ବଦଳିଲା ଚୋରଙ୍କ ମନୋଭାବ : ମନ୍ଦିରରେ ରଖିଦେଲେ ଚୋରି ସାମଗ୍ରୀ

ଯୋଡ଼ା,୨୪ା୧୦(ଡି.ଏନ.ଏ): ପରିସ୍ଥିତିରେ ପଡ଼ି ହେଉ କିମ୍ବା ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର ଆଶାରେ କେହି କେହି ଚୋରି ଭଳି ଖରାପ ବାଟକୁ ବାଛିଥାନ୍ତି। ଏମିତି କିଛି ଲୋକ ଥାଆନ୍ତି, ଯେଉଁମାନେ ଚୋରି ତ କରନ୍ତି କିନ୍ତୁ ପରବର୍ତ୍ତି ସମୟରେ ପଶ୍ଚାତାପ କରି ଚୋରି ସାମଗ୍ରୀ ଫେରାଇଥାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ। ମନ୍ଦିରରୁ ଚୋରି ହୋଇଥିବା କେତେକ ସାମଗ୍ରୀ ଦୁର୍ବୃତ୍ତ ମନ୍ଦିରରେ ପୁଣି ଥୋଇଦେଇଥିବା ଦେଖାଯାଇଛି।
ଯୋଡ଼ାଠାରେ ଥିବା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିଲା। ଦୁର୍ବୃତ୍ତ ପିତ୍ତଳ ଗରା ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ପଳାଇ ଥିଲେ। ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିଲା। ତେବେ ରବିବାର ସକାଳେ ଚୋରି ହୋଇଥିବା ସାମଗ୍ରୀ ମନ୍ଦିର ପରିସରରେ କେହି ଥୋଇଦେଇ ଯାଇଥିବା ଦେଖିବାକୁ ମିଳିଥିଲା। ଚୋର ତାଙ୍କ ମନ ବଦଳାଇ ଅଥବା ଠାକୁରଙ୍କ ପ୍ରତି ଭକ୍ତି ଭାବନାରୁ ଚୋରି ସାମଗ୍ରୀ ଫେରାଇ ଦେଇଥିବା ଆଲୋଚନା ହେଉଛି। ଉଲ୍ଲେଖଯୋଗ୍ୟ, ଉକ୍ତ ମନ୍ଦିରରୁ ପୂର୍ବରୁ ମଧ୍ୟ ଚୋରି ହୋଇଥିଲା। ମାତ୍ର ଅଦ୍ୟାବଧି କୌଣସି ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସରୁନି ବୋଟିଂ, ପାର୍କ ଓ ସ୍ମାର୍ଟ ଶ୍ମଶାନ କାମ

ଖୋର୍ଦ୍ଧା ଅଫିସ,୮ା୬: ଖୋର୍ଦ୍ଧା ପୌର ପରିଷଦ (କେଏମ୍‌ସି) ଏକପ୍ରକାର ସ୍ଥାଣୁ ପାଲଟିଛି। ସହରବାସୀଙ୍କଠାରୁ ବର୍ଷକୁ ବିଭିନ୍ନ ବାବଦକୁ କେଏମ୍‌ସି ପକ୍ଷରୁ ଲକ୍ଷାଧିକ ଟଙ୍କା ରାଜସ୍ବ ଆଦାୟ...

ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୨୨।୩: ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣସଂଗଠିତ କର୍ମଚାରୀଙ୍କୁ ଚିହ୍ନଟ କରିବା ନେଇ ଆଗତ ମାମଲାର ଶୁଣାଣି କରି ଏକ ଉଚ୍ଚସ୍ତରୀୟ କମିଟି...

ଦେଶର ବିଭିନ୍ନ ସମସ୍ୟା ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କେନ୍ଦୁଝର,୨୨।୧୧( ସ୍ବ.ପ୍ର.): ଦେଶରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି ମାନ୍ଦାବସ୍ଥା ଓ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ବେରୋଜଗରୀ ସମସ୍ୟା ଆଦି ପ୍ରତିବାଦରେ କେନ୍ଦୁଝର...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗ: ବିରୋଧ ଯେତିକି, ସ୍ବାଗତ ସେତିକି

ପୁରୀ ଅଫିସ,୧୮।୮: ରାଜ୍ୟ ସରକାରଙ୍କ ଫୋକସରେ ପୁରୀ। ନିକଟରେ ପୁରୀ ସହରର ବିକାଶ ପାଇଁ ୨୬୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବା ପରେ ପରେ...

ଝାରସୁଗୁଡ଼ା ଜିଲାପାଳ ନିଲମ୍ବିତ

କଟକ ଅଫିସ/ଝାରସୁଗୁଡ଼ା ଅଫିସ, ୧୪।୮: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଝାରସୁଗୁଡ଼ା ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା...

ଧୂଳିରେ ଅଞ୍ଚଳବାସୀ ବଞ୍ଚିବା ଅସହ୍ୟ ହୋଇପଡ଼ିଛି

ଉମରକୋଟ,୧ା୧୨(ସ୍ବ.ପ୍ର.): ରାୟପୁର ଠାରୁ ବିଶାଖାପାଟଣା ମଧ୍ୟରେ କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପରେ ରାସ୍ତାକାମ ଦ୍ରୁତଗତିରେ ଚାଲିଛି। ତେବେ ରାସ୍ତାକାମ ଯୋଗୁ ହଜାର ହଜାର ଟ୍ରକ୍‌ ଚାଲିବା...

ଡାକ୍ତର ସୁମିତଙ୍କ ଘର ଗ୍ରୀଲ ଭାଙ୍ଗିଲେ ମହିଳା

ବ୍ରହ୍ମପୁର ଅଫିସ,୨୦ା୧୨: ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ପାରିବାରକ କଳହ ନୂଆଁ ମୋଡ଼ ନେଉଛି। ଗୋଟିଏ ପଟେ ନ୍ୟାୟ ଓ ନିଜ ଅଧିକାର ପାଇଁ ବ୍ରହ୍ମପୁର...

ଅଂଶୁଘାତ ପ୍ରତିକାର ପାଇଁ ନାହିଁ କୌଣସି ବ୍ୟବସ୍ଥା

ହାଟଡିହୀ୧୧ା୫(ସ୍ବ.ପ୍ର.): ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିଲାବେଳେ ହାଟଡିହୀ ସରକାରୀ  ଡାକ୍ତରଖାନାରେ ଅଂଶୁଘାତ ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା ନାହିଁ। ଲୋକେ ନାନା ଅସୁବିଧାର...

Advertisement
Archives

Model This Week