Posted inଗଜପତି

ଗାଁରୁ ଗଡ଼ିପାରୁନି ବିଜୁ ଗାଁ ଗାଡ଼ି

ଆର.ଉଦୟଗିରି,୧୫।୫(ଡି.ଏନ୍‌.ଏ.) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁରୁ ଗାଁକୁ ବିଜୁ ଗାଁ ଗାଡି ଯୋଜନା ପ୍ରଣୟନ କଲେ। ଉଦ୍ଦେଶ୍ୟ ଥିଲା ଗାଁର ଗରିବ ଆଦିବାସୀମାନେ ବିଭିନ୍ନ କାମଧନ୍ଦାରେ ବାହାରକୁ କମ୍‌ ଖର୍ଚ୍ଚରେ ଯିବାଆସିବା କରିପାରିବେ। କିନ୍ତୁ ଗଜପତି ଜିଲା ଆର.ଉଦୟଗିରି ବ୍ଲକରେ ଏହି ଯୋଜନାରେ ଦିଆଯାଇଥିବା ଗାଡି ଟାଣିଲେ ଆଗକୁ ଗଡୁନି ଓ ଠେଲିଲେ ଚକାଜାମ ହୋଇଯାଉଛି। କାରଣ ଆର.ଉଦୟଗିରି ବ୍ଲକ ଏକ ଆଦିବାସୀ ବହୁଳ ପାହାଡ଼ିଆ ଦୁର୍ଗମ ଅଞ୍ଚଳ। ଏହି ଅଞ୍ଚଳରେ ବାସ କରୁଥିବା ଗରିବ ଜନସାଧାରଣଙ୍କ ଯାତାୟାତ ନିମନ୍ତେ କୌଣସି ସୁବିଧା ନଥିବା ଯୋଗୁ ରାଜ୍ୟ ସରକାରଙ୍କ ଆଦିବାସୀ ମଙ୍ଗଳ ବିଭାଗ ସହାୟତାରେ ଗତ କିଛି ବର୍ଷ ପୂର୍ବେ ଗଜପତି ଜିଲାର ଆର.ଉଦୟଗିରି, ମୋହନା ଓ ନୂଆଗଡ଼ ବ୍ଲକରେ ବାସ କରୁଥିବା ଲୋକଙ୍କ ସୁବିଧା ନିମନ୍ତେ ପ୍ରତି ପଞ୍ଚାୟତରୁ ବସ ସେବା ଆରମ୍ଭ କଲେ। କିନ୍ତୁ ଏହାର ପରିଚାଳନା ଦାୟିତ୍ୱ ଦେଲେ ଆଦିବାସୀ ମହିଳା ସ୍ବୟଂ ସହାୟକ ଦଳକୁ, ଯେଉଁ ମହିଳାମାନଙ୍କୁ ଲେଖିପଢ଼ି ଜଣାନାହିଁ କି ଗାଡ଼ି ରକ୍ଷଣାବେକ୍ଷଣ ବିଷୟରେ ଜ୍ଞାନ ନାହିଁ। ପ୍ରଶାସନ ମଧ୍ୟ ଏହା କିଭଳି ରକ୍ଷଣାବେକ୍ଷଣ ହେବ ତାରି ଉପରେ ସେମାନଙ୍କୁ ତାଲିମ ଦେଲାନାହିଁ। ଫଳରେ ଏହି ଆଦିବାସୀ ମହିଳାଙ୍କ ନଁାରେ କିଛି ଦଲାଲ ଗାଡ଼ି ଭଲ ଚାଲିବା ସମୟରେ ବ୍ୟବହାର କଲେ ଓ ଯେଉଁ ସମୟରେ ଗାଡିର ରକ୍ଷଣାବେକ୍ଷଣ ଦରକାର ପଡିଲା, ସେହି ଦିନରୁ ଦଲାଲମାନେ ଗାଡି ଚଳେଇବା ବନ୍ଦ କରିଦେଲେ। ଫଳରେ ବସଗୁଡିକ ଖତ ଖାଉଥିବା ଦେଖିବାକୁ ମିଳୁଛି। ଏ ନେଇ ସ୍ଥାନୀୟ ବିଡିଓ ପ୍ରଦିପ କୁମାର ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ପ୍ରତି ବ୍ଲକରେ ବିଜୁ ଗାଁ ଗାଡିର ମେଣ୍ଟେନାନ୍ସ ମାଗିବା ଫଳରେ ମହିଳା ମଣ୍ଡଳ ତାହା କରିବାକୁ ଅସମର୍ଥ। ତେଣୁ ସେମାନେ ବ୍ଲକକୁ ଫେରାଇ ଦେଇଥିଲେ। ଦାୟିତ୍ୱ ନେଇଥିବା ମହିଳା ମଣ୍ଡଳ ଗାଡି ଠିକ୍‌ ଭାବେ ମେଣ୍ଟେନାନ୍ସ ନ କରିପାରିବାରୁ ଅଚଳ ଅବସ୍ଥାରେ ପଡିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?