ଆଠମଲ୍ଲିକରେ ସମ୍ମାନର ଲଢ଼େଇ

ବଇଣ୍ଡା,୨୧।୩(ଡି.ଏନ.ଏ.): ଆଠମଲ୍ଲିକ ଏନ୍‌ଏସି ସ୍ଥାପନ ପରଠାରୁ ୪ଥର ପୌର ନିର୍ବାଚନ ହୋଇଛି। ସେଥିରୁ ୩ଥର କଂଗ୍ରେସ ଓ ଥରଟିଏ ବିଜେଡି ଏନ୍‌ଏସି ଦଖଲ କରିବାରେ ସଫଳ ହୋଇଛି। ତେବେ ଶେଷ ଦୁଇଥର ଏଠାରେ କଂଗ୍ରେସ ବିଜୟୀ ହୋଇଥିବାରୁ ଚଳିତ ପୌର ନିର୍ବାଚନରେ ମଧ୍ୟ ଦଳ ନିଜ ଗଡ଼ ରକ୍ଷା କରିବା ପାଇଁ ତତ୍ପର ହୋଇପଡ଼ିଛି। ସେହିପରି ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ପାଇଥିବା ବିଜେଡି ଏହି ପୌର ନିର୍ବାଚନ ଜିଣି ଆଠମଲ୍ଲିକ ଏନ୍‌ଏସି ପୁନଃ ଦଖଲ ପାଇଁ ଅଧିକ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆଠମଲ୍ଲିକ ଉପଖଣ୍ଡ ରହିଥିବାରୁ ଭାଜପା ଭଲ ପ୍ରଦର୍ଶନ କରିବା ନେଇ ଆଶା ବାନ୍ଧିଛି। ତେଣୁ ଚଳିତ ଏନ୍‌ଏସି ନିର୍ବାଚନ ଏହି ୩ ପ୍ରମୁଖ ଦଳ ପାଇଁ ସମ୍ମାନର ଲଢ଼େଇ ବୋଲି କୁହାଯାଉଛି।
ଆଠମଲ୍ଲିକର କଇଁତ୍ରାଗଡ ଓ ନଅଁଗା ପଞ୍ଚାୟତର ୩ଟି ଗ୍ରାମକୁ ନେଇ ୧୯୯୬ ମସିହାରେ ଆଠମଲ୍ଲିକ ଏନ୍‌ଏସି ଗଠନ ହୋଇଥିଲା। ୧୧ ୱାର୍ଡ ବିଶିଷ୍ଟ ଏହି ଏନ୍‌ଏସିର ଲୋକସଂଖ୍ୟା ୧୨,୨୯୮ ହୋଇଥିବାବେଳେ ୯,୭୮୧ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ ୪୮୯୭ ମହିଳା ଭୋଟର ଓ ୪୮୮୪ ପୁରୁଷ ଭୋଟର ଅଛନ୍ତି। ୧୯୯୭ ପୌର ନିର୍ବାଚନରେ ଏଠାରେ କଂଗ୍ରେସ ବିଜୟୀ ହୋଇଥିଲା। ୨୦୦୩ରେ ଏହା ବିଜେଡି ଦଖଲକୁ ଯାଇଥିଲା। ତେବେ ପରବର୍ତ୍ତୀ ୨୦୦୮ ଓ ୨୦୧୩ ନିର୍ବାଚନରେ କଂଗ୍ରେସ ଆଠମଲ୍ଲିକ ଏନ୍‌ଏସି ଅକ୍ତିଆର କରିବା ସହ ଏହାକୁ ନିଜ ଗଡ଼ ବୋଲି ଦାବି କରିଆସୁଛି। ସେହି ଆଧାରରେ ଚଳିତ ନିର୍ବାଚନ ଦଳ ଜିତିବ ବୋଲି କହୁଛି। ଏଥର ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୫ଜଣ ନିର୍ବାଚନ ମଇଦାନରେ ରହିଛନ୍ତି। ବିଜେଡିରୁ ଆଶା କୁମାରୀ ସାହୁ, ଭାଜପାରୁ ଯୋଗମାୟା ପ୍ରିୟଦର୍ଶନୀ ମହାପାତ୍ର ଓ କଂଗ୍ରେସରୁ ରଞ୍ଜିତା ସିଂହ ପ୍ରାର୍ଥୀ ହୋଇଥିବାବେଳେ ସ୍ବାଧୀନ ଭାବେ ନୀହାର ହୋତା ଏବଂ ସରଜୁ ସିଂହ ସାମନ୍ତ ଲଢ଼ୁଛନ୍ତି। ସେହିପରି ୧୧ କାଉନସିଲର ପଦବୀ ପାଇଁ ୪୦ ଜଣ ପ୍ରାର୍ଥୀ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବରିଷ୍ଠ ନେତା ବିଜୟାନଦ ଚାଉଳିଆ ପ୍ରଚାର ମଙ୍ଗ ଧରିଛନ୍ତି। ଅପରପକ୍ଷରେ କଂଗ୍ରେସ ଗଡ଼ ଭାଙ୍ଗି ଏହି ଏନ୍‌ଏସି ଦଖଲ କରିବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ବରିଷ୍ଠ ନେତା ତଥା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନଳିନୀକାନ୍ତ ପ୍ରଧାନ ପ୍ରଚାର ମଙ୍ଗ ଧରିବା ସହ ଗୋଟିଚାଳନା କରୁଛନ୍ତି। ଭାଜପା ପ୍ରାର୍ଥୀମାନଙ୍କ ପାଇଁ ବରିଷ୍ଠ ନେତା ରୁଦ୍ରନାରାୟଣ ପାଣି, ପୂର୍ବତନ ବିଧାୟକ ସଞ୍ଜୀବ କୁମାର ସାହୁ, ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ପରେଶ ଦେଓ ବିଭିନ୍ନ ୱାର୍ଡ ବୁଲି କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଉଛନ୍ତି। ୨୨ ତାରିଖରେ ପ୍ରଚାର ଶେଷ ହେବାକୁ ଥିବାରୁ ହାତରେ ମାତ୍ର ୨ ଦିନ ରହିଛି। ତେଣୁ ୩ ପ୍ରମୁଖ ଦଳ ଜନସମର୍ଥନ ହାସଲ ନିମନ୍ତେ ଶେଷ ପ୍ରୟାସ ଜାରି ରଖିଛନ୍ତି। ଏ ସମ୍ପର୍କରେ ନିର୍ବାଚନ ଦାୟିତ୍ୱରେ ଥିବା ଆଠମଲ୍ଲିକ ତହସିଲଦାର ସୋଫି ସାଇନିକା କହିଛନ୍ତି, ପ୍ରଶାସନ ପକ୍ଷରୁ କିଭଳି ନିର୍ବାଚନରେ ସ୍ବଚ୍ଛତା ରକ୍ଷା କରାଯିବ ସେ ଦିଗରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ବିଜେଡି ଦଖଲ କରିବ
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଆଠମଲ୍ଲିକର ବହୁ ବିକାଶ ହୋଇଛି। ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଉଛନ୍ତି। ତେଣୁ ବିଜେଡି ଆଠମଲ୍ଲିକ ଏନ୍‌ଏସିକୁ ଦଖଲ କରିବା ସହ ଅଧ୍ୟକ୍ଷା ପଦ ମଧ୍ୟ ହାତେଇବ।
-ରମେଶ ଚନ୍ଦ୍ର ସାଏ, ଆଠମଲ୍ଲିକ ବିଧାୟକ

ଭୋଟର ପରିବର୍ତ୍ତନ ଚାହଁୁଛନ୍ତି
ଆଠମଲ୍ଲିକ ଭୋଟର ପରିବର୍ତ୍ତନ ଚାହୁଁଛନ୍ତି। ତେଣୁ ଚଳିତ ଏନ୍‌ଏସି ନିର୍ବାଚନ ଭାଜପା ଜିତିବ। କେନ୍ଦ୍ର ସରକାରଙ୍କ ବହୁ ଯୋଜନାରେ ଏଠାକାର ଲୋକେ ଉପକୃତ ହେଉଛନ୍ତି। ସେମାନେ ଭାଜପାକୁ ଭୋଟ ଦେଇ ବିଜୟୀ କରିବେ। -ପରେଶ ଦେଓ, ଭାଜପା ନେତା

ଗଡ଼ ବଜାୟ ରଖିବ କଂଗ୍ରେସ
ଆଠମଲ୍ଲିକ ହେଲା କଂଗ୍ରେସର ଗଡ଼। ଏହାକୁ କଂଗ୍ରେସ ବଜାୟ ରଖିବ। ଲୋକେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁର୍ନୀତି ସମ୍ପର୍କରେ ବୁଝିଛନ୍ତି। ଆଠମଲ୍ଲିକର ଯାହା ବିକାଶ ହୋଇଛି କେବଳ କଂଗ୍ରେସ ସମୟରେ ହଁ
ହୋଇଛି।

-ବିଜୟାନଦ ଚାଉଳିଆ, କଂଗ୍ରେସ ନେତା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?