ଆଠମଲ୍ଲିକରେ ସମ୍ମାନର ଲଢ଼େଇ

ବଇଣ୍ଡା,୨୧।୩(ଡି.ଏନ.ଏ.): ଆଠମଲ୍ଲିକ ଏନ୍‌ଏସି ସ୍ଥାପନ ପରଠାରୁ ୪ଥର ପୌର ନିର୍ବାଚନ ହୋଇଛି। ସେଥିରୁ ୩ଥର କଂଗ୍ରେସ ଓ ଥରଟିଏ ବିଜେଡି ଏନ୍‌ଏସି ଦଖଲ କରିବାରେ ସଫଳ ହୋଇଛି। ତେବେ ଶେଷ ଦୁଇଥର ଏଠାରେ କଂଗ୍ରେସ ବିଜୟୀ ହୋଇଥିବାରୁ ଚଳିତ ପୌର ନିର୍ବାଚନରେ ମଧ୍ୟ ଦଳ ନିଜ ଗଡ଼ ରକ୍ଷା କରିବା ପାଇଁ ତତ୍ପର ହୋଇପଡ଼ିଛି। ସେହିପରି ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ପାଇଥିବା ବିଜେଡି ଏହି ପୌର ନିର୍ବାଚନ ଜିଣି ଆଠମଲ୍ଲିକ ଏନ୍‌ଏସି ପୁନଃ ଦଖଲ ପାଇଁ ଅଧିକ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆଠମଲ୍ଲିକ ଉପଖଣ୍ଡ ରହିଥିବାରୁ ଭାଜପା ଭଲ ପ୍ରଦର୍ଶନ କରିବା ନେଇ ଆଶା ବାନ୍ଧିଛି। ତେଣୁ ଚଳିତ ଏନ୍‌ଏସି ନିର୍ବାଚନ ଏହି ୩ ପ୍ରମୁଖ ଦଳ ପାଇଁ ସମ୍ମାନର ଲଢ଼େଇ ବୋଲି କୁହାଯାଉଛି।
ଆଠମଲ୍ଲିକର କଇଁତ୍ରାଗଡ ଓ ନଅଁଗା ପଞ୍ଚାୟତର ୩ଟି ଗ୍ରାମକୁ ନେଇ ୧୯୯୬ ମସିହାରେ ଆଠମଲ୍ଲିକ ଏନ୍‌ଏସି ଗଠନ ହୋଇଥିଲା। ୧୧ ୱାର୍ଡ ବିଶିଷ୍ଟ ଏହି ଏନ୍‌ଏସିର ଲୋକସଂଖ୍ୟା ୧୨,୨୯୮ ହୋଇଥିବାବେଳେ ୯,୭୮୧ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ ୪୮୯୭ ମହିଳା ଭୋଟର ଓ ୪୮୮୪ ପୁରୁଷ ଭୋଟର ଅଛନ୍ତି। ୧୯୯୭ ପୌର ନିର୍ବାଚନରେ ଏଠାରେ କଂଗ୍ରେସ ବିଜୟୀ ହୋଇଥିଲା। ୨୦୦୩ରେ ଏହା ବିଜେଡି ଦଖଲକୁ ଯାଇଥିଲା। ତେବେ ପରବର୍ତ୍ତୀ ୨୦୦୮ ଓ ୨୦୧୩ ନିର୍ବାଚନରେ କଂଗ୍ରେସ ଆଠମଲ୍ଲିକ ଏନ୍‌ଏସି ଅକ୍ତିଆର କରିବା ସହ ଏହାକୁ ନିଜ ଗଡ଼ ବୋଲି ଦାବି କରିଆସୁଛି। ସେହି ଆଧାରରେ ଚଳିତ ନିର୍ବାଚନ ଦଳ ଜିତିବ ବୋଲି କହୁଛି। ଏଥର ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୫ଜଣ ନିର୍ବାଚନ ମଇଦାନରେ ରହିଛନ୍ତି। ବିଜେଡିରୁ ଆଶା କୁମାରୀ ସାହୁ, ଭାଜପାରୁ ଯୋଗମାୟା ପ୍ରିୟଦର୍ଶନୀ ମହାପାତ୍ର ଓ କଂଗ୍ରେସରୁ ରଞ୍ଜିତା ସିଂହ ପ୍ରାର୍ଥୀ ହୋଇଥିବାବେଳେ ସ୍ବାଧୀନ ଭାବେ ନୀହାର ହୋତା ଏବଂ ସରଜୁ ସିଂହ ସାମନ୍ତ ଲଢ଼ୁଛନ୍ତି। ସେହିପରି ୧୧ କାଉନସିଲର ପଦବୀ ପାଇଁ ୪୦ ଜଣ ପ୍ରାର୍ଥୀ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବରିଷ୍ଠ ନେତା ବିଜୟାନଦ ଚାଉଳିଆ ପ୍ରଚାର ମଙ୍ଗ ଧରିଛନ୍ତି। ଅପରପକ୍ଷରେ କଂଗ୍ରେସ ଗଡ଼ ଭାଙ୍ଗି ଏହି ଏନ୍‌ଏସି ଦଖଲ କରିବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ବରିଷ୍ଠ ନେତା ତଥା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନଳିନୀକାନ୍ତ ପ୍ରଧାନ ପ୍ରଚାର ମଙ୍ଗ ଧରିବା ସହ ଗୋଟିଚାଳନା କରୁଛନ୍ତି। ଭାଜପା ପ୍ରାର୍ଥୀମାନଙ୍କ ପାଇଁ ବରିଷ୍ଠ ନେତା ରୁଦ୍ରନାରାୟଣ ପାଣି, ପୂର୍ବତନ ବିଧାୟକ ସଞ୍ଜୀବ କୁମାର ସାହୁ, ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ପରେଶ ଦେଓ ବିଭିନ୍ନ ୱାର୍ଡ ବୁଲି କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଉଛନ୍ତି। ୨୨ ତାରିଖରେ ପ୍ରଚାର ଶେଷ ହେବାକୁ ଥିବାରୁ ହାତରେ ମାତ୍ର ୨ ଦିନ ରହିଛି। ତେଣୁ ୩ ପ୍ରମୁଖ ଦଳ ଜନସମର୍ଥନ ହାସଲ ନିମନ୍ତେ ଶେଷ ପ୍ରୟାସ ଜାରି ରଖିଛନ୍ତି। ଏ ସମ୍ପର୍କରେ ନିର୍ବାଚନ ଦାୟିତ୍ୱରେ ଥିବା ଆଠମଲ୍ଲିକ ତହସିଲଦାର ସୋଫି ସାଇନିକା କହିଛନ୍ତି, ପ୍ରଶାସନ ପକ୍ଷରୁ କିଭଳି ନିର୍ବାଚନରେ ସ୍ବଚ୍ଛତା ରକ୍ଷା କରାଯିବ ସେ ଦିଗରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ବିଜେଡି ଦଖଲ କରିବ
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଆଠମଲ୍ଲିକର ବହୁ ବିକାଶ ହୋଇଛି। ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଉଛନ୍ତି। ତେଣୁ ବିଜେଡି ଆଠମଲ୍ଲିକ ଏନ୍‌ଏସିକୁ ଦଖଲ କରିବା ସହ ଅଧ୍ୟକ୍ଷା ପଦ ମଧ୍ୟ ହାତେଇବ।
-ରମେଶ ଚନ୍ଦ୍ର ସାଏ, ଆଠମଲ୍ଲିକ ବିଧାୟକ

ଭୋଟର ପରିବର୍ତ୍ତନ ଚାହଁୁଛନ୍ତି
ଆଠମଲ୍ଲିକ ଭୋଟର ପରିବର୍ତ୍ତନ ଚାହୁଁଛନ୍ତି। ତେଣୁ ଚଳିତ ଏନ୍‌ଏସି ନିର୍ବାଚନ ଭାଜପା ଜିତିବ। କେନ୍ଦ୍ର ସରକାରଙ୍କ ବହୁ ଯୋଜନାରେ ଏଠାକାର ଲୋକେ ଉପକୃତ ହେଉଛନ୍ତି। ସେମାନେ ଭାଜପାକୁ ଭୋଟ ଦେଇ ବିଜୟୀ କରିବେ। -ପରେଶ ଦେଓ, ଭାଜପା ନେତା

ଗଡ଼ ବଜାୟ ରଖିବ କଂଗ୍ରେସ
ଆଠମଲ୍ଲିକ ହେଲା କଂଗ୍ରେସର ଗଡ଼। ଏହାକୁ କଂଗ୍ରେସ ବଜାୟ ରଖିବ। ଲୋକେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁର୍ନୀତି ସମ୍ପର୍କରେ ବୁଝିଛନ୍ତି। ଆଠମଲ୍ଲିକର ଯାହା ବିକାଶ ହୋଇଛି କେବଳ କଂଗ୍ରେସ ସମୟରେ ହଁ
ହୋଇଛି।

-ବିଜୟାନଦ ଚାଉଳିଆ, କଂଗ୍ରେସ ନେତା


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଝାନ୍‌ସୀ ଚାଲାଣ ଅଭିଯୋଗ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ଅନୁଗୋଳ ଅଫିସ,୯।୬- ଅନୁଗୋଳ ସହରରୁ ଜଣେ ମହିଳାଙ୍କୁ ଝାନ୍‌ସୀରେ ବିକ୍ରି କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଘଟଣାକୁ ୬ ମାସ ପୂରିଥିଲେ ବି ପୋଲିସ...

ଅନୁଗୋଳ ଜିଲାରେ ୫-ଟି ମନ୍ତ୍ର ବାଟବଣା: ବୈଠକର ମାସେ ପରେ ଆସୁଛି ଡିପିସି ଫାଇଲ

ଅନୁଗୋଳ ଅଫିସ, ୨୯।୮: ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ର ଅନୁଗୋଳ ଜିଲାରେ ବାଟବଣା ହୋଇଥିବା ଚର୍ଚ୍ଚା ଜୋର ଧରିଛି। କାରଣ ଡିପାର୍ଟମେଣ୍ଟାଲ ପ୍ରମୋଶନ କମିଟି (ଡିପିସି) ବୈଠକ...

ଅଳିଆ ଉଠାରେ ଅସହଯୋଗ

ଅନୁଗୋଳ ଅଫିସ, ୨୨ା୬- ଅନୁଗୋଳ ସହର ସଫେଇ ନେଇ ଦେଖାଦେଇଥିବା ବିବାଦର ସମାଧାନ ଏଯାଏ ହୋଇପାରି ନାହିଁ। ସଫେଇ କର୍ମଚାରୀ ସଂଘ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ବନ୍ତଳା,୨୨ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଧୋକୁଟା ପଞ୍ଚାୟତ ଗୋପାଳପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ଚାଷୀ...

ଆଜି ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ: ନାମ ଲେଖାଇଲେନି ୧୨୦ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ, ୧୩।୭- ଅନୁଗୋଳ ଜୁନିୟର ମହାବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ଶନିବାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ...

ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ଅଭିଯୋଗ

(ଦୀନେଶ କୁମାର ଦେହୁରୀ) ବନ୍ତଳା,୩ା୯ ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଥିବା ଜଣେ ମହିଳା ମାଓବାଦୀଙ୍କୁ ଏଯାଏ ମିଳିନି ସମସ୍ତ ସରକାରୀ...

କଷ୍ଟ ଦେଉଛି କଟକଣା

ବଅଁରପାଳ, ୧ା୪(ଉପେନ୍ଦ୍ର ରାଉତ) – ଦୈନିକ କିଛି ରୋଜଗାର କଲେ ଚୁଲି ଜଳୁଥିଲା। ଛୁଆପିଲାଙ୍କ ପେଟକୁ ଦାନା ଯାଉଥିଲା। ହେଲେ ଏବେ କରୋନା କଟକଣା ଜୀବନକୁ...

ଖାଁ ଖାଁ ଗୋତମରା ଗାଁ

ବଅଁରପାଳ, ୩୧ା୧୦(ଡି.ଏନ.ଏ.) ପ୍ରତିବର୍ଷ ପରି ବାର୍ଷିକ ପୂଜାରେ ଚଳଚଞ୍ଚଳ ହେବନି ବଅଁରପାଳ ବ୍ଲକ ଗୋତମରା ଗ୍ରାମର ମା’ ବ୍ରହ୍ମାୟଣୀଙ୍କ ପୀଠ। ବସିବନି ଦୋକାନ ବଜାର କି...

Advertisement
Archives

Model This Week