ଓଡ଼ିଶା ମୁହାଁ ‘ଅକ୍ୱାନ’ : ସକାଳୁ ସକାଳୁ ଜଣାପଡିଲା, କେଉଁଠି ପିଟିହେବ…

ଭୁବନେଶ୍ୱର, ୧୯ା୧୧ (ସୌମ୍ୟରଞ୍ଜନ ରାଉତ): ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ୱାନ’ ଭୀଷଣ ରୂପ ନେଇ ଓଡ଼ିଶା ଉପକୂଳ ମୁହଁା ହୋଇଛି। ବାରମ୍ୱାର ଗତିପଥ ବଦଳୁ ଥିବାରୁ ଚିନ୍ତା ବଢ଼ିଛି। ବୁଧବାର ରାତି ସୁଦ୍ଧା ଏହା ଉତ୍ତର ଦିଗରେ ଘଣ୍ଟାପ୍ରତି ୧୦ କିମି ବେଗରେ ଆଗକୁ ବଢ଼ି ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ରାତି ୧୧ଟାରେ ଜାରି ଜାତୀୟ ବୁଲେଟିନ ଅନୁଯାୟୀ, ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ଏକ ଭୀଷଣ ବାତ୍ୟା ରୂପରେ ଆନ୍ଧ୍ରପ୍ରଦେଶର ନରସାପୁର ଏବଂ ଓଡ଼ିଶାର ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ, ଉପକୂଳ ଏବଂ ଉତ୍ତର ଓଡ଼ିଶା ପାଇଁ ବର୍ଷା, ପବନ ଓ ଜୁଆର ସତର୍କତା ଜାରି କରାଯାଇଛି। ୯ ଜିଲାରେ ୧୯ ତାରିଖଠାରୁ ଶିକ୍ଷାନୁଷ୍ଠାନ, ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା, ବର୍ଷା ଓ ବନ୍ୟା ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି। କାର୍ତ୍ତିକ ମାସ ପଞ୍ଚକ ସମୟରେ ବାତ୍ୟା ଆସିଥିବାବେଳେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ କଟକ ଜିଲାର ଧବଳେଶ୍ୱର, ସିଂହନାଥ ଓ ଭଟ୍ଟାରିକା ମନ୍ଦିର ସମେତ ଅନେକ ଧାର୍ମିକ ସ୍ଥଳରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି। ସେହିପରି ଭୂସ୍ଖଳନ ଆଶଙ୍କା ଥିବାରୁ ଦାରିଙ୍ଗବାଡ଼ି-ଗାଜଲବାଡ଼ି ଏବଂ କଳିଙ୍ଗା ଘାଟିକୁ ସିଲ୍‌ କରିଦିଆଯାଇଛି।
ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବୁଧବାର ରାତି ୮ଟା ୩୦ ସୁଦ୍ଧା ‘ଅକ୍ୱାନ’ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗରେ କେନ୍ଦ୍ରୀଭୂତ ହୋଇଥିଲା। ଏହା ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ୪୮୦ କିମି ଦକ୍ଷିଣ-ପୂର୍ୱ, କଳିଙ୍ଗପଟ୍ଟନମ୍‌ଠାରୁ ୫୨୦ କିମି
ଓଡ଼ିଶା ମୁହଁା ‘ଅକ୍ୱାନ’….
ଦକ୍ଷିଣ-ଦକ୍ଷିଣପୂର୍ୱ, ଚେନ୍ନାଇଠାରୁ ୫୬୦ କିମି ପୂର୍ୱ, ଗୋପାଳପୁରଠାରୁ ୬୧୦ କିମି ଦକ୍ଷିଣ ଏବଂ ପୁରୀଠାରୁ ୬୭୦ କିମି ଦକ୍ଷିଣରେ ରହିଥିଲା। ବୁଧବାର ରାତିରେ ପବନର ବେଗ ୯୫-୧୦୫ କିମି (ଝଟକା ୧୧୫ କିମି) ରହିବା ସହ ୧୯ ତାରିଖ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଏହାର ତୀବ୍ରତା ବୃଦ୍ଧି ପାଇ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କିମି (ଝଟକା ୧୨୦ କିମି) ପର୍ଯ୍ୟନ୍ତ ପହଞ୍ଚିବ। ୨୦ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବା ସମୟରେ ଏହା ଭୀଷଣ ବାତ୍ୟା ଭାବେ ଅତିକ୍ରମ କରିବ ଏବଂ ପରବର୍ତ୍ତୀ ସମୟରେ ଦୁର୍ୱଳ ହୋଇ ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ଏବଂ ୨୧ ତାରିଖ ସକାଳ ସୁଦ୍ଧା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ।
୧୯ ଓ ୨୦ ନଭେମ୍ୱରରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା (୨୧ ସେମି କିମ୍ୱା
ତା’ଠାରୁ ଅଧିକ) ହେବା ସହ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୧ ନଭେମ୍ୱରରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶା ଉପକୂଳରେ ୧୯ ତାରିଖ ସକାଳୁ ପବନର ବେଗ ୬୦-୭୦ କିମି (ଝଟକା ୮୦ କିମି) ଏବଂ ୧୯ ରାତିରୁ ୨୦ ମଧ୍ୟାହ୍ନ ପର୍ଯ୍ୟନ୍ତ ୯୦-୧୦୦ କିମି (ଝଟକା ୧୧୦ କିମି) ରହିବା ସହ ଉତ୍ତର ଓଡ଼ିଶା ଉପକୂଳରେ ୭୦-୮୦ କିମି (ଝଟକା ୯୦ କିମି) ବେଗରେ ପବନ ବହିବ। ୨୧ ତାରିଖ ବେଳକୁ ପବନର ବେଗ କ୍ରମଶଃ ହ୍ରାସ ପାଇବ। ସେହିପରି ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଦକ୍ଷିଣ ଉପକୂଳ ଓଡ଼ିଶାର ଗଞ୍ଜାମ ଏବଂ ପୁରୀ ଜିଲା ସମେତ ଆନ୍ଧ୍ରପ୍ରଦେଶର ୬ଟି ଜିଲାର ତଳିଆ ଅଞ୍ଚଳରେ ୦.୫ରୁ ୧ ମିଟର ଉଚ୍ଚର ସାମୁଦ୍ରିକ ଜୁଆର ମାଡ଼ି ଆସି ଜଳମଗ୍ନ କରିବାର ଆଶଙ୍କା ରହିଛି। ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ କଚ୍ଚା ଘର, ଚାଳ ଘର ଓ ଆଜବେଷ୍ଟସ ଘରର ବ୍ୟାପକ କ୍ଷତି ହେବା ସହ ବିଦ୍ୟୁତ୍‌ତ୍ ଓ ଟେଲିଫୋନ ଖୁଣ୍ଟ ଉପୁଡ଼ିବା ଏବଂ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇପାରେ। ଗଜପତି ଓ କନ୍ଧମାଳ ଜିଲାରେ ଭୂସ୍ଖଳନ ଆଶଙ୍କା ଥିବାରୁ ସତର୍କତା ଜାରି କରାଯାଇଛି। ବ୍ୟାପକ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ୧୯ ତାରିଖ ରାତିରୁ ସ୍ଥଳଭାଗ ଛୁଇଁବା ପର୍ଯ୍ୟନ୍ତ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ ଏବଂ ୧୪ ମିଟରରୁ ଅଧିକ ଉଚ୍ଚର ଢେଉ ଉଠିବ, ଯେଉଁଥିପାଇଁ ଆସନ୍ତା ୨୧ ନଭେମ୍ୱର ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି। ଏଥିସହ ଉପକୂଳବର୍ତ୍ତୀ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ପ୍ରଭାବିତ ଅଞ୍ଚଳର ଲୋକମାନେ ଘର ଭିତରେ ରହିବା ଏବଂ ରେଳ, ସଡ଼କ ଓ ବିମାନ ଚଳାଚଳକୁ ନିୟନ୍ତ୍ରିତ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ବିଧାନସଭା ହୁଲ୍‌ସ୍ଥୂଲ: ବିଜେଡି ଉଠାଇଲା ଗଞ୍ଜାମ ବନ୍ୟା, କଂଗ୍ରେସର କୋଟିଆ

ଭୁବନେଶ୍ୱର,୧୯।୧୧ (ରବିନାରାୟଣ ଜେନା):ସପ୍ତଦଶ ବିଧାନସଭାର ଅଷ୍ଟମ ତଥା ଶୀତକାଳୀନ ଅଧିବେଶନ ଆରମ୍ଭରୁ ଗୃହ ହୁଲସ୍ଥୂଲ ହୋଇଛି। ଗୃହରେ ଦିବଂଗତ ପୂର୍ୱତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରସ୍ତାବ ପାରିତ…

‘ଅକ୍ୱାନ’ ମୁକାବିଲାରେ ଲୋକଙ୍କ ସାଙ୍ଗରେ ରୁହ: ନବୀନ

ଭୁବନେଶ୍ୱର, ୧୮।୧୧(ସୁନିତ୍‌ ମିଶ୍ର): ବାତ୍ୟା ‘ଅକ୍ୱାନ୍‌’କୁ ଦୃଷ୍ଟିରେ ରଖି ବିପଦ ସମୟରେ ଲୋକଙ୍କ ସହିତ ରହିବା ପାଇଁ ସମସ୍ତ ବିଜେଡି ନେତା ଓ କର୍ମୀଙ୍କୁ ଦଳର ସଭାପତି…

IMDର ବଡ଼ ସୂଚନା; ଦୁର୍ବଳ ହେଉଛି ଅକ୍ୱାନ୍‌, ଲ୍ୟାଣ୍ଡଫଲ ସମୟରେ…..

ଭୁବନେଶ୍ୱର,୧୮।୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍‌’କୁ ନେଇ ଆସିଛି ନୂଆ ସୂଚନା। ଦୁଇଟି ଗୁରୁଚାପ ବଳୟ ମଧ୍ୟରେ ବାତ୍ୟା କ୍ରମଶଃ ଦୁର୍ବଳ ହେଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ…

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ଅକ୍ବାନ୍ ସମୀକ୍ଷା ; ଓଡ଼ିଶାରେ ଲ୍ୟାଣ୍ଡଫଲ୍‌! ୪୬ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର

ଭୁବନେଶ୍ୱର,୧୮।୧୧: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ସରକାର। ଏହାରି ଭିତରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ SRCଙ୍କ କାର୍ଯ୍ୟାଳୟରେ ବାତ୍ୟା ସମୀକ୍ଷା କରିଛନ୍ତି…

ବାତ୍ୟା ‘ଅକ୍ୱାନ’ ଭୟ: କଳାହାଣ୍ଡି ଜିଲାର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା,ଜାଣନ୍ତୁ…

ଭବାନୀପାଟଣା,୧୮।୧୧ (ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ପ୍ରଭାବକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଗୁରୁବାର) କଳାହାଣ୍ଡି ଜିଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ…

ଚାଇନାରେ ଏକାଠି ହେଲେ ଟ୍ରମ୍ପ୍‌-ପୁଟିନ୍‌-ଜିନ୍‌ପିଙ୍ଗ, ବୈଠକ ଉପରେ ବିଶ୍ବର ନଜର

ବେଜିଂ, ୧୮ା୧୧: ଚାଇନା ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚାଇନାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପ୍ରୋଟୋକଲ ଭାଙ୍ଗି ଚୀନ…

ଓଡ଼ିଶା ମୁହାଁ ବାତ୍ୟା; ଜୁନିୟର ଆସିଷ୍ଟାଣ୍ଟ-କ୍ଲର୍କ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୮।୧୧: ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଅକ୍ୱାନ’ । ୯ କିମି ବେଗରେ ବଢୁଛି ଭୀଷଣ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ଓ…

ଡାକ୍ତରଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ଦାବିରେ ଧାରଣା

ନୂଆପଡ଼ା,୧୮।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?