ଗଡ଼ ବଞ୍ଚାଇବାକୁ ବିଜେଡିର ଉଦ୍ୟମ

ଆରଡ଼ି,୧୧।୨(ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧୀନ ୧ ନଂ. ଜିଲା ପରିଷଦ ଜୋନ୍‌ରେ ଏଥର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏଥର ସାଧାରଣ ବର୍ଗର ପ୍ରାର୍ଥୀମାନେ ଏଠାରେ ନିର୍ବାଚନ ଲଢୁଛନ୍ତି। ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ବି ମୁଖ୍ୟତଃ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କୁ ନେଇ ତ୍ରିମୁଖୀ ଲଢ଼େଇ ହେବା ସ୍ପଷ୍ଟ ହୋଇଛି।
୮ ପଞ୍ଚାୟତକୁ ନେଇ ଏହି ଜୋନ୍‌ ଗଠିତ। ଆରଡ଼ି, ନାନ୍ଦପୁର, ସୁନ୍ଦରପୁର, ଓଳଗ, ଭୂଇଁବୃତି, ମାଧପୁର, ଘଟପୁର ଓ ଖେରଙ୍ଗ ପଞ୍ଚାୟତ ଏହି ଜୋନ୍‌ରେ ଅନ୍ତର୍ଭୁକ୍ତ। ବିଜେଡି ରାଜ୍ୟ ଛାତ୍ର ସମ୍ପାଦକ ପ୍ରିନ୍ସ ରାକେଶ ନାୟକଙ୍କୁ ଏଠାରେ ପ୍ରାର୍ଥୀ କରିଥିବା ବେଳେ ଭାଜପା ଜିଲା ଉପସଭାପତି ସୁରେଶ ସାହୁ ଓ କଂଗ୍ରେସ ଦଳର ପୁରୁଣା ସଙ୍ଗଠକ ନିମାଇଁ ଚରଣ ଦାସଙ୍କୁ ଛିଡ଼ା କରାଇଛି। ଏହି ଜିଲା ପରିଷଦ ଜୋନ୍‌ ଚାନ୍ଦବାଲିର ଏକ ସମ୍ବେଦନଶୀଳ ଜୋନ୍‌ କହିଲେ ଚଳେ। ନଦୀ ନାଳ ଘେରା ଏହି ଜୋନ୍‌ରେ ବିକାଶର ଆବଶ୍ୟକତା ରହିଥିବା ବେଳେ ଏଠାରୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସମୟରେ ସୁରେଶ ସାହୁ ନିର୍ବାଚିତ ହୋଇଥିଲେ। ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ସମୟରେ ତାଙ୍କ ସାନଭାଇ ଅଜୟ ନାୟକ ଏଠାରୁ ବିକାଶର ଦ୍ୱାହି ଦେଇ ନିର୍ବାଚନ ଜିତିଥିଲେ। ବିଜେଡି ଏଠାରୁ ୩ଥର ଲଗାତର ଜିତି ସାରିଥିବା ବେଳେ ଚତୁର୍ଥଥର ପାଇଁ ଜିତିବାକୁ ସମସ୍ତ ରଣକୌଶଳ ଆପଣାଇଛି। ବିଧାୟକ ବ୍ୟୋମକେଶ ରାୟଙ୍କ ଏକାନ୍ତ ଅନୁଗତ ଭାବେ ପରିଚିତ ପ୍ରିନ୍ସ ରାକେଶ ଜୋନ୍‌ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ବିଜେଡି ଯୋଗୁ ବିକାଶ ସମ୍ଭବ ହୋଇଛି, ରାସ୍ତାଘାଟ ନିର୍ମାଣ ସହ ବିଜୁଳି, ପାଣି ସମସ୍ୟାର ସମାଧାନ ହୋଇଥିବା କଥା କହିବା ସହ ଆଗାମୀ ୫ ବର୍ଷରେ ଜୋନ୍‌ର ଦ୍ରୁତ ପ୍ରଗତି ହେବ ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି।
ଅନ୍ୟପକ୍ଷେ ଭାଜପା ପ୍ରାର୍ଥୀ ସୁରେଶ ସାଳନ୍ଦୀ ନଦୀ ଉପରେ ଧାନଖଣିଆ ଓ ତିନିତର ସେତୁ ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ସତ୍ତ୍ୱେ ହୋଇ ନ ପାରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିବା ସହ ଏହି ଜୋନ୍‌ରେ ସେମିତି କିଛି ଆଖିଦୃଶିଆ ପ୍ରଗତି ହୋଇ ନ ଥିବା କହୁଛନ୍ତି। ସେ ଜିତିଥିବା ସମୟରେ କଉଡ଼ିଆ ପୋଲ ଓ ବିଭିନ୍ନ ଗଁାରେ ନାଳ, ଯୋର ଉପରେ ପୋଲ କରିଥିବା କହିଛନ୍ତି। ଏପଟେ କଂଗ୍ରେସ ପ୍ରାର୍ଥୀ ନିମାଇଁ ଉଭୟ ବିଜେଡି ଓ ଭାଜପା ଉପରେ ବର୍ଷିଛନ୍ତି। ଉଭୟ ଦଳ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ିରହି ଲୋକଙ୍କୁ ମିଛ ବିକାଶରେ ଭୁଅଁା ବୁଲାଉଥିବା କହିଛନ୍ତି। ଚଳିତ ନିର୍ବାଚନରେ ତାଙ୍କ ଉପରେ ଲୋକେ ଆସ୍ଥା ପ୍ରକଟ କରିଥିବା ଜୋର୍‌ ଦେଇ କହୁଛନ୍ତି। ପ୍ରକାଶ ଥାଉକି, ୨୦୧୭ ନିର୍ବାଚନରେ ଏହି ଜୋନ୍‌ରୁ ବିଜେଡି ପ୍ରାର୍ଥୀ ୧୨ ହଜାର ୧୯୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଭାଜପା ପ୍ରାର୍ଥୀ ୧୧,୧୮୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ଓ କଂଗ୍ରେସ ପ୍ରାର୍ଥୀ ପାଖାପାଖି ୩ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri