ଚନ୍ଦ୍ରଗିରି ନୋଡାଲ ସ୍କୁଲ: ବିଦ୍ୟାଳୟ ପଡ଼ିଆରେ ମଧ୍ୟାହ୍ନଭୋଜନ

ମୋହନା,୧୯ା୧୧(ମନ୍ମଥ ମିଶ୍ର): ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଓ ଭିତ୍ତିଭୂମିର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏକ୍ଷେତ୍ରରେ ବହୁ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। ମାତ୍ର ପ୍ରଶାସନିକ ଅବହେଳା ଓ ଉଦାସୀନତା ଯୋଗୁ ଏହାର ସୁଫଳ ପିଲାମାନେ ପାଉନାହାନ୍ତି। ଅନେକ ବିଦ୍ୟାଳୟରେ ମୌଳିକ ସୁବିଧା ଛାତ୍ରୀଛାତ୍ରଙ୍କ ପାଖରେ ପହଞ୍ଚତ୍ପାରୁ ନାହିଁି। ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(ନୋଡାଲ ସ୍କୁଲ) ଅବସ୍ଥା ଦେଖିଲେ ଏଭଳି ଅବ୍ୟବସ୍ଥା ସହଜରେ ବାରି ହୋଇଯାଉଛି। ଏଠାରେ ଛାତ୍ରୀଛାତ୍ରଙ୍କ ମୌଳିକ ଆବଶ୍ୟକତା ପୂରଣ ହୋଇପାରୁ ନାହିଁ। ଦୁର୍ୱଳ ଭିତ୍ତିଭୂମି ସାଙ୍ଗକୁ ମଧ୍ୟାହ୍ନଭୋଜନ ଖାଇବାକୁ କୋଠରି ନ ଥିବାରୁ ପିଲାମାନେ ବିଦ୍ୟାଳୟ ବାରଣ୍ଡା ଏବଂ ପଡ଼ିଆରେ ଖାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି।
ମୋହନା ବ୍ଲକର ସର୍ୱପୁରାତନ ବିଦ୍ୟାଳୟ ମଧ୍ୟରୁ ଚନ୍ଦ୍ରଗିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନ୍ୟତମ। ଏହି ଶିକ୍ଷାନୁଷ୍ଠାନରେ ବାଲ୍‌ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୭୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କ ପାଇଁ ୧୦ ଶିକ୍ଷକ, ୨ଜଣ ଶିଶୁ ସେବିକା ରହିଛନ୍ତି। ବାଲ୍‌ ବାଟିକାରେ ୨୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ପ୍ରଥମ ଶ୍ରେଣୀରେ ୨୬, ଦ୍ୱିତୀୟ ଶ୍ରେଣୀରେ ୫୦, ତୃତୀୟ ଶ୍ରେଣୀରେ ୩୭, ଚତୁର୍ଥ ଶ୍ରେଣୀରେ ୪୨, ପଞ୍ଚମ ଶ୍ରେଣୀରେ ୪୨, ଷଷ୍ଠ ଶ୍ରେଣୀରେ ୫୫, ସପ୍ତମ ଶ୍ରେଣୀରେ ୪୦ ଓ ଅଷ୍ଟମ ଶ୍ରେଣୀରେ ୫୯ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏତେ ସଂଖ୍ୟକ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ ମଧ୍ୟ ମଧ୍ୟାହ୍ନଭୋଜନ ଖାଇବାକୁ ସ୍ୱତନ୍ତ୍ର କକ୍ଷଟିଏ ନ ଥିବାରୁ ସେମାନେ ବିଦ୍ୟାଳୟ ବାରଣ୍ଡା ଓ ପଡ଼ିଆରେ ବସି ଭୋଜନ କରୁଛନ୍ତି। ବର୍ଷା, ଖରା ଓ ଶୀତ ସବୁବେଳେ ସମାନ ଅବସ୍ଥା ଦେଖିବାକୁ ମିଳୁଛି। କେବଳ ମଧ୍ୟାହ୍ନଭୋଜନ କକ୍ଷ ନୁହେଁ, ବିଦ୍ୟାଳୟର ଭିତ୍ତିଭୂମି ମଧ୍ୟ ଦୁର୍ୱଳ ଅବସ୍ଥାରେ ରହିଛି। ଦୀର୍ଘବର୍ଷ ହେଲା ପାଞ୍ଚଟି ଶ୍ରେଣୀଗୃହ ଅଧାପନ୍ତରିଆ ଭାବେ ନିର୍ମାଣାଧୀନ ଅବସ୍ଥାରେ ରହିଥିବାବେଳେ ମାତ୍ର ୪ଟି ଶ୍ରେଣୀଗୃହରେ ୩୭୮ ପିଲା ବସି ପଢ଼ୁଛନ୍ତି। ଗୋଟିଏ କୋଠରିରେ ଏକାଧିକ ଶ୍ରେଣୀର ପିଲାମାନେ ପଢ଼ୁଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି। ସେହିପରି ବିଦ୍ୟାଳୟ ପରିସରରେ ପକ୍କା ପାଚେରି ନ ଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷା ବିପନ୍ନ ହୋଇପଡ଼ିଛି। ଗତ ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଏକ କୋଠରି ଏବେ ମଧ୍ୟ ଅର୍ଦ୍ଧଭଗ୍ନ ଅବସ୍ଥାରେ ପଡ଼ିରହିଛି। ପ୍ରଶାସନ ଏହାକୁ ମରାମତି କରିବାକୁ ନାଁ ଧରୁନାହିଁ। ସେହିପରି ବିଦ୍ୟାଳୟର ମୁଖ୍ୟ ଫାଟକ ଦୀର୍ଘଦିନ ହେଲା ଭାଙ୍ଗି ପଡ଼ିଛି। ଏଥିଯୋଗୁ ବିଦ୍ୟାଳୟ ପରିସର ଅସୁରକ୍ଷିତ ହୋଇପଡ଼ିଛି। ସମସ୍ୟା ସମାଧାନ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ସ୍ଥାନୀୟ ସରପଞ୍ଚ ସ୍ଥାନୀୟ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ବିଡିଓ, ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ବିଦ୍ୟାଳୟର ଏଭଳି ଦୁରବସ୍ଥା ନେଇ ଅଭିଭାବକ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏସମ୍ପର୍କରେ ସିଡିଓ ଦୟାମୟ ପାଢୀଙ୍କୁ ପଚାରିବାରୁ ସେ କହିଲେ, ଏହି ପୁରାତନ ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ପାଇଁ ଗୁରୁତ୍ୱ ଦିଆଯାଉଛି। ଆଉ ଯାହା ସମସ୍ୟା ରହିଛି ସପ୍ତାହକ ମଧ୍ୟରେ ସମାଧାନ ବ୍ୟବସ୍ଥା ହେବ। ବିଦ୍ୟାଳୟକୁ କମ୍ପୋଜିଟ ଗ୍ରାଣ୍ଟ ୩୫ ହଜାର ଲେଖାଏ ଦୁଇଥର ଆସିଛି। ସ୍ପୋଟର୍‌ସ ଉପକରଣ ପାଇଁ ୧୦ ହଜାର ଟଙ୍କା ଅନୁଦାନ ଆସିଛି। ଗତ କିଛି ମାସ ପୂର୍ୱରୁ ଚନ୍ଦ୍ରଗିରି ସରପଞ୍ଚ ରଜନୀ ପ୍ରଧାନ ବିଦ୍ୟାଳୟରେ ପାନୀୟ ଜଳ ଏବଂ ଶୌଚାଳୟ ବ୍ୟବସ୍ଥା କରିଛନ୍ତି। ବିଭିନ୍ନ ସମୟରେ ବିଦ୍ୟାଳୟ ପାଇଁ ଆସୁଥିବା ଅନୁଦାନର ସୁବିନିଯୋଗ କରି ଆଗାମୀ ଦିନରେ ଏହାର ଭିତ୍ତିଭୂମିର ଉନ୍ନତି କରାଯିବ ବୋଲି ପାଢ଼ୀ କହିଛନ୍ତି। ସେହିପରି ବିଦ୍ୟାଳୟ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପାଇକ ଏନେଇ କୌଣସି ମତାମତ ଦେଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜିମାବାଦ ପ୍ରାଥମିକ ବିଦ୍ୟାଳୟ: ଖବର ପ୍ରକାଶ ପରେ ପ୍ରଶାସନିକ ତତ୍ପରତା

ବିଞ୍ଝାରପୁର,୧୯ା୧୧(ଦେବ ପ୍ରସାଦ ସାହୁ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସୟଦପୁର ପଞ୍ଚାୟତସ୍ଥିତ ଅଜିମାବାଦ ପ୍ରାଥମିକ ବିଦ୍ୟାଳୟର ସମସ୍ୟା ଏବେ ପ୍ରଶାସନ ନଜରକୁ ଆସିଛି। ଅଗଷ୍ଟ ୨୫ରେ…

୩୦କୁ ବଢ଼ିଲା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ଆବେଦନ

କଟକ,୧୯।୧୧(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୬-୨୭ ବର୍ଷର ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ନିମନ୍ତେ ଆବେଦନ ସମୟସୀମା ନଭେମ୍ୱର ୩୦…

ଧର୍ମୀୟ ଉତ୍ସବରେ ପ୍ରାଣୀ ହତ୍ୟା ବିରୋଧରେ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୧୯ା୧୧(ପି.ଟି.): ମନ୍ଦିରରେ ପ୍ରାଣୀ ବଳି ସମେତ ଧର୍ମୀୟ ଉତ୍ସବଗୁଡ଼ିକରେ ପ୍ରାଣୀ ହତ୍ୟାକୁ ନିଷେଧ କରିବା ପାଇଁ ଦାଏର ଏକ ଆବେଦନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଆବେଦନକାରୀଙ୍କ…

୨୪,୧୫୦ କୋଟିର ଅତିରିକ୍ତ ବଜେଟ ଆଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୧୧(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ଲାଗି ବୁଧବାର ମୋଟ୍‌ ୨୪ ହଜାର ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ…

ବାତ୍ୟା ଆଲର୍ଟ; ରାଜ୍ୟର ୧୦ ଜିଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଭୁବନେଶ୍ୱର,୧୯ା୧୧ (ସୁଚିସ୍ମିତା ସାହୁ): ବାତ୍ୟାକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ରାଜ୍ୟର ୧୦ଟି ଜିଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୬ ଜିଲାରେ ୩ ଦିନ…

ଆରମ୍ଭରୁ ବିଧାନସଭା ହୁଲ୍‌ସ୍ଥୂଲ: ବିଜେଡି ଉଠାଇଲା ଗଞ୍ଜାମ ବନ୍ୟା, କଂଗ୍ରେସର କୋଟିଆ

ଭୁବନେଶ୍ୱର,୧୯।୧୧ (ରବିନାରାୟଣ ଜେନା):ସପ୍ତଦଶ ବିଧାନସଭାର ଅଷ୍ଟମ ତଥା ଶୀତକାଳୀନ ଅଧିବେଶନ ଆରମ୍ଭରୁ ଗୃହ ହୁଲସ୍ଥୂଲ ହୋଇଛି। ଗୃହରେ ଦିବଂଗତ ପୂର୍ୱତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରସ୍ତାବ ପାରିତ…

‘ଅକ୍ୱାନ’ ମୁକାବିଲାରେ ଲୋକଙ୍କ ସାଙ୍ଗରେ ରୁହ: ନବୀନ

ଭୁବନେଶ୍ୱର, ୧୮।୧୧(ସୁନିତ୍‌ ମିଶ୍ର): ବାତ୍ୟା ‘ଅକ୍ୱାନ୍‌’କୁ ଦୃଷ୍ଟିରେ ରଖି ବିପଦ ସମୟରେ ଲୋକଙ୍କ ସହିତ ରହିବା ପାଇଁ ସମସ୍ତ ବିଜେଡି ନେତା ଓ କର୍ମୀଙ୍କୁ ଦଳର ସଭାପତି…

IMDର ବଡ଼ ସୂଚନା; ଦୁର୍ବଳ ହେଉଛି ଅକ୍ୱାନ୍‌, ଲ୍ୟାଣ୍ଡଫଲ ସମୟରେ…..

ଭୁବନେଶ୍ୱର,୧୮।୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍‌’କୁ ନେଇ ଆସିଛି ନୂଆ ସୂଚନା। ଦୁଇଟି ଗୁରୁଚାପ ବଳୟ ମଧ୍ୟରେ ବାତ୍ୟା କ୍ରମଶଃ ଦୁର୍ବଳ ହେଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?