ଶୀତରେ ଥରୁଥିଲେ ଭିକାରି, ପାଖରେ ଗାଡ଼ି ଅଟକାଇଲେ ଡିଏସ୍‌ପି; ପରେ ଯାହା ଘଟିଲା ଜାଣିଲେ ଆଖିରେ ଆସିଯିବ ଲୁହ

ଏମିତି ଅନେକ ଥର ହୋଇଛି କି ରାସ୍ତାକଡ଼ରେ ଭିକ ମାଗୁଥିବା ବ୍ୟକ୍ତି ମଧ୍ୟ ଅନେକ ପାଣ୍ଡିତ୍ୟର ଅଧିକାରୀ। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ସେହିପରି ଏକ ଘଟଣା ମଧ୍ୟପ୍ରଦେଶର ଗ୍ବାଲିୟରରେ ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ଭିକାରିକୁ ଦେଖି ଗାଡ଼ି ଅଟକାଇଥିଲେ ଡିଏସ୍‌ପି ରତ୍ନେଶ ସିଂହ ଏବଂ ବିଜୟ ସିଂହ। ଝାନ୍‌ସୀ ରୋଡରେ ଯାଉଥିବା ସମୟରେ ଫୁଟପାଥ୍‌ରେ ୫୦ ବର୍ଷର ଜଣେ ଭିକାରି ଶୀତରେ ଥରୁଥିବା ଦେଖିବାକୁ ପାଇଥିଲେ। ଭିକାରିଙ୍କୁ ଦେଖି ଡିଏସ୍‌ପି ଗାଡ଼ି ଅଟକାଇ ତାଙ୍କ ନିକଟକୁ ଯାଇଥିଲେ। ଏହି ଦୁଇ ଅଧିକାରୀ ଭିକାରିଙ୍କୁ ଜୋତା, ଜ୍ୟାକେଟ୍‌ ଦେଇଥିଲେ। ପରେ ତିନିଜଣଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଏହା ପରେ ଯାହା ଜାଣିଲେ ଏହି ଦୁଇ ଅଫିସର ହତପ୍ରଭ ହୋଇଗଲେ। କାରଣ ଭିକାରି ଜଣଙ୍କ ତାଙ୍କ ବ୍ୟାଚ୍‌ର ଅଫିସର ଥିଲେ।
କୌଣସି କାରଣ ବଶତଃ ସେ ୧୦ ବର୍ଷ ହେଲା ଭିକ ମାଗୁଛନ୍ତି। ସେ ପୋଲିସ ଅଫିସର ଥିଲେ। ତାଙ୍କ ନାମ ମନୀଷ ମିଶ୍ର। ସୂଚନା ଅନୁଯାୟୀ, ମନୀଷ ମଧ୍ୟପ୍ରଦେଶର ବିଭିନ୍ନ ଥାନାରେ ଥାନାଧିକାରୀ ଥିଲେ। ୨୦୦୫ ପର୍ଯ୍ୟନ୍ତ ମନୀଷ ଚାକିରି କରିଥିଲେ। ତାଙ୍କର ଶେଷ ପୋଷ୍ଟିଂ ଥିଲା ଦାତିୟାରେ। ହଠାତ୍‌ ତାଙ୍କ ମାନସିକ ସ୍ଥିତି ବିଗିଡ଼ିବାକୁ ଲାଗିଲା। ଘରଲୋକେ ଚିନ୍ତାରେ ପଡ଼ିଗଲେ। ଚିକିତ୍ସା ପାଇଁ ବିଭିନ୍ନ ଆଡ଼େ ନେଲେ। ମାତ୍ର ଭଲ ହେଲେ ନାହିଁ। କିଛି ଦିନ ପରେ ମନୀଷ କେଉଁଆଡ଼େ ଚାଲିଗଲେ ପରିବାର ଲୋକେ ଖୋଜଖବର ପାଇଲେ ନାହିଁ। ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ପତ୍ର ବି ଦେଇଦେଲେ। ଧୀରେ ଧୀରେ ସେ ଭିକ ମାଗିଲେ। ମନୀଷଙ୍କ ଏହି ଦୁଇ ସାଙ୍ଗ ଏହା ଶୁଣି ଆଶ୍ଚର୍ଯ୍ୟ ହେଲେ। ଏହା ପରେ ମନୀଷଙ୍କୁ ଏକ ସମାଜସେବୀ ସଂସ୍ଥାକୁ ପଠାଇଦେଲେ। ଏଠାରେ ମନୀଷଙ୍କ ଦେଖାଶୁଣା କରାଯାଉଛି। ମନୀଷଙ୍କ ଭାଇ ମଧ୍ୟ ପୋଲିସରେ। ତାଙ୍କ କାକା ବି ଏସ୍‌ଏସ୍‌ପି ପଦବୀରୁ ଅବସର ନେଇଛନ୍ତି। ତାଙ୍କ ଭଉଣୀ ମଧ୍ୟ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ। ମନୀଷଙ୍କୁ ଛାଡ଼ପତ୍ର ଦେଇଥିବା ତାଙ୍କ ସ୍ତ୍ରୀ ମଧ୍ୟ ନ୍ୟାୟିକ ବିଭାଗରେ ଜଣେ ପଦସ୍ଥ ଅଧିକାରୀ। ମନୀଷଙ୍କଠାରୁ ସମସ୍ତ କଥା ଶୁଣି ସାରିବା ପରେ ତିନି ବନ୍ଧୁଙ୍କ ମଧ୍ୟରେ ଏକ ମହାମିଳନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ରାସ୍ତାରେ ଚାଲିବନି ଆଉ ଓଲା ଅଟୋ

ବେଙ୍ଗାଲୁରୁ,୮।୧୦: ଓଲା, ଉବେର ଏବଂ ରାପିଡୋ କମ୍ପାନୀକୁ ଝଟକା। ଆସନ୍ତା ଦୁଇ ଦିନ ମଧ୍ୟରେ ସେମାନଙ୍କ ସେବା ବନ୍ଦ କରିବାକୁ କର୍ନାଟକ ସରକାର ନିର୍ଦ୍ଦେଶ ଦେଇଛନ୍ତି।...

ପୋଷ୍ୟ ସନ୍ତାନ ଗ୍ରହଣ କରିବା କ୍ଷେତ୍ରରେ ବିବାହ ପ୍ରମାଣପତ୍ର ଆବଶ୍ୟକ ନୁହେଁ…

ଲକ୍ଷ୍ନୌ, ୨୦।୨ : ଜଣେ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ବିବାହ ପ୍ରମାଣପତ୍ର ଆବଶ୍ୟକ ନୁହେଁ। ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପୋଷ୍ୟ...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ ଛୁଇଁଲା: ୩୫ ଦିନ ପାଇଁ ବିଦେଶୀଙ୍କ ଉପରେ କଟକଣା

ନୂଆଦିଲ୍ଲୀ,୧୨।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୭୩ ଛୁଇଁଛି। ସୁରକ୍ଷା ଦୃଷ୍ଟିରୁ ଭାରତରେ ପ୍ରବେଶ ପାଇଁ ବିଦେଶୀ ନାଗରିକଙ୍କ ଉପରେ ୩୫ ଦିନିଆ କଟକଣା ଜାରି...

ଚନ୍ଦ୍ରୟାନ-୨ରେ ଲାଲବାଗ ରାଜା

ମୁମ୍ବାଇ: ଭାଦ୍ରବ ଶୁକ୍ଳପକ୍ଷରେ ଗଣେଶ ଚତୁର୍ଥୀ ପଡ଼ୁଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ୨ରେ ଏହା ପାଳନ କରାଯିବ। ଏନେଇ ପଲ୍ଲୀଠାରୁ ଆରମ୍ଭ କରି ସହର...

ଦିଲ୍ଲୀରେ କେବଳ ଜଣେ ମେୟର: ୩ଟି ଏମ୍‌ସିଡି ମିଶ୍ରଣକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀର ତିନୋଟି କର୍ପୋରେସନ (ଏମ୍‌ସିଡି ୟୁନିଫିକେସନ ବିଲ)କୁ ଏକତ୍ର କରିବା ପାଇଁ ମୋଦି କ୍ୟାବିନେଟ ଏହି ପ୍ରସ୍ତାବକୁ ମଙ୍ଗଳବାର ଅନୁମୋଦନ ପ୍ରଦାନ କରିଛି। ବର୍ତ୍ତମାନ...

ଆଶାର ଉତ୍ସ

ଆଜିକାଲି ରୋଗୀମାନେ ସେମାନଙ୍କ ରୋଗ ଓ ତା’ର ଚିକିତ୍ସା ପାଇଁ ଇଣ୍ଟରନେଟ୍‌ ଉପରେ ଅତ୍ୟଧିକ ଭାବେ ନିର୍ଭର କରିବା ଏକ ବଡ଼ ସଙ୍କଟ ଭାବେ ଦେଖାଦେଇଛି।...

ଅଯୋଧ୍ୟାରେ ମୋଦି କାହିଁକି ଲଗାଇବେ ଏହି ଗଛ: କ’ଣ ରହିଛି ଏହାର ଏହାର ପୌରାଣିକ ମହତ୍ୱ

ନୂଆଦିଲ୍ଲୀ,୪।୮: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଜନ୍ମଭୂମି...

କରୋନା ମହାମାରୀ ପରେ ଦେଖା ଦେଇପାରେ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ,୭।୭: କରୋନା ମହାମାରୀ ମଧ୍ୟରେ ଏବେ ଚିନ୍ତା ବଢାଇଛି ପଙ୍ଗପାଳ ଦଳ। ଚାଷୀଙ୍କ ପାଇଁ ଏମାନେ ଏବେ ମହାମାରୀର ରୂପ ନେବାକୁ ଯାଉଛନ୍ତି। ପାକିସ୍ତାନରୁ ଆସିଥିବା...

Advertisement
Archives

Model This Week