ଗଡ଼ ବଞ୍ଚାଇବାକୁ ବିଜେଡିର ଉଦ୍ୟମ

ଆରଡ଼ି,୧୧।୨(ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧୀନ ୧ ନଂ. ଜିଲା ପରିଷଦ ଜୋନ୍‌ରେ ଏଥର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏଥର ସାଧାରଣ ବର୍ଗର ପ୍ରାର୍ଥୀମାନେ ଏଠାରେ ନିର୍ବାଚନ ଲଢୁଛନ୍ତି। ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ବି ମୁଖ୍ୟତଃ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କୁ ନେଇ ତ୍ରିମୁଖୀ ଲଢ଼େଇ ହେବା ସ୍ପଷ୍ଟ ହୋଇଛି।
୮ ପଞ୍ଚାୟତକୁ ନେଇ ଏହି ଜୋନ୍‌ ଗଠିତ। ଆରଡ଼ି, ନାନ୍ଦପୁର, ସୁନ୍ଦରପୁର, ଓଳଗ, ଭୂଇଁବୃତି, ମାଧପୁର, ଘଟପୁର ଓ ଖେରଙ୍ଗ ପଞ୍ଚାୟତ ଏହି ଜୋନ୍‌ରେ ଅନ୍ତର୍ଭୁକ୍ତ। ବିଜେଡି ରାଜ୍ୟ ଛାତ୍ର ସମ୍ପାଦକ ପ୍ରିନ୍ସ ରାକେଶ ନାୟକଙ୍କୁ ଏଠାରେ ପ୍ରାର୍ଥୀ କରିଥିବା ବେଳେ ଭାଜପା ଜିଲା ଉପସଭାପତି ସୁରେଶ ସାହୁ ଓ କଂଗ୍ରେସ ଦଳର ପୁରୁଣା ସଙ୍ଗଠକ ନିମାଇଁ ଚରଣ ଦାସଙ୍କୁ ଛିଡ଼ା କରାଇଛି। ଏହି ଜିଲା ପରିଷଦ ଜୋନ୍‌ ଚାନ୍ଦବାଲିର ଏକ ସମ୍ବେଦନଶୀଳ ଜୋନ୍‌ କହିଲେ ଚଳେ। ନଦୀ ନାଳ ଘେରା ଏହି ଜୋନ୍‌ରେ ବିକାଶର ଆବଶ୍ୟକତା ରହିଥିବା ବେଳେ ଏଠାରୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସମୟରେ ସୁରେଶ ସାହୁ ନିର୍ବାଚିତ ହୋଇଥିଲେ। ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ସମୟରେ ତାଙ୍କ ସାନଭାଇ ଅଜୟ ନାୟକ ଏଠାରୁ ବିକାଶର ଦ୍ୱାହି ଦେଇ ନିର୍ବାଚନ ଜିତିଥିଲେ। ବିଜେଡି ଏଠାରୁ ୩ଥର ଲଗାତର ଜିତି ସାରିଥିବା ବେଳେ ଚତୁର୍ଥଥର ପାଇଁ ଜିତିବାକୁ ସମସ୍ତ ରଣକୌଶଳ ଆପଣାଇଛି। ବିଧାୟକ ବ୍ୟୋମକେଶ ରାୟଙ୍କ ଏକାନ୍ତ ଅନୁଗତ ଭାବେ ପରିଚିତ ପ୍ରିନ୍ସ ରାକେଶ ଜୋନ୍‌ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ବିଜେଡି ଯୋଗୁ ବିକାଶ ସମ୍ଭବ ହୋଇଛି, ରାସ୍ତାଘାଟ ନିର୍ମାଣ ସହ ବିଜୁଳି, ପାଣି ସମସ୍ୟାର ସମାଧାନ ହୋଇଥିବା କଥା କହିବା ସହ ଆଗାମୀ ୫ ବର୍ଷରେ ଜୋନ୍‌ର ଦ୍ରୁତ ପ୍ରଗତି ହେବ ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି।
ଅନ୍ୟପକ୍ଷେ ଭାଜପା ପ୍ରାର୍ଥୀ ସୁରେଶ ସାଳନ୍ଦୀ ନଦୀ ଉପରେ ଧାନଖଣିଆ ଓ ତିନିତର ସେତୁ ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ସତ୍ତ୍ୱେ ହୋଇ ନ ପାରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିବା ସହ ଏହି ଜୋନ୍‌ରେ ସେମିତି କିଛି ଆଖିଦୃଶିଆ ପ୍ରଗତି ହୋଇ ନ ଥିବା କହୁଛନ୍ତି। ସେ ଜିତିଥିବା ସମୟରେ କଉଡ଼ିଆ ପୋଲ ଓ ବିଭିନ୍ନ ଗଁାରେ ନାଳ, ଯୋର ଉପରେ ପୋଲ କରିଥିବା କହିଛନ୍ତି। ଏପଟେ କଂଗ୍ରେସ ପ୍ରାର୍ଥୀ ନିମାଇଁ ଉଭୟ ବିଜେଡି ଓ ଭାଜପା ଉପରେ ବର୍ଷିଛନ୍ତି। ଉଭୟ ଦଳ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ିରହି ଲୋକଙ୍କୁ ମିଛ ବିକାଶରେ ଭୁଅଁା ବୁଲାଉଥିବା କହିଛନ୍ତି। ଚଳିତ ନିର୍ବାଚନରେ ତାଙ୍କ ଉପରେ ଲୋକେ ଆସ୍ଥା ପ୍ରକଟ କରିଥିବା ଜୋର୍‌ ଦେଇ କହୁଛନ୍ତି। ପ୍ରକାଶ ଥାଉକି, ୨୦୧୭ ନିର୍ବାଚନରେ ଏହି ଜୋନ୍‌ରୁ ବିଜେଡି ପ୍ରାର୍ଥୀ ୧୨ ହଜାର ୧୯୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଭାଜପା ପ୍ରାର୍ଥୀ ୧୧,୧୮୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ଓ କଂଗ୍ରେସ ପ୍ରାର୍ଥୀ ପାଖାପାଖି ୩ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri