ହାତୀ ଉପଦ୍ରବ, ଧାନ ଫସଲ ନଷ୍ଟ

ବୁଗୁଡା,୧୪ା୧୧(ଡି.ଏନ୍‌.ଏ)-ବୁଗୁଡା ବ୍ଲକ କରସିଙ୍ଗି ଗ୍ରାମରେ ଦୁଇଦିନ ହେଲା ହାତୀ ଉପଦ୍ରବ ଯୋଗୁ ପ୍ରାୟ ୫୦ ଭରଣ ଧାନ ଫସଲ ନଷ୍ଟ ହୋଇଛି। ଏହି ହାତୀପଲ ନୟାଗଡ଼ ଜଙ୍ଗଲରୁ ଆସିଥିବା କୁହାଯାଇଛି। ଏଥିରେ ୧୭ଟି ହାତୀ ଅଛନ୍ତି। ଗୁରୁବାର ଏବଂ ଶୁକ୍ରବାର ରାତିରେ ହାତୀପଲ ଗ୍ରାମାଞ୍ଚଳ ଅଭିମୁଖୀ ହୋଇ କରସିଙ୍ଗି ନିକଟ ନାକିଘାଇ ଓ ବଞ୍ଜର ଆଖପାଖ ବିଲରେ ପଶି ଧାନ ଖାଇବା ସହ ଦଳିଚକଟି ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ହାତୀପଲକୁ ଘଉଡାଇବା ପାଇଁ ଚେଷ୍ଟା କଲେ ମଧ୍ୟ ସେମାନେ ଯାଇ ନ ଥିଲେ। ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା ଘଟଣାସ୍ଥଳରେ ପହଞ୍ଚତ୍ ରାତି ପାଟ୍ରୋଲିଂକୁ କଡ଼ାକଡି କରିବା ପାଇଁ ବନକର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଶୁକ୍ରବାର ରାତିରେ ବନକର୍ମଚାରୀମାନଙ୍କୁ ଦେଖିବାକୁ ମିଳି ନ ଥିଲା ବୋଲି ଚାଷୀମାନେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନାସ୍ଥା ଭୋଟ୍‌ ପୂର୍ବରୁ କୀଟନାଶକ ପିଇଲେ ସରପଞ୍ଚ

ବରଗଡ଼/ଗାଇସିଲେଟ୍‌,୮।୧୧(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତର ସରପଞ୍ଚ ଉର୍ମିଳା ସେଠ ରବିବାର କୀଟନାଶକ ପିଇ ଦେଇଛନ୍ତି।...

ପାତାଳି ଶ୍ରୀକ୍ଷେତ୍ରରୁ ଶ୍ରୀଜୀଉଙ୍କ ପାଖକୁ ଗଲା ତୁଳସୀ

ସୋନପୁର,୧୦।୧୧(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ୧୨ ତାରିଖ ମଙ୍ଗଳବାର କାର୍ତ୍ତିକ ଏକାଦଶୀ। ଜଗନ୍ନାଥଙ୍କ ଦୁର୍ଲଭ ବେଶ। ଏହି ଦିନ ପୁରୀ ଶ୍ରୀଜୀଉଙ୍କଠାରେ ଲାଗିହେବ ଫୁଲ ଓ ତୁଳସୀ।...

କଟ୍‌ନି ଛଟ୍‌ନି ବନ୍ଦ କରିବାକୁ ମଣ୍ଡିକୁ ଯିବେ ଭାଜପା ନେତା

ବରଗଡ଼,୧୦।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭାଜପା କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ଦଳର ଜିଲା କାର୍ଯ୍ୟାଳୟରେ ଧାନ ସଂଗ୍ରହ ଅଭିଯାନ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଝାଡ଼ଖଣ୍ଡ ନିର୍ବାଚନ: ପ୍ରଚାରରେ କେନ୍ଦୁଝର ନେତା

କେନ୍ଦୁଝର,୧୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ। ଆସନ୍ତା ୧୩ ଓ ୨୦ତାରିଖରେ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।...

ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ: କୁଳପତିଙ୍କ ସହ ଆଲୋଚନା କଲେ ଏମ୍‌ପି

କେନ୍ଦୁଝର,୧୦।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳ ପ୍ରକାଶରେ ଅହେତୁକ ବିଳମ୍ବ ହେଉଥିବା ପ୍ରସଙ୍ଗକୁ ନେଇ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ...

୨୦ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ, ନଷ୍ଟ କଲା ପୋଲିସ

କୋରାପୁଟ,୧୦।୧୧(ଅମିତାଭ ବେହେରା ): ଡିଜିଙ୍କ ଗସ୍ତ ପରେ କୋରାପୁଟ ଜିଲାରେ ଆରମ୍ଭ ହୋଇଛି ଗଞ୍ଜେଇ କ୍ଲିନ୍‌ ଅଭିଯାନ। ଲମତାପୁଟରୁ ଆରମ୍ଭ ହୋଇଛି ଅପରେଶନ ଗ୍ରୀନ କ୍ଳୀନ୍‌।...

ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲା ଭାବେ କୋରାପୁଟ ପୁରସ୍କୃତ

କୋରାପୁଟ,୧୦ା୧୧(ଅମିତାଭ ବେହେରା): ଭୁବନେଶ୍ୱରଠାରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ରବିବାର ଶ୍ରୀ ଅନ୍ନ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍ବୋଚ୍ଚ ମିଲେଟ(କ୍ଷୁଦ୍ର ଶସ୍ୟ) କଭରେଜ, ମିଲେଟ(କ୍ଷୁଦ୍ର)...

ହାତୀପଲ ଉଜାଡ଼ି ଦେଲେ ଏକର ଏକର ଧାନଫସଲ

ବିନିକା,୧୦।୧୧: ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ହାତୀପଲ ଅଞ୍ଚଳର ଘୋଡ଼ାଧାର, କର୍ତଙ୍ଗ, ମହାଦେବପାଲି, ସକମା, ଘଣ୍ଟୋପାଲିରେ ପଶି ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri