କାର୍ଯ୍ୟକ୍ଷମ ହେବ କଳାକୃତି ଗ୍ରାମ

ଢେଙ୍କାନାଳ ଅଫିସ,୧୮।୧ ଢେଙ୍କାନାଳ ସଦର ବ୍ଲକ ସପ୍ତଶଯ୍ୟା ପଞ୍ଚାୟତ ନବଜୀବନପୁରରେ ପରିତ୍ୟକ୍ତ ଅବସ୍ଥାରେ ଥିବା କଳାକୃତି ଗ୍ରାମ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଦୀର୍ଘଦିନର ନୀରବତା ପରେ ଏଥିଲାଗି ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ସୋମବାର ଅପରାହ୍ନରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ନବଜୀବନପୁର ଅଞ୍ଚଳର ଡୋକ୍ରା ହସ୍ତଶିଳ୍ପ କାରିଗରଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ହାତ ତିଆରି ସାମଗ୍ରୀ ସୁବିଧାରେ ବିକ୍ରିବଟା ଲାଗି ନବଜୀବନପୁରରେ ୨ବର୍ଷ ତଳେ ୫କୋଟି ୧୨ଲକ୍ଷ ୮୪ହଜାର ଟଙ୍କା ବ୍ୟୟରେ କଳାକୃତି ଗ୍ରାମ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପ ଆନୁକୂଲ୍ୟରେ କଳାକୃତି ପ୍ରଦର୍ଶନ ଲାଗି ପ୍ରଦର୍ଶନୀ ହଲ, ବିଭିନ୍ନ ଆଲୋଚନା ଓ ସମୀକ୍ଷା ପାଇଁ ସମ୍ମିଳନୀ କକ୍ଷ ଏବଂ ବ୍ୟବସାୟ ପାଇଁ ୨୭ ଦୋକାନ ଘର ତିଆରି କରାଯାଇଛି। ତେବେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ପାଇସାରିଥିବା ସତ୍ତ୍ୱେ ପରିଚାଳନାଗତ ଅବ୍ୟବସ୍ଥା କାରଣରୁ କଳାକୃତି ଗ୍ରାମ ପରିତ୍ୟକ୍ତ ହୋଇପଡ଼ିଛି। ପ୍ରଥମେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତକୁ ପ୍ରଦାନ କରାଯାଇଥିଲା। ହେଲେ ପଞ୍ଚାୟତ କର୍ତ୍ତୃପକ୍ଷ ଓହରିଯିବା ପରେ ଏହାର ପରିଚାଳନା ଦାୟିତ୍ୱ ପର୍ଯ୍ୟଟନ ବିଭାଗକୁ ଦିଆଯାଇଥିଲା। ହେଲେ ବିଭିନ୍ନ କାରଣରୁ ତାହା ମଧ୍ୟ ଫସର ଫାଟିଲା। ଏବେ ଓରମାସ୍‌ ଉପରେ ଭରସା କରିଛି ଜିଲା ପ୍ରଶାସନ। କଳାକୃତି ଗ୍ରାମକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଜିଲାର କଳାକୃତି ପ୍ରଦର୍ଶନ ଏବଂ ବିକ୍ରି ଲାଗି ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ସଦର ବିଡିଓ ସୁଧୀର ନାୟକ, ସଦର ଏସ୍‌ଡିପିଓ ବିକାଶ ବେଉରା, ଓରମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ନୀରଦ ଜେନା, ସଦର ଥାନାଧିକାରୀ ଅଭିନବ ଡାଳୁଆ, ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବିଡେନ୍‌ ସରକାରଙ୍କ ଆର୍ଟ ଆଡ୍‌ଭାଇଜର୍‌ ହେଲେ ମହାନନ୍ଦିଆ: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭। ୭(ବ୍ୟୁରୋ): ସ୍ବିଡେନ୍‌ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ତଥା ଆର୍ଟ ଆଡ୍‌ଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଚିତ୍ରଶିଳ୍ପୀ ପି.କେ. ମହାନନ୍ଦିଆ। ଏଥିପାଇଁ ମୁଖ୍ୟମନ୍ତ୍ରୀ...

ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିଆପାଳ, ୧୭।୧୧(ସ୍ବ.ପ୍ର.)-ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବାଲିଆପାଳର ଜଣେ ଯୁବକ ଜଗତଜ୍ୟୋତି ପଟ୍ଟନାୟକ(୨୫)ଙ୍କର ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି ା ଏହାକୁ ନେଇ...

ଟାଟା ଷ୍ଟିଲର ଭ୍ରାମ୍ୟମାଣ ମେଡିକାଲ ୟୁନିଟ କ୍ରିୟାଶୀଳ

ଡୁବୁରୀ,୨୪।୮(ଡି.ଏନ୍‌.ଏ.)- ସୁକିନ୍ଦା ଓ ଦାନଗଦୀ ବ୍ଲକ ଆଦିବାସୀ ତଥା ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟରେ ଟାଟାଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ୨୦୧୩ରୁ ଆରମ୍ଭ...

୭ରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା

ଢେଙ୍କାନାଳ ଅଫିସ, ୧୪।୧ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଫେବୃୟାରୀ ୭ରୁ ୯ ଯାଏ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସୋମବାର ଅପରାହ୍ନ ୩ଟାରେ ଯୋରନ୍ଦା ପଞ୍ଚାୟତ...

ଘର ଆଗରେ ଭାସୁଛି ଡ୍ରେନ୍‌ ପାଣି

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଘର ଆଗରେ ଭାସୁଛି ଡ୍ରେନ୍‌ ପାଣି। ଘରୁ ଗୋଡ଼ କାଢିଲେ ଅପରିଷ୍କାର ପାଣି ଭିତରେ ପାଦ ପକାଇବାକୁ ପଡୁଛି। ଡ୍ରେନ୍‌ ପାଣି ପାଇଁ ମଶାଙ୍କ...

ପଦଯାତ୍ରା ପୂର୍ବରୁ ବିଜେଡିର ଦୁଇ ଦିନିଆ ପ୍ରତିନିଧି ସମ୍ମିଳନୀ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ହେବ। ତେବେ ପଦଯାତ୍ରା ପୂର୍ବରୁ ବିଜେଡି ପକ୍ଷରୁ ଦୁଇ ଦିନିଆ...

CORONAVIRUS UPDATE: ସୁସ୍ଥ ହେଲେ ଆଉ ୨୭; ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧୪୩କୁ ବୃଦ୍ଧି

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଆଉ ୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଲେଶ୍ୱରର ୯, ଭୁବନେଶ୍ୱରର ୮, ଭଦ୍ରକର ୪, ଗଞ୍ଜାମ ଓ ସୁନ୍ଦରଗଡ଼ର...

ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ସ୍ଥାନାନ୍ତର ହେବ ଘୋଡ଼ା ମୂର୍ତ୍ତି

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ମୂର୍ତ୍ତି ସ୍ଥାନାନ୍ତର ହେବ। ଏହା ରାଜଭବନ ଛକକୁ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି। ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ...

Advertisement
Archives

Model This Week