ମାଣ୍ଡିପଙ୍କାବାସୀଙ୍କ ମୌଳିକ ସମସ୍ୟା ବୁଝି ଜିଲାପାଳଙ୍କୁ ରିପୋର୍ଟ କରିବ ସ୍ବେଚ୍ଛାସେବୀ ମହାସଂଘ

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାସଂଘର କର୍ମକର୍ତ୍ତା ପକ୍ଷରୁ ଏକ ୪ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଦଳ  ରବିବାର ମାଣ୍ଡିପଙ୍କା ଗସ୍ତ କରିଛନ୍ତି। ସେଠାରେ ପହଞ୍ଚି ୨ ମୃତକଙ୍କ ପରିବାର ଓ  କଟକ ଓ ବ୍ରହ୍ମପୁରରେ ଚିକିତ୍ସାଧୀନ ଥିବା ଗୁରୁତରଙ୍କ ପରିବାର ଲୋକଙ୍କୁ ଭେଟି ସତ୍ୟ ଅନୁସନ୍ଧାନ କରିଛନ୍ତି। ଏଥିସହ କେଉଁ ପରିସ୍ଥିତିରେ ଆମ୍ବଟାକୁଆ ଖାଇଛନ୍ତି କିଭଳି ତାହା ପ୍ରସ୍ତୁତ ହୋଇଥିଲା ଓ କେତେ ପରିବାର ସହ କେତେ ସଂଖ୍ୟକ ଲୋକ ଖାଇଥିଲେ ଏବଂ ସେମାନଙ୍କ ପରିସ୍ଥିତି କିଭଳି ରହିଛି ସେ ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଏଥିସହ ମାଣ୍ଡିପଙ୍କା ଲୋକଙ୍କ ମୌଳିକ ସୁବିଧା କ’ଣ ସବୁ ଆବଶ୍ୟକ ରହିଛି ଲୋକଙ୍କ ରୋଜଗାର କ’ଣ ରହିଛି ଏସବୁ ସତ୍ୟ ଅନୁସନ୍ଧାନ କରି ଫେରିଛନ୍ତି।

ମହାସଂଘ ପକ୍ଷରୁ କୁହାଯାଇଛି, ସମସ୍ତ ଘଟଣା ଉପରେ ଦଳ ସତ୍ୟର ସନ୍ଧାନ କରିଛି। ଯାହାକି ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଦିଆଯିବା ସହ ମହାସଂଘ ସିଧା ଜିଲାପାଳଙ୍କ ସହ ଆଲୋଚନା କରିବ ବୋଲି ମହାସଂଘର ସଦସ୍ୟ ତଥା ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ଜନ ବିକାଶର ସମ୍ପାଦକ ମଦନ ଶୁଆଲସିଂ ପ୍ରମୁଖ କହିଛନ୍ତି। ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଆମ ଗାଁ ସ୍ବେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ କିଶୋର ବଳିୟାରସିଂ ଏବଂ ସ୍ବାତୀ ଅନୁଷ୍ଠାନର ସଂଯୋଜକ ଦେବାଶିଷ ନାୟକ ପ୍ରମୁଖ ଘଟଣାସ୍ଥଳକୁ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କ ଖର୍ଚ୍ଚର ଯାଞ୍ଚ କରାଯିବ; ତଦନ୍ତ ପାଇଁ ଦାବି କରିଛନ୍ତି ରିପବ୍ଲିକାନ ସିନେଟର୍‌

ଓ୍ବାଶିଂଟନ,୨୩।୯: ୟୁଟାହ ରିପବ୍ଲିକାନ ସେନେଟର ଜନ କର୍ଟିସ ସିନେଟ ନ୍ୟାୟପାଳିକା କମିଟିକୁ ତଦନ୍ତ କରିବାକୁ ଆହ୍ବାନ କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଆର୍ଥିକ ଲାଭ ପାଇଁ…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

ଟି-୨୦ ବୋଲିଂ ରାଙ୍କିଙ୍ଗ୍‌ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍‌କା!

ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍‌ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?