Posted inଫୁରସତ

ଓଡ଼ିଶାର କଳାସଂସ୍କୃତି ମୋ ପରିଚୟ: ଯୁବ ଶିଳ୍ପୀ ପଦ୍ମଚରଣ

ପ୍ରତ୍ୟେକ ଚିତ୍ର ପଛରେ କିଛି ଅକୁହା କାହାଣୀ ରହିଛି। ଯେତେବେଳେ ଦର୍ଶକ ଛବି ଦେଖାରେ ନିଜକୁ ହଜେଇ ଦିଅନ୍ତି ସେତେବେଳେ ମତେ ଖୁବ୍‌ ଖୁସି ଲାଗେ । ଏମିତିରେ ଓଡ଼ିଶାର କଳା ସଂସ୍କୃତି ହିଁ ମୋତେ ପରିଚୟ ଦେଇଛି।
ଶିଳ୍ପୀଙ୍କ ହସ୍ତର ଯାଦୁକରୀ ସ୍ପର୍ଶରେ ନିର୍ଜୀବ ପଥରରେ ବି ପ୍ରାଣ ସଞ୍ଚାରିତ ହୋଇଥାଏ। ଯାହା ଶିଳ୍ପୀଙ୍କ କଳାକୃତୀର ପରିଚୟ ଦିଏ। ତେବେ ପ୍ରକୃତିର ରୂପବର୍ଣ୍ଣାଳୀକୁ ଦେଖି ଶିଳ୍ପୀ ନିଜ ମନରେ ଉଙ୍କି ମାରୁଥିବା ଚିତ୍ରକୁ ତା’ ରଙ୍ଗତୂଳୀର କାନ୍‌ଭାସରେ ଅଙ୍କନ କରେ। ସେମିତି ଜଣେ ଯୁବ ଶିଳ୍ପୀ ହେଲେ ପଦ୍ମଚରଣ ମହାରଣା। ଜନ୍ମ ତା ୧୨ା୧ା୧୯୭୪ମସିହାରେ । ପତା ରଘୁନାଥ ମହାରଣା ଓ ମା’ ରାଣୀ ଦେଈ। ଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର କୁହୁଡ଼ି ଗ୍ରାମରେ। ସେ କୁହନ୍ତି- ପିଲାଟିବେଳୁ ବିଭିନ୍ନ ପଶୁପକ୍ଷୀ ଓ ଗଛଲତା ଆଦି ପ୍ରାକୃତିକ ଦୃଶ୍ୟ ଦେଖିବାକୁ ଭଲଲାଗେ । ଗାଁ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ବେଳେ ଥରେ ସାର୍‌ ଶ୍ରେଣୀର କଳାପଟାରେ ଏକ ଗଛ ଓ ଆକାଶରେ ଚଢ଼େଇ ଉଡୁଥିବାର ଚିତ୍ରକୁ ଆଙ୍କିଥିଲେ। ଏହି ଚିତ୍ରକୁ ବାରମ୍ବାର ଦେଖୁଥିଲି। କିନ୍ତୁ ସେହି ଚିତ୍ରଟିକୁ ଆଙ୍କିବା ପାଇଁ ଅଭ୍ୟାସ କରିଥିଲି। ଏମିତି ଚିତ୍ର ଆଙ୍କିବାରେ ନିଜକୁ ହଜେଇ ଦେଲି ଯେ ବେଳେବେଳେ ଭୋକ ଶୋଷକୁ ବି ଭୁଲିଯାଏ। ତାପରେ ସାର୍‌ ଓ ସାଙ୍ଗମାନେ ମୁଁ ଆଙ୍କିଥିବା ଚିତ୍ରଗୁଡ଼ିକୁ ଦେଖି ମତେ ଖୁବ୍‌ ପ୍ରଶଂସା କରିଥିଲେ। ସେବେଠାରୁ ବିଭିନ୍ନ ଚିତ୍ର ଆଙ୍କିବା ଓ ସେହି ଚିତ୍ରଗୁଡ଼ିକ କିପରି ଅଧିକ ଭଲ ହୋଇପାରିବ ସେଥିପାଇଁ ଚିନ୍ତା ଘାରିଲା। ତେବେ ମୋର ପ୍ରଥମ ଚିତ୍ର ଥିଲା ମଣିଷ ମୁଣ୍ଡ, ତା’ପରେ ଶୁଆ ଓ ଗଛ। ଜନତା ଉଚ୍ଚ ବିଦ୍ୟାଳୟରୁ ୧୦ମ ପାସ୍‌ କରିଲା ପରେ ଯାଇ ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ୨ ପଢ଼ିଲି । ସମୟକ୍ରମେ ୧୯୯୨ମସିହାରେ ଚାରୁକଳା ମହାବିଦ୍ୟାଳୟ ଖଲିକୋଟରେ ମୁଦ୍ରଣକଳା ବା ଗ୍ରାଫିକ ଆର୍ଟରେ ପ୍ରାୟ ୫ ବର୍ଷ ବି.ଏଫ୍‌.ଏ ଶିକ୍ଷା ଲାଭ କରିଲି। ଆର୍ଟ କଲେଜରେ କଳାଶିକ୍ଷାକୁ ପୁଞ୍ଜିକରି ଆଗକୁ ଅଗ୍ରସର ହେଲିି। ଠାକୁରଙ୍କ ଆଶୀର୍ବାଦ ଓ ବାପାଙ୍କଠାରୁ ପ୍ରେରଣା ମିଳିଥିଲା । ମୋ ଶିଳ୍ପୀ ଜୀବନର ସଂଘର୍ଷମୟ ପଥରେ ଯେତେବେଳେ କିଛି କଥା ମନକୁ ଆସେ ସଙ୍ଗେ ସଙ୍ଗେ ତାକୁ ଚିତ୍ରକଳାର ରୂପଦିଏ। ଗୋଟିଏ ଚିତ୍ର ଆଙ୍କିବା ପୂର୍ବରୁ ପ୍ରଥମେ ତା’ର ଆକୃତିକୁ ଆଙ୍କିଥାଏ। ପାରିପାର୍ଶ୍ୱିକ ଘଟଣା, ହସର, କାନ୍ଦର, ରାଗର ଚେହେରାକୁ ଆଙ୍କେ । ପ୍ରତ୍ୟେକ ଚିତ୍ର ପଛରେ କିଛି ଅକୁହା କାହାଣୀ ରହିଛି। ଯେତେବେଳେ ଦର୍ଶକ ଛବିଦେଖାରେ ନିଜକୁ ହଜେଇ ଦିଅନ୍ତି ସେତେବେଳେ ମତେ ଖୁବ୍‌ ଖୁସି ଲାଗେ । ଏମିତିରେ ଓଡ଼ିଶାର କଳା ସଂସ୍କୃତି ହିଁ ମୋତେ ପରିଚୟ ଦେଇଛି। ସବୁବେଳେ କିଛି ନୂଆକରିବା ପାଇଁ ଚେଷ୍ଟା କରିଥାଏ। ପେଣ୍ଟିଂ, ଲିଥୋପ୍ରିଣ୍ଟିଂ, ଗ୍ରାଫିକ ଆଦି କଳାଶିକ୍ଷା କର୍ମଶାଳାରେ ଯୋଗଦେଇ ଶିକ୍ଷାଲାଭ କରିପାରିଛି। ଏଯାଏ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ଆର୍ଟକାମ ସାରିପାରିଛି। ସବୁ ଚିତ୍ର ତ ସ୍ମୃତି ପରି ଲାଗେ। ରାଜ୍ୟର ରାଉରକେଲା,ଭୁବନେଶ୍ୱର, ବ୍ରହ୍ମପୁର ଭଦ୍ରକ ଆଦି ଅଞ୍ଚଳର କେତେକ ଅନୁଷ୍ଠାନ ସମେତ ଓଡ଼ିଶାର ଲଳିତକଳା ଏକାଡ଼େମୀ ଓ ଖଲିକୋଟ ଚାରୁକଳା ମହାବିଦ୍ୟାଳୟରେ ତିଆରି କରିଥିବା ବିଭିନ୍ନ କଳାକୃତିକୁ ପ୍ରଦର୍ଶନ ଓ ସ୍ଥାନିତ କରାଯାଇଛି। ତାହାହିଁ ମୋ ପାଇଁ ସ୍ମରଣୀୟ। ଲିଥୋପ୍ରିଣ୍ଟ ନ୍ୟୁଜପେପର କଳାକୃତି ପାଇଁ ଓଡ଼ିଶା ଲଳିତକଳା ଏକାଡ଼େମୀ ତରଫରୁ ୧୯୯୬ରେ ପୁରସ୍କୃତ ହୋଇଥିବାବେଳେ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନେକ ସମ୍ମାନ ଓ ପୁରସ୍କାର ମିଳିଛି। ତେବେ ୧୯୯୮ ମସିହାରୁ ବିହାର ବେଗୁସୁରାଇ ଜିଲାର ଏକ ଘରୋଇ ପ୍ରତିଷ୍ଠିତ ସ୍କୁଲରେ ଆର୍ଟ ଶିକ୍ଷକଭାବେ କାଯର୍‌ୟରତ। ଏଠାରେ ଛାତ୍ରୀଛାତ୍ରଙ୍କୁ ବିଭନ୍ନ ଗ୍ରାଫିକ, ପ୍ରିଣ୍ଟିଂ ଓ କର୍ମସିଆଲ କଳାକାରିଗରି ବିଷୟରେ ପଢ଼ାଉଛି। ସବୁବେଳେ ଭଲପାଏ ପ୍ରକୃତିର ବିଭିନ୍ନ ରୂପବିଭବକୁ। ପାହାଡ଼, ସମୁଦ୍ର, ଆକାଶ, ଏପରି କି ଧୂଳି ଧୂସରିତ ପୃଥିବୀକୁ। ଏହି ଭଲପାଇବାର ଆବେଗରେ ଲୁଚିରହିଥାଏ ଶିଳ୍ପୀ ଭାବନାର ଅଜଣାଚିତ୍ର। କିନ୍ତୁ କଳା ସବୁଠି ଦରକାର, କାରଣ ଆଦିମାନବ ଚିତ୍ର ଆଙ୍କି ନିଜର ଭାବକୁ ହିଁ ପ୍ରକାଶ କରିପାରୁଥିଲା । ପିଲାମାନେ ପ୍ରଥମେ ଛବିରୁ ହିଁ ଶିକ୍ଷା ପାଇଥାନ୍ତି । ବିଭିନ୍ନ ରଙ୍ଗ ଦେଖି ଆକର୍ଷିତ ହୁଅନ୍ତି। କିନ୍ତୁ ଏ କଥା କିଏ ବା ନ ଜାଣେ ଶିଳ୍ପୀ ଯେତେ ଦୁଃଖରେ ଥିଲେ ବି ସେ ରାଜକୀୟ ଠାଣି ଦେଖାଇଥାଏ।

– ବନ ବିହାରୀ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?