ନନ୍ଦନକାନନରେ ଗାଇଡ୍‌ଙ୍କୁ କାମୁଡ଼ିଲା ଭାଲୁ

ବାରଙ୍ଗ,୨୮।୧୦(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଧବାର ଏକ ଅଘଟଣ ଦେଖିବାକୁ ମିଳିଛି। ଅପରାହ୍ନ ସମୟରେ ଭାଲୁ ସଫାରିରେ ଯାଇଥିବା ଜଣେ ଗାଇଡ୍‌ ଭାଲୁକୁ ଖାଦ୍ୟ ଦେଉଥିବାବେଳେ ହଠାତ ଭାଲୁଟି ଗାଇଡ୍‌ଙ୍କ ହାତକୁ କାମୁଡ଼ି ଦେଇଛି। ସୌଭାଗ୍ୟବଶତଃ ଗାଇଡ୍‌ ଜଣଙ୍କ ବଞ୍ଚତ୍ୟାଇଥିଲେ ମଧ୍ୟ ନନ୍ଦନକାନରେ ଏହି ଘଟଣାକୁ ନେଇ ପର୍ଯ୍ୟଟକମାନେ ଆତଙ୍କିତ ହୋଇପଡ଼ିଥିଲେ।
ବୁଧବାର ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଭାଲୁ ସଫାରିକୁ ବାଲିଆ, କାଳିଆ ଓ ବାସନ୍ତୀ ନାମକ ଭାଲୁକୁ ଛଡ଼ାଯାଇଥିଲା। ଅପରାହ୍ନ ସାଢେ ୪ଟାରେ ଓଡି୦୨-ଏଜେଡ୍‌-୨୭୪୭ନଂ ସଫାରି ବସଟି ପର୍ଯ୍ୟଟକ ନେଇ ଭାଲୁ ସଫାରିକୁ ବୁଲିବାକୁ ଯାଇଥିଲା। ସେହି ବସ୍‌ରେ ଥିଲେ ଦାରୁଠେଙ୍ଗ ଗ୍ରାମର ଟୁଲୁ ବେହେରା ନାମକ ଗାଇଡ୍‌। ବସ୍‌ଟି ସଫାରି ମଧ୍ୟରେ ଯାଉଥିବା ବେଳେ ରାସ୍ତାକଡ଼ରେ ବାଲିଆ ନାମକ ଅଣ୍ଡିରା ଭାଲୁଟି ବସିଥିଲା। ଏହାଦେଖି ଗାଇଡ୍‌ଜଣଙ୍କ ବସ୍‌ଚାଳକଙ୍କୁ ରୋକିବାକୁ କହିଥିଲେ। ଚାଳକ ବସ୍‌ଟିକୁ ଭାଲୁ ପାଖରେ ରୋକିବା ପରେ ଟୁଲୁ ଧରିଥିବା ଏକ ପଲିଥିନରେ ଥିବା ପନିର ପଛ ସିଟର ଝରକା ବାଟେ ଖାଇବାକୁ ଦେଇଥିଲେ। କିନ୍ତୁ ବାଲିଆ ପଲିଥିନରେ ଥିବା ଖାଦ୍ୟ ସହ ଟୁଲୁଙ୍କ ଡାହାଣହାତ ପାପୁଲିକୁ କାମୁଡ଼ି ଧରିଥିଲା। ଖାଇବାକୁ ଦେଉଥିବାର ମଜା ପର୍ଯ୍ୟଟକମାନେ ଉଠାଉଥିବାବେଳେ ହଠାତ ପରିସ୍ଥିତି ବଦଳିଯାଇଥିଲା। ଟୁଲୁଙ୍କ ଚିତ୍କାର ଶୁଣି ସାଙ୍ଗରେ ଥିବା ସମ୍ପର୍କୀୟ ଆସି ବାଲିଆ ମୁହଁକୁ ଗୋଇଠା ମାରିବାରୁ ଭାଲୁଟି ଛାଡ଼ିଦେଇ ଚାଲିଯାଇଥିଲା। ଏହାପରେ ସଫାରି ବସ୍‌ଟି ପର୍ଯ୍ୟଟକଙ୍କୁ ନେଇ ବାହାରକୁ ପଳାଇଆସିଥିଲା। ସଫାରି ବାହାରକୁ ଆସିବା ପରେ ଟୁଲୁଙ୍କୁ ସଫାରିର କର୍ମଚାରୀମାନେ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାରେ ଭର୍ତ୍ତିି କରିଥିଲେ। ସଫାରି ବୁଲିବା ସମୟରେ ପର୍ଯ୍ୟଟକ ଓ ଗାଇଡ୍‌ କ’ଣ କରିବେ ଓ ନ କରିବେ ସେନେଇ ପଦକ୍ଷେପ ନିଆଯିବ। ଏ ସମ୍ପର୍କରେ ସଫାରିକୁ ଠିକାରେ ନେଇଥିବା ସଂସ୍ଥା ସହ ଗୁରୁବାର ଆଲୋଚନା କରାଯିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri