ପଢ଼ାରେ ବାଧକ ୨ ଗୁଣ ବସ୍‌ ଭଡ଼ା

ବଇଣ୍ଡା,୨୨।୧(ଡି.ଏନ.ଏ.)

କେବେଠୁ ଉଠିଗଲାଣି ଲକ୍‌ଡାଉନ୍‌। କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ସବୁଠି କୋହଳ ହୋଇସାରିଛି କୋଭିଡ୍‌ କଟକଣା। ସହର, ବଜାର ସ୍ଥିତି ସ୍ବାଭାବିକ ହୋଇସାରିଥିବା ବେଳେ ସରକାରୀ, ବେସରକାରୀ ଅଫିସ ସହ କୋର୍ଟ କାର୍ଯ୍ୟ ମଧ୍ୟ ପୂର୍ବପରି ଚାଲିଛି। ଧର୍ମାନୁଷ୍ଠାନ ପରେ ଶିକ୍ଷାନୁଷ୍ଠାନକୁ ଖୋଲି ଦିଆଯାଇଛି। ସହରରୁ ସହର କି ଆନ୍ତଃରାଜ୍ୟ ବସ୍‌ ଚଳାଚଳରେ କୌଣସି ପ୍ରତିବନ୍ଧକ ନାହିଁ। ୫୦ ପ୍ରତିଶତ ସ୍ଥାନରେ ପୂର୍ଣ୍ଣ ସିଟ୍‌ରେ ଯାତ୍ରୀ ପରିବହନ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଦେଇ ଚଳାଚଳ କରୁଥିବା କେତେକ ବସ୍‌ରେ ଲକ୍‌ଡାଉନ ବେଳର ୨ ଗୁଣ ଭଡ଼ା ଯାତ୍ରୀଙ୍କ ନିକଟରୁ ଆଦାୟ କରୁଥିବା ଅଭିଯୋଗ ହେଉଛି। ଏସବୁ ବସ୍‌ କଣ୍ଡକ୍ଟରଙ୍କ ଶୋଷଣ ମନୋଭାବ ଯୋଗୁ ସବୁଠାରୁ ଅଧିକ ଅସୁବିଧାରେ ପଡ଼ୁଛନ୍ତି କଲେଜ ଛାତ୍ରୀଛାତ୍ର। ଏତେ ଅର୍ଥ ଦେବାକୁ ସାମାର୍ଥ୍ୟ ନ ଥିବାରୁ ବହୁ ଗରିବ ଛାତ୍ରୀଛାତ୍ର ପ୍ରତିଦିନ କଲେଜ ନ ଆସି ଦୁଇ ଦିନରେ ଥରେ ଆସୁଛନ୍ତି। ଫଳରେ ୯ ମାସ ପରେ ମହାବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଚଢ଼ା ବସ୍‌ ଭଡ଼ା ସେମାନଙ୍କ ପଢ଼ାରେ ବାଧକ ସାଜୁଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି।
ଗତ ୮ ତାରିଖଠାରୁ ଯୁକ୍ତ୨ ଓ ୧୧ ତାରିଖରୁ ଯୁକ୍ତ୩ ମହାବିଦ୍ୟାଳୟ ଖୋଲାଯାଇଥିବାରୁ କିଶୋରନଗର ବ୍ଲକର ବଇଣ୍ଡା ଜନତା ମହାବିଦ୍ୟାଳୟରେ ଉପସ୍ଥାନ ବଢ଼ିବାରେ ଲାଗିଛି। ଯୁକ୍ତ ୨ କଳାରେ ୧୯୨, ବିଜ୍ଞାନରେ ୬୩ ଓ ଯୁକ୍ତ ୩ରେ ୧୨୦ ଛାତ୍ରୀଛାତ୍ର ଏଠାରେ ପଢୁଛନ୍ତି। ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ଦୈନିକ ବସ୍‌ରେ ଯାତାୟାତ କରିଥାନ୍ତି। କିନ୍ତୁ ୨ ଗୁଣ ବସ୍‌ ଭଡ଼ା ଆଦାୟ କରାଯିବା ସେମାନଙ୍କୁ ଚିନ୍ତାରେ ପକାଇଛି। ଅନେକ ଗରିବ ଛାତ୍ରୀଛାତ୍ର ଦୈନିକ ୫୦ ଟଙ୍କାରୁ ଅଧିକ ବସ୍‌ଭଡ଼ା ଦେବାକୁ ସକ୍ଷମ ନୁହନ୍ତି। ବିରୋଧ କଲେ ମଧ୍ୟ କଣ୍ଡକ୍ଟରମାନେ ୨ ଗୁଣ ଭଡ଼ା ଆଦାୟ କରୁଛନ୍ତି। ତେଣୁ ସେମାନେ ଦୁଇଦିନରେ ଥରେ କଲେଜ ଆସିବାକୁ ବାଧ୍ୟ ହେଉଥିବା ନାମ ଗୋପନ ରଖି କେତେଜଣ ଛାତ୍ରୀଛାତ୍ର ପ୍ରକାଶ କରିଛନ୍ତି। ସେହିପରି କଲେଜରେ ଶୌଚାଳୟଟିଏ ନ ଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଲେଜ ସମ୍ମୁଖ ୫୫ ନଂ. ରାଜପଥ ପାର୍ଶ୍ୱରେ ଥିବା ଯାତ୍ରୀ ବିଶ୍ରାମାଗାରକୁ ରାସ୍ତା ସମ୍ପ୍ରସାରଣ ପାଇଁ ଭାଙ୍ଗି ଦିଆଯାଇଛି। ଦୀର୍ଘ ୨ ବର୍ଷ ବିତଯାଇଥିଲେ ମଧ୍ୟ ନୂତନ ଭାବେ ଏହା ନିର୍ମାଣ କରାଯାଉ ନାହିଁ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଠିକାସଂସ୍ଥା କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଛାତ୍ରୀଛାତ୍ରମାନେ ଖରାରେ ବସ୍‌କୁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ମାର୍ଚ୍ଚ ୨୦୨୦ରେ ବିଧାୟକ ରମେଶଚନ୍ଦ୍ର ସାଏ ବିଶ୍ରାମାଗାର ନିର୍ମାଣ ନିମନ୍ତେ ଠିକାସଂସ୍ଥା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ତାହା କାର୍ଯ୍ୟକାରୀ ହୋଇନାହିଁ। ଅସୁବିଧା ସମ୍ପର୍କରେ ଜିଲାପାଳ ଦୃଷ୍ଟି ଦେବାକୁ ଛାତ୍ରୀଛାତ୍ର ଓ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି।

ବିଶ୍ରାମାଗାରଟିଏ ନିର୍ମାଣ ଜରୁରୀ
ପାଖାପାଖି ବର୍ଷେ ପରେ କଲେଜ ଆସୁଛୁ। କିନ୍ତୁ ରାସ୍ତା ନିର୍ମାଣ ପାଇଁ ଭାଙ୍ଗିଦିଆଯାଇଥିବା ବିଶ୍ରାମାଗାର ଏଯାଏ ତିଆରି କରାଗଲା ନାହିଁ। ବାରମ୍ବାର ଅଭିଯୋଗ ପରେ ବି ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଖରା ଟାଣ ଧରିବା ପୂର୍ବରୁ ବିଶ୍ରାମାଗାରଟିଏ ନିର୍ମାଣ ଅତି ଜରୁରୀ ହୋଇପଡ଼ିଛି।
-ରୋଜାଲିନ ବେହେରା, ଛାତ୍ରୀ
ଶୌଚାଳୟ ନ ଥିବା ଅସୁବିଧାରେ ପକାଉଛି
କଲେଜରେ ଛାତ୍ରୀଛାତ୍ରଙ୍କ ନିମନ୍ତେ ଆବଶ୍ୟକ ଶୌଚାଳୟ ସୁବିଧା ନାହିଁ। ଏଥିପାଇଁ ଅନେକ ଅସୁବିଧା ଭୋଗିବାକୁ ପଡ଼ୁଛି। ପ୍ରତି ସ୍କୁଲ, କଲେଜରେ ସ୍ବଚ୍ଛ ପରିବେଶ ସହ ଶୌଚାଳୟ ନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେଉଥିଲେ ମଧ୍ୟ ଜନତା ମହାବିଦ୍ୟାଳୟରେ ଆଜିଯାଏ ଶୌଚାଳୟଟିଏ ନିର୍ମାଣ କରାଯାଇପାରୁନି।
-ଲକ୍ଷ୍ମୀପ୍ରିୟା ସାହୁ, ଛାତ୍ରୀ
ପ୍ରଶାସନର ଆଗ୍ରହ ନାହିଁ
୯ ମାସ କଲେଜ ବନ୍ଦ ରହିଲା। ଅସୁବିଧା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ଓ ପ୍ରଶାସନ ଜାଣିଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନିଆଗଲା ନାହିଁ। ଶିକ୍ଷାନୁଷ୍ଠାନର ଉନ୍ନତି ଓ ଛାତ୍ରୀଛାତ୍ରଙ୍କ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ପ୍ରଶାସନର ଆଗ୍ରହ ନ ଥିବା ଏଥିରୁ ଜଣାପଡ଼ୁଛି।
-ସିଦ୍ଧାନ୍ତ କୁମାର ପ୍ରଧାନ, ଛାତ୍ର
ବହୁବାର ଅଭିଯୋଗ କରାଯାଇଛି
କଲେଜରେ ଆବଶ୍ୟକ ପରିମାଣର ଶୌଚାଳୟ ନ ଥିବାବେଳେ ଯାତ୍ରୀ ବିଶ୍ରାମାଗାର ଭାଙ୍ଗି ଦିଆଯାଇଥିବାରୁ ଛାତ୍ରୀଛାତ୍ରମାନେ ହଇରାଣ ହେଉଛନ୍ତି। ଏ ନେଇ ପ୍ରଶାସନକୁ କଲେଜ ପକ୍ଷରୁ ନିବେଦନ କରାଯିବ। ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଠିକାସଂସ୍ଥାକୁ ବହୁବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନାହିଁ।
– ସିଦ୍ଧାର୍ଥ ପଣ୍ଡା, ଅଧ୍ୟକ୍ଷ, ଜନତା ମହାବିଦ୍ୟାଳୟ
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ
କିଶୋରନଗର ବ୍ଲକ ଅଞ୍ଚଳ ଦେଇ ଯାତାୟାତ କରୁଥିବା କେତୋଟି ବସ୍‌ ଯାତ୍ରୀଙ୍କଠାରୁ ୨ଗୁଣ ଭଡ଼ା ଆଦାୟ କରୁଥିବା ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ତଥାପି ଏହାର ତଦନ୍ତ କରାଯିବ। ରିପୋର୍ଟ ଆସିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପରିବହନ ବିଭାଗକୁ ଅବଗତ କରାଯିବ।
-ଡ. ଲକ୍ଷ୍ମୀପ୍ରସାଦ ସାହୁ, ତହସିଲଦାର, କିଶୋରନଗର
ପ୍ରମାଣ ମିଳିଲେ କଠୋର ପଦକ୍ଷେପ
ଦୁଇଗୁଣ ଭଡ଼ା ନେବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ସରକାରୀ ସ୍ତରରେ ଯାହା ନିର୍ଦ୍ଧାରଣ କରାଯାଇଛି, ତାହା ଆଦାୟ ପାଇଁ କଣ୍ଡକ୍ଟରମାନଙ୍କୁ ପରାମର୍ଶ ଦିଆଯାଇଛି। ସମସ୍ତ ଛାତ୍ରୀଛାତ୍ର ଭଡ଼ା ବାବଦ ଟିକେଟ୍‌ ସଂଗ୍ରହ କରନ୍ତୁ। ଯେଉଁମାନେ ୨ ଗୁଣ ଭଡ଼ା ନେଉଥିବା ପ୍ରମାଣ ମିଳିବ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ।
-ଋଷଭ କୁମାର ତ୍ରିପାଠୀ, ସମ୍ପାଦକ ବସ୍‌ ମାଲିକ ସଂଘ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?