ ସାଙ୍ଗରେ ନେଇ ନଡ଼ିଆ ବାଡ଼େଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯାହାସବୁ ପ୍ରତିଶ୍ରୁତି ପଦ୍ମପୁରବାସୀଙ୍କୁ ଦିଆଯାଇଥିଲା ତାହା ପାଳନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ପଦ୍ମପୁରବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରି ଦଳ ରାଜ୍ୟବ୍ୟାପୀ ଏକ ବାର୍ତ୍ତା ଦେବାକୁ ଚାହୁଁଥିବା ବିଶେଷ ସୂତ୍ରରୁ ଜଣାପଡୁଛି। ଆଗକୁ ୨୦୨୪ ସାଧାରଣ ନିର୍ବାଚନକୁ ଆଉ ପାଖାପାଖି ବର୍ଷେ ଥିବାରୁ ଦଳ ପଦ୍ମପୁରରେ ପ୍ରତିଶ୍ରୁତି ସବୁ ପାଳନ କରି ତା’ର ଫାଇଦା ନେବାକୁ ଚେଷ୍ଟା କରିବ ବୋଲି ସୂଚନା ମିଳିଛି।
ଅନ୍ୟପଟେ ଭାଜପା ଏବଂ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି ବୋଲି ଏକ ସବୁସ୍ତରର ଆକଳନ କରାଯାଉଥିବା ବେଳେ ଫଲାଫଳ କିନ୍ତୁ ସେସବୁ କଥାକୁ ଭୁଲ୍‌ ପ୍ରମାଣିତ କରିଛି। ହେଲେ ଭାଜପାର ଏତେ ଉଦ୍ୟମ ସତ୍ତ୍ୱେ କାହିଁକି ସେମାନଙ୍କୁ ଏତେ ବଡ଼ ବ୍ୟବଧାନରେ ପରାଜିତ ହେବାକୁ ପଡ଼ିଲା ତା’ର କାରଣ ଖୋଜାଯିବ ବୋଲି ସବୁ ନେତା ମତ ରଖୁଛନ୍ତି। ତେବେ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, ଦଳର ଆଗ ଧାଡ଼ିର ନେତାମାନେ କେବଳ ସହଯୋଗ କରୁଥିଲେ। ସ୍ଥାନୀୟ ନେତାମାନେ ମୁଖ୍ୟତଃ ନିର୍ବାଚନ ଲଢୁଥିଲେ। ତେଣୁ କନକ ବର୍ଦ୍ଧନଙ୍କ ଏଭଳି ବୟାନକୁ ଶୁଣିବାପରେ ପଦ୍ମପୁରରେ ଯେ ଦଳ ଭିତରେ ସବୁକିଛି ଠିକ୍‌ ନ ଥିଲା ତା’ର ବାର୍ତ୍ତା ଦେଉଛି ବୋଲି ଚର୍ଚ୍ଚା ହେଉଛି। ତେବେ ଦଳରେ ଏନେଇ କେବେ ସମୀକ୍ଷା ହେବ ତାକୁ ଦେଖିବା ଦରକାର ବୋଲି ଦଳୀୟ ନେତାମାନଙ୍କ ମୁହଁରୁ ଶୁଣିବାକୁ ମିଳୁଛି। କଂଗ୍ରେସ ଭୋଟ ଦେଖିବା ପରେ ବହୁ ବରିଷ୍ଠ କଂଗ୍ରେସ ନେତା ଆଉ ଏହା ଉପରେ କିଛି ମତାମତ ଦେବାକୁ ଚାହୁଁନାହାନ୍ତି। ଦଳ ନିଜ ସ୍ଥିତି ନେଇ ସମୀକ୍ଷା କରିବା ଦରକାର ବୋଲି ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri