ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଖାରଜ, ପୁଣି ଜେଲ୍‌ ଗଲେ

ପାରଳାଖେମୁଣ୍ଡି,୧୮।୧୧(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଝଟକା ଲାଗିଛି । ତାଙ୍କ ପକ୍ଷରୁ ଦାଖଲ ନିୟମିତ ଜାମିନ ଆବେଦନକୁ ପାରଳାଖେମୁଣ୍ଡି ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତ ଖାରଜ କରିଦେଇଛନ୍ତି । ଫଳରେ ବିଦ୍ୟାଭାରତୀଙ୍କୁ ପୁଣି ଜେଲ୍‌ ହାଜତକୁ ପଠାଇଦିଆଯାଇଛି ।
ସୂଚନାନୁଯାୟୀ, ଗତକାଲି ଅତିରିକ୍ତ ଜିଲା ଓ ଦୌରାଜଜ୍‌ ହରପ୍ରସାଦ ପଟ୍ଟନାୟକଙ୍କ ଅଦାଲତରେ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ । ବୁଧବାର ରାୟ ପ୍ରକାଶ କରି ଆବେଦନକୁ ଖାରଜ କରିଛନ୍ତି । ପ୍ରକାଶ ଯେ, ବିଦ୍ୟାଭାରତୀ ଗତ ୨ ନଭେମ୍ବରରେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଥିଲେ। ତେବେ ଅଦାଲତ ତାଙ୍କ ଆବେଦନ ଖାରଜ କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ।

ଏହାପରେ ସେ ନିୟମିତ ଜାମିନ ପାଇଁ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ଆବେଦନ କରିଥିଲେ । ମାମଲାର ଅନ୍ୟ ଅଭିଯୁକ୍ତଙ୍କ ବିଚାର ପ୍ରକ୍ରିୟା ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ଚାଲୁଥିବାରୁ ତାଙ୍କ ଜାମିନ ଆବେଦନ ସେହି ଅଦାଲତକୁ ସ୍ଥାନାନ୍ତର ହୋଇଥିଲା। ସେଠାରେ ଶୁଣାଣି ପରେ ଆଜି ଆବେଦନ ଖାରଜ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧାର୍ମିକ ପୀଠରେ ଆକ୍ରମଣ ମାମଲା: କେନ୍ଦୁଝରରେ ଆଦିବାସୀଙ୍କ ବିଶାଳ ପ୍ରତିବାଦ

କେନ୍ଦୁଝର,୧୮।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ବସନ୍ତପୁର ଗ୍ରାମରେ ଆଦିବାସୀଙ୍କ ପବିତ୍ର ଧାର୍ମିକ ପୀଠ ଜାହେରାରେ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାର ପ୍ରତିବାଦ…

ପଡିଆରେ ରକ୍ତାକ୍ତ ହେଲେ ଏହି ଖେଳାଳି, ମ୍ୟାଚ୍‌ରୁ ପଡିଲେ ବାଦ୍‌

ନୂଆଦିଲ୍ଲୀ, ୧୮।୧୧: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘଟିଛି ଅଘଟଣ । ଇଂଲଣ୍ଡର ଦ୍ରୁତ ବୋଲର ଗସ୍‌ ଆଟକିନସନ୍‌ଙ୍କ ଏକ ଭୟଙ୍କର…

ଚାଷୀ ପ୍ରଶିକ୍ଷଣ ପାଇଁ ଆସିଥିବା ୨୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ଭିଜିଲାନ୍ସ ହେପାଜତରେ ୨ ଅଧିକାରୀ

ବାଲେଶ୍ୱର,୧୮ା୧୧(ମୃତ୍ୟୁଞ୍ଜୟ ପଟ୍ଟନାୟକ): ସରକାରୀ ଟଙ୍କା ହେରଫେର୍‌ ମାମଲାରେ ବାଲେଶ୍ୱର ଜିଲା କୃଷି ବିଭାଗର ପୂର୍ବତନ ଉପନିର୍ଦ୍ଦେଶକ ସରୋଜ କୁମାର ଗିରି ଓ ଏନ୍‌ଜିଓ ନିର୍ଦ୍ଦେଶକ ତୁଷାର କାନ୍ତ…

ଖୋର୍ଦ୍ଧାରେ ୨ ଦିନ ସମସ୍ତ ସ୍କୁଲ ଛୁଟି

ଖୋର୍ଦ୍ଧା,୧୮ା୧୧(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ରାଜ୍ୟରେ ୧୭ରୁ ୨୩ ନଭେମ୍ବର ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା…

IPL ୨୦୨୭ ଅକ୍ସନ୍‌ ପୂର୍ବରୁ ବଡ଼ ହଲଚଲ୍‌! ଧୋନୀଙ୍କ ସମେତ ୫ ଚାମ୍ପିଅନ୍‌ ଖେଳାଳି ବାଦ୍‌

ନୂଆଦିଲ୍ଲୀ, ୧୮।୧୧: IPL ୨୦୨୭ ମିନି ଅକ୍ସନ୍‌ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ରିଟେନ୍‌ ଓ ରିଲିଜ୍‌ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି ।…

ବାତ୍ୟା ମୁକାବିଲା ପାଇଁ କୋରାପୁଟ ପ୍ରଶାସନର ଆଗୁଆ ପ୍ରସ୍ତୁତି, ୮୪ଟି ବୁଡ଼ି ଅଞ୍ଚଳ ଚିହ୍ନଟ

କୋରାପୁଟ,୧୮।୧୧(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଜିଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ…

ଏହି ଜିଲାରେ ୨ ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଛତ୍ରପୁର,୧୮ା୧୧(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

ଅଚାନକ ଡହ ଜଳଭଣ୍ଡାରରେ ପହଞ୍ଚିଲେ ଆର୍‌ଡିସି ବିଜୟ ଅମୃତା କୁଲାଙ୍ଗେ, ସ୍ଥିତି ସମୀକ୍ଷା କରି…

ଭଞ୍ଜନଗର,୧୮ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାବାସୀ ଗତବନ୍ୟାରୁ ମୁକୁଳି ନ ଥିବାବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତା ୧୯ ଓ ୨୦ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?