Odisha Elections 2024

ଆଟେଣ୍ଡାଣ୍ଟ ସସ୍‌ପେଣ୍ଡ, ଡିଏନ୍‌ଏ ଟେଷ୍ଟ ଜିଦ୍‌ରେ ପ୍ରାଣକୃଷ୍ଣ

ଭୁବନେଶ୍ୱର, ୨୮।୯(ଅସମାପିକା ସାହୁ)ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ ଲେବର ରୁମ୍‌ର ଆଟେଣ୍ଡାଣ୍ଟଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ସସ୍‌ପେଣ୍ଡ କରିଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ତଦନ୍ତ ପାଇଁ ଗଠନ ହୋଇଥିବା କମିଟିର ରିପୋର୍ଟ ଅନୁସାରେ ନବଜାତ ଶିଶୁର ବାପାଙ୍କୁ ଖବର ଦେଇଥିବା ଆଟେଣ୍ଡାଣ୍ଟଙ୍କୁ ସସ୍‌ପେଣ୍ଡ କରାଯାଇଛି। ଭୁଲ୍‌ ବୁଝାମଣା ଯୋଗୁ ଏପରି ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଶିଶୁ ଜନ୍ମ ହେବା ପରେ ରଖାଯାଇଥିବା ସମସ୍ତ ପ୍ରମାଣ ଝିଅ ଦର୍ଶାଉଛି। ଶିଶୁ ଜନ୍ମ ହେବା କ୍ଷଣି ଶିଶୁର ମାଆକୁ ସୂଚନା ଦିଆଯାଇଥିଲା। ଶିଶୁର ପିତା ଝିଅ ଗ୍ରହଣ କରିବାକୁ ରାଜି ନ ଥିବାରୁ ପୋଲିସ ପଦକ୍ଷେପ ନେବ। ଏଥିସହ ହସ୍ପିଟାଲ କମିଟି ତଦନ୍ତ ଜାରି ରଖିବ। ଏଥିସହିତ ଯଦି ତାଙ୍କ ପରିବାର ଡିଏନ୍‌ଏ ଟେଷ୍ଟ ପାଇଁ ବାଧ୍ୟ କରିବେ, ତେବେ ଆମେ ଟେଷ୍ଟ କରିବାକୁ ରାଜି ଅଛୁ ବୋଲି କ୍ୟାପିଟାଲ ନିର୍ଦ୍ଦେଶକ କହିଛନ୍ତି।
କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ହୋଇଥିବା ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳ ଅଭିଯୋଗ ଆଣିଥିଲେ। ପ୍ରଥମେ ପୁଅ ଜନ୍ମ ହୋଇଥିବା କହି ପରେ ଝିଅ ଦିଆଯାଇଥିବା ନେଇ ସେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଓ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଏହାସହ ଶିଶୁର ଡିଏନ୍‌ଏ ଟେଷ୍ଟ ପାଇଁ ଦାବି କରିଥିଲେ। ଏପରିକି ଡିଏନ୍‌ଏ ଟେଷ୍ଟ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ପିଲାକୁ ନେବେ ନାହିଁ ବୋଲି କହି ପ୍ରାଣକୃଷ୍ଣ ଅଡି ବସିଥିଲେ। ଅଭିଯୋଗ ଆସିବା ପରେ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଏହାର ତଦନ୍ତ କରିଥିଲା। ତେବେ ପ୍ରାଣକୃଷ୍ଣଙ୍କ ସ୍ତ୍ରୀ ଝିଅ ଜନ୍ମ ଦେଇଥିବା ପ୍ରାଥମିକ ପର୍ଯ୍ୟାୟ ତଦନ୍ତରୁ ସ୍ପଷ୍ଟ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଉଛି। ଏହାସତ୍ତ୍ୱେ ପ୍ରାଣକୃଷ୍ଣ ଡିଏନ୍‌ଏ ଟେଷ୍ଟ ନ ହେବା ପର୍ଯ୍ୟନ୍ତ ଶିଶୁକୁ ନେବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି। ଡିଏନ୍‌ଏ ରିପୋର୍ଟ ଯାହା ଆସିବ ତାହାକୁ ସେ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲା ସରକାରୀ ଡାକ୍ତରଖାନାରେ ୧୦ଜଣଙ୍କ ଅସ୍ବାଭାବିକ ମୃତ୍ୟୁ

ଭୁବନେଶ୍ୱର,୩୦।୫: ରାଉରକେଲା ସରକାରୀ ଡାକ୍ତରଖାନା (RGH)ରେ ଗୁରୁବାର ସାଢେ ୬ ଘଣ୍ଟା ଭିତରେ ୧୦ ଜଣଙ୍କୁ ମୃତ ଘୋଷଣା କରାଯାଇଛି। ଡାକ୍ତରଖାନାର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର...

ରାଜ୍ୟରେ ନବୀନ ବାଣ୍ଟିଛନ୍ତି କଂଗ୍ରେସ ଟିକେଟ୍‌: ଧମେନ୍ଦ୍ରଙ୍କ ବୟାନକୁ ନେଇ ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ସମୟରେ ଅନେକ ନେତା ନବୀନଙ୍କୁ କାଉଣ୍ଟର କରୁଛନ୍ତି। ଏହି...

ମୁଖ୍ୟମନ୍ତ୍ରୀଙ୍କ ରୁମ୍‌ରୁ କଟାଯାଇଛି ଟେଲିଫୋନ, ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁମ୍‌ରୁ ଟେଲିଫୋନ କଟାଯାଇଛି। ନବୀନଙ୍କ ସାକ୍ଷାତକାରରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ବୟାନ। ଧର୍ମେନ୍ଦ୍ର କହିଛନ୍ତି, ନବୀନ ନିବାସର ନବୀନଙ୍କ...

‘କେବଳ ଏକା ପାଣ୍ଡିଆନ୍‌ କାହିଁକି ମାଇକ୍‌ ଧରୁଛନ୍ତି’, ନବୀନଙ୍କ ସାକ୍ଷାତକାର ପରେ ହିମନ୍ତଙ୍କ ବଡ଼ ବୟାନ

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପ୍ରତିକ୍ରିୟା ରଖିଛନ୍ତି। ହିମନ୍ତ କହିଛନ୍ତି, ନବୀନ ସାକ୍ଷାତକାରରେ ଦେଇଥିବା ଉତ୍ତର ଅଧିକ...

ଭଦ୍ରକ ଜିଲାରେ ୧୪୪ ଧାରା ଲାଗୁ, ୫ରୁ ଅଧିକ ଏକାଠି ହେବା, ବୁଲିବା ମନା

ଭୁବନେଶ୍ୱର,୩୦।୫: ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ ପାଇଁ ଜୁନ ୧ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଗୁରୁବାର ପ୍ରଚାର ଶେଷ...

ପ୍ରଚାରରୁ ଫେରିବା ବେଳେ ଯୁବ ଭାଜପା ରାଜ୍ୟ ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର,୩୦।୫: ଯୁବ ଭାଜପା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ହୋଇଛି। ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଅଭିଳାଷଙ୍କୁ...

ସରିଲା ପ୍ରଚାର, ଶନିବାର ଭୋଟ, ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯.୬୧ ଲକ୍ଷ ଭୋଟର

ଭୁବନେଶ୍ୱର,୩୦।୫: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜୁନ ୧ ଅର୍ଥାତ୍‌ ଶନିବାର ଅନୁଷ୍ଠିତ ହେବ। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଗୁରୁବାର...

ଘରକୁ ଘର ବୁଲି ଧଳା ଲଫାପା ବାଣ୍ଟୁଥିଲେ ବିଜେଡି ନେତ୍ରୀ, ଭିତରେ ଥିଲା…

ଭୁବନେଶ୍ୱର,୩୦।୫: ରାଜଧାନୀ ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳର ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନା ବୁଧବାର ରାତିରେ ଉଦଳା ନିର୍ବାଚନମଣ୍ଡଳୀର ଗୁଧିମରା ଗାଁରେ ପହଞ୍ଚି ଘରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri