ବେଗ ବଢାଇଲା ବତ୍ୟା: IMD କଲା ସ୍ପଷ୍ଟ, ଏଇଠି ପିଟି ହେବ…

ଭୁବନେଶ୍ୱର, ୧୯ା୧୧: ବଙ୍ଗୋପସାଗରରେ ଭୀଷଣ ରୂପ ଧାରଣ କରିଛି ସାମୁଦ୍ରିକ ଝଡ଼ ‘ଅକୱାନ୍’। ଧୀରେ ଧୀରେ ଉତ୍ତର ଦିଗକୁ ମୁହାଁଇ ଆଗକୁ ବଢ଼ୁଛି ବାତ୍ୟା। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରି ଆଜି ସକାଳ ୫ଟା ୩୦ ମିନିଟ୍‌ରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୪.୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୫.୩ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ହୋଇଛି। ଏହା ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ଦକ୍ଷିଣ-ପୂର୍ବକୁ ପ୍ରାୟ ୪୪୦ କିଲୋମିଟର, କଳିଙ୍ଗପଟନମ୍‌ଠାରୁ ଦକ୍ଷିଣ-ପୂର୍ବକୁ ୪୪୦ କିଲୋମିଟର, ତାମିଲନାଡୁର ଚେନ୍ନାଇଠାରୁ ପୂର୍ବ-ଉତ୍ତର-ପୂର୍ବକୁ ୫୮୦ କିଲୋମିଟର, ଓଡ଼ିଶାର ଗୋପାଳପୁରଠାରୁ ଦକ୍ଷିଣକୁ ୫୩୦ କିଲୋମିଟର ଏବଂ ପୁରୀଠାରୁ ଦକ୍ଷିଣକୁ ୫୯୦ କିଲୋମିଟର ଦୂରରେ ରହିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ‘ଅକୱାନ୍’ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନରସାପୁର ଓ ଓଡ଼ିଶାର ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ, ଗୋପାଳପୁରର ପୂର୍ବ ପାର୍ଶ୍ୱ ଦେଇ ଉତ୍ତର ଆନ୍ଧ୍ରପ୍ରଦେଶ, ୟାନାମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ବାତ୍ୟାର ସର୍ବାଧିକ ସ୍ଥାୟୀ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆ ମଝିରେ ଏମିତି କାମ କଲେ ରିଷଭ ପନ୍ତ: ଚିତ୍କାର କଲେ ଗିଲ୍‌, ଦେଖନ୍ତୁ VIDEO

ୱେଲିଂଟନ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦିନର ତୃତୀୟ ସେସନ୍ରେ…

ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ: ବାତ୍ୟା ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ପ୍ରସ୍ତୁତ

ଭଞ୍ଜନଗର, ୧୯।୧୧ (ବାବୁଲା ପ୍ରଧାନ)- ଆଉ କିଛି ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଆଶଙ୍କା…

ପ୍ଲେଇଂ-୧୧ରୁ ସିରାଜ୍‌ ବିଦା: ଟିମ ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନ ଉଠାଇଲେ ଗାଭାସ୍କର

ଓ୍ବେଲିଂଟନ୍‌,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସୀମିତ ଓଭର ସିରିଜ ଶେଷ ହେବା ପରେ ଏବେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ୱେଲିଂଟନର…

ବାତ୍ୟା ‘ଅକ୍ୱାନ’ ଭୟ: ଗଞ୍ଜାମ ବ୍ଲକରେ ୩୦୬୦ ଲୋକଙ୍କୁ ସ୍ଥାନାନ୍ତର

ଗଞ୍ଜାମ, ୧୯।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ଲକର ବିଭିନ୍ନ…

ବଡ଼ ରେକର୍ଡ କଲେ ବୁମ୍‌ରା: ଶ୍ରୀନାଥଙ୍କୁ ପଛରେ ପକାଇ ଟେଷ୍ଟରେ ହାସଲ କଲେ…

ନୂଆଦିଲ୍ଲୀ, ୧୯।୧୧:ଟେଷ୍ଟ କ୍ରିକେଟ୍‌ରେ ପୁଣି ନିଜ ଦମ ଦେଖାଇଛନ୍ତି ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବା…

ସ୍ତ୍ରୀ-ପୁଅକୁ ଉଠାଇନେଇଥିଲେ ସ୍ବାମୀ: ୨୪ ଘଣ୍ଟା ପରେ ମୁକୁଳି ମୁହଁ ଖୋଲିଲେ ଅପହୃତା

ଆଳି,୧୯।୧୧(ବନମାଳୀ ସେନାପତି): ଆପାର୍ଟମେଣ୍ଟରୁ ପତ୍ନୀ ଓ ନାବାଳକ ପୁଅକୁ ଜୋରଜବରଦସ୍ତି ଉଠାଇନେଲେ ସ୍ବାମୀ। ଅପହରଣର ପ୍ରାୟ ୨୪ ଘଣ୍ଟା ପରେ ସ୍ବାମୀଙ୍କ କବଳରୁ ମୁକୁଳି ଆଳି ଥାନାରେ…

ବାତ୍ୟା ‘ଅକ୍ୱାନ’କୁ ନେଇ ପ୍ରଶାସନର ଆଗୁଆ ପଦକ୍ଷେପ: ଦାରିଙ୍ଗବାଡ଼ି-ଗାଜଲବାଡ଼ି ଘାଟି ରାସ୍ତା ସିଲ୍‌

ଦାରିଙ୍ଗବାଡ଼ି,୧୯।୧୧(ଅରୁଣ ସାହୁ):ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ଆଗୁଆ ସତର୍କ ହୋଇଛି ଜିଲା ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଦାରିଙ୍ଗବାଡ଼ି-ଗାଜଲବାଡ଼ି…

୩୦କୁ ବଢ଼ିଲା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ଆବେଦନ

କଟକ,୧୯।୧୧(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୬-୨୭ ବର୍ଷର ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ନିମନ୍ତେ ଆବେଦନ ସମୟସୀମା ନଭେମ୍ୱର ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?