ଶ୍ମଶାନରୁ ଜୀବନ୍ତ ଫେରି ଆସିଥିବା ଶିଶୁ ଡାକ୍ତରଖାନାରେ ଆଖି ବୁଜିଲା

ପାଟଣା,୨୦ା୧(ସ୍ବ.ପ୍ର.): ଲୋକେ ଡାକ୍ତରଙ୍କୁ ରୋଗୀଙ୍କ ଦ୍ୱିତୀୟ ଭଗବାନ ବୋଲି ମାନି ଥାଆନ୍ତି। ହେଲେ ବେଳେବେଳେ ଏଭଳି କିଛି ଅଭାବନୀୟ ଘଟଣା ଘଟେ, ଯାହା ଫଳରେ ଡାକ୍ତରଙ୍କ ଉପରୁ ଭରସା ତୁଟିଯାଏ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉପାନ୍ତ ଅଞ୍ଚଳ ଖଡିକାପଦା ଗାଁରେ।

ଖଡିକାପଦାର ସନିଆ ମୁଣ୍ଡାଙ୍କ ସ୍ତ୍ରୀ ରାଇମଣିଙ୍କର ବୁଧବାର କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଏକ ପୁତ୍ର ସନ୍ତାନ ଜନ୍ମ ହେବା ପରେ ଡାକ୍ତର ନବଜାତକ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ। ସନିଆ ମନ ଦୁଃଖରେ ଶିଶୁକୁ ଏକ ବ୍ୟାଗ୍‌ରେ ଧରି ଘରକୁ ନେଇ ସଂସ୍କାର କରିବା ପାଇଁ ବାହାରିବା ବେଳେ ଶିଶୁପୁତ୍ର କୁଆଁ କୁଆଁ କାନ୍ଦିବାରୁ ପୁଣି ଶିଶୁକୁ ଆଣି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆଇସିୟୁରେ ଭର୍ତ୍ତି କରିଥିଲେ। ଗୁରୁବାର ସକାଳୁ ଶିଶୁପୁତ୍ରଟି ଚିକିତ୍ସାଧୀନ ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ଆଖିବୁଜିଛି। ଏଭଳି ଦୁଃଖଦ ଘଟଣା ପାଇଁ ପରିବାର ଲୋକେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳାକୁ ଦାୟୀ କରିଛନ୍ତି। ଏଭଳି ବେପରୁଆ ଭାବେ ପ୍ରଥମେ ଶିଶୁକୁ ମୃତ ଘୋଷଣା ଓ ପରେ ଆୟୁସିୟୁରେ ଭର୍ତ୍ତି ପରେ ଶିଶୁର ଦୁଃଖଦ ମୃତ୍ୟୁ ପାଇଁ ଦାୟୀ ଥିବା ଡାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ  ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫସଲ ଜଗିଥିବା ବୃଦ୍ଧଙ୍କୁ ଦଳିଦେଲା ହାତୀ

ବାଙ୍ଗିରିପୋଷି,୮ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲାରେ ହାତୀ ଆତଙ୍କ ଥମୁନି। ବନ ବିଭାଗ କର୍ମଚାରୀ ହାତୀ ଘଉଡାଇବାରେ ସଫଳ ହେଉ ନ ଥିବାରୁ ଧନଜୀବନ ହାନି ଘଟି ଚାଲିଛି।...

ଚିତ୍ରକୋଣ୍ଡାରେ କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ କଂଗ୍ରେସ ଆଗୁଆ ରହିଛି। କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ୭୭୦ ଭୋଟ୍‌ ପାଇଥିବା ବେଳେ ଭାଜପାର...

ହାତୀପଲ ଉଜାଡିଲେ ରବିଧାନ ଫସଲ

ବିନିକା, ୧୪ା୪(ଡି.ଏନ୍‌.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତ ଅନ୍ତର୍ଗତ ମଣିଗାଁ ଗଁାରେ ହାତୀ ଉପଦ୍ରବ ଦେଖାଦେଇଛି। ଉଲୁଣ୍ଡା ଜଙ୍ଗଲରୁ ସିଣ୍ଡୋଳ ମହାନଦୀ ଦେଇ...

ମହାକାଳପଡ଼ା: ଅପପୁଷ୍ଟିରେ ଶିକାର ୧୪୫ ଶିଶୁ ଚିହ୍ନଟ

ମହାକାଳପଡ଼ା,୪ା୧(ଡି.ଏନ୍‌.ଏ.): ରାଜ୍ୟରେ ଗର୍ଭବତୀ ମହିଳା ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସରକାରଙ୍କ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳରେ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟ...

ଲକ୍‌ଡାଉନ୍‌: ଟ୍ରକ୍‌ରେ ଚାଲାଣ ହେଉଥିଲା ଗୁଟ୍‌ଖା, ଅଟକ ରଖି ଯାଞ୍ଚ କରୁଛି ପୋଲିସ

କେନ୍ଦୁଝର,୬।୫(ସ୍ବ.ପ୍ର.): କେନ୍ଦୁଝର ସହର ଦେଇ ଲକ୍‌ଡାଉନ୍‌ ସମୟରେ ଯାଉଥିବା ଏକ ଗୁଟ୍‌ଖା ବୋଝେଇ ଟ୍ରକକୁ ଏସ୍‌ଆଇ ବିଶ୍ୱଜିତ୍‌ ବେହେରାଙ୍କ ନେତୃତ୍ୱରେ ଅଟକ ରଖି ଯାଞ୍ଚ କରାଯାଉଛି।...

୧୪ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୂନ ସହନଶୀତଳା ଆଭିମୁଖ୍ୟ ପୋଷଣ କରି ଆସିଛନ୍ତି। ତଦନୁଯାୟୀ ମଙ୍ଗଳବାର ରାଜ୍ୟ ସରକାର...

ଫ୍ଲାଟ୍‌ ଦେବା ନାଁରେ ୧୭ ଲକ୍ଷ ଚଳୁ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଫ୍ଲାଟ୍‌ ଦେବାକୁ କହି ୧୭ ଲକ୍ଷ ୬୦ ହଜାର ଟଙ୍କା ନେଲେ। ହେଲେ ଫ୍ଲାଟ୍‌ ଦେଲେ ନାହିଁ। ଯେତେବେଳେ ଟଙ୍କା ଫେରାଇବାକୁ କହିଲେ, ବିଭିନ୍ନ...

ପୋଖରୀ ବିଷାକ୍ତ କରୁଛି ଠିକାସଂସ୍ଥା

ବଇଣ୍ଡା,୨୨।୩(ଡି.ଏନ.ଏ.) – କିଶୋରନଗର ବ୍ଲକ ବଇଣ୍ଡା ଚନ୍ଦନ ପୋଖରୀର କିଛି ଅଂଶ ପୋତିବା ପାଇଁ ଏକ ଠିକାସଂସ୍ଥା ବିଷାକ୍ତ ସାମଗ୍ରୀ ମିଶା ମାଟି ମୋରମ ଆଦି...

Advertisement
Archives

Model This Week