Posted inଗଜପତି

ଗାଁରୁ ଗଡ଼ିପାରୁନି ବିଜୁ ଗାଁ ଗାଡ଼ି

ଆର.ଉଦୟଗିରି,୧୫।୫(ଡି.ଏନ୍‌.ଏ.) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁରୁ ଗାଁକୁ ବିଜୁ ଗାଁ ଗାଡି ଯୋଜନା ପ୍ରଣୟନ କଲେ। ଉଦ୍ଦେଶ୍ୟ ଥିଲା ଗାଁର ଗରିବ ଆଦିବାସୀମାନେ ବିଭିନ୍ନ କାମଧନ୍ଦାରେ ବାହାରକୁ କମ୍‌ ଖର୍ଚ୍ଚରେ ଯିବାଆସିବା କରିପାରିବେ। କିନ୍ତୁ ଗଜପତି ଜିଲା ଆର.ଉଦୟଗିରି ବ୍ଲକରେ ଏହି ଯୋଜନାରେ ଦିଆଯାଇଥିବା ଗାଡି ଟାଣିଲେ ଆଗକୁ ଗଡୁନି ଓ ଠେଲିଲେ ଚକାଜାମ ହୋଇଯାଉଛି। କାରଣ ଆର.ଉଦୟଗିରି ବ୍ଲକ ଏକ ଆଦିବାସୀ ବହୁଳ ପାହାଡ଼ିଆ ଦୁର୍ଗମ ଅଞ୍ଚଳ। ଏହି ଅଞ୍ଚଳରେ ବାସ କରୁଥିବା ଗରିବ ଜନସାଧାରଣଙ୍କ ଯାତାୟାତ ନିମନ୍ତେ କୌଣସି ସୁବିଧା ନଥିବା ଯୋଗୁ ରାଜ୍ୟ ସରକାରଙ୍କ ଆଦିବାସୀ ମଙ୍ଗଳ ବିଭାଗ ସହାୟତାରେ ଗତ କିଛି ବର୍ଷ ପୂର୍ବେ ଗଜପତି ଜିଲାର ଆର.ଉଦୟଗିରି, ମୋହନା ଓ ନୂଆଗଡ଼ ବ୍ଲକରେ ବାସ କରୁଥିବା ଲୋକଙ୍କ ସୁବିଧା ନିମନ୍ତେ ପ୍ରତି ପଞ୍ଚାୟତରୁ ବସ ସେବା ଆରମ୍ଭ କଲେ। କିନ୍ତୁ ଏହାର ପରିଚାଳନା ଦାୟିତ୍ୱ ଦେଲେ ଆଦିବାସୀ ମହିଳା ସ୍ବୟଂ ସହାୟକ ଦଳକୁ, ଯେଉଁ ମହିଳାମାନଙ୍କୁ ଲେଖିପଢ଼ି ଜଣାନାହିଁ କି ଗାଡ଼ି ରକ୍ଷଣାବେକ୍ଷଣ ବିଷୟରେ ଜ୍ଞାନ ନାହିଁ। ପ୍ରଶାସନ ମଧ୍ୟ ଏହା କିଭଳି ରକ୍ଷଣାବେକ୍ଷଣ ହେବ ତାରି ଉପରେ ସେମାନଙ୍କୁ ତାଲିମ ଦେଲାନାହିଁ। ଫଳରେ ଏହି ଆଦିବାସୀ ମହିଳାଙ୍କ ନଁାରେ କିଛି ଦଲାଲ ଗାଡ଼ି ଭଲ ଚାଲିବା ସମୟରେ ବ୍ୟବହାର କଲେ ଓ ଯେଉଁ ସମୟରେ ଗାଡିର ରକ୍ଷଣାବେକ୍ଷଣ ଦରକାର ପଡିଲା, ସେହି ଦିନରୁ ଦଲାଲମାନେ ଗାଡି ଚଳେଇବା ବନ୍ଦ କରିଦେଲେ। ଫଳରେ ବସଗୁଡିକ ଖତ ଖାଉଥିବା ଦେଖିବାକୁ ମିଳୁଛି। ଏ ନେଇ ସ୍ଥାନୀୟ ବିଡିଓ ପ୍ରଦିପ କୁମାର ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ପ୍ରତି ବ୍ଲକରେ ବିଜୁ ଗାଁ ଗାଡିର ମେଣ୍ଟେନାନ୍ସ ମାଗିବା ଫଳରେ ମହିଳା ମଣ୍ଡଳ ତାହା କରିବାକୁ ଅସମର୍ଥ। ତେଣୁ ସେମାନେ ବ୍ଲକକୁ ଫେରାଇ ଦେଇଥିଲେ। ଦାୟିତ୍ୱ ନେଇଥିବା ମହିଳା ମଣ୍ଡଳ ଗାଡି ଠିକ୍‌ ଭାବେ ମେଣ୍ଟେନାନ୍ସ ନ କରିପାରିବାରୁ ଅଚଳ ଅବସ୍ଥାରେ ପଡିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବରେ ମିଳୁଛି ଦରମା

ମୋହନା,୨୧ା୪(ମନ୍ମଥ ମିଶ୍ର)ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ଅଶାନ୍ତି ଦେଖାଦେଇଛି । ଦିନରାତି ପରିଶ୍ରମ କଲେ ବି କର୍ମଚାରୀଙ୍କୁ ମିଳୁନି ଠିକ...

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

ପାଣି ନାହିଁ ତ ଭୋଟ ନାହିଁ,

ମୋହନା,୪ା୪(ମନ୍ମଥ ମିଶ୍ର)- ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ କାଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri