Posted inଫୁରସତ

ପ୍ରଥମ ଦରମା ବାପାଙ୍କୁ ଦେଇଥିଲି: ରାମପ୍ରସାଦ ଚ୍ୟାଉପଟ୍ଟନାୟକ

ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁରରେ ମୋ ଜନ୍ମ। ମା’ ସୁହାସିନୀ ଓ ବାପା ହରମୋହନ ଚ୍ୟାଉପଟ୍ଟନାୟକ। ଶିକ୍ଷାଗତ ଯୋଗ୍ୟତା ସ୍ନାତକ। ଇଚ୍ଛା ଥିଲା ସରକାରୀ ଚାକିରି, ବିଶେଷକରି ପୋଲିସ ଚାକିରି କରିବାକୁ। ହେଲେ ସମୟ ସ୍ରୋତରେ ମୋ ଜୀବନର ଗତିପଥ ବଦଳିଗଲା, ଆଉ ମୁଁ ଜଣେ ସାମାଜିକ କର୍ମୀ ହୋଇ ସମାଜର ତଥା ଲୋକମାନଙ୍କ ହିତସାଧନ କରିବାକୁ ନିଜକୁ ସମର୍ପି ଦେଲି। ଏହି କାର୍ଯ୍ୟର ଶୁଭାରମ୍ଭ ୧୯୯୧ ମସିହାରେ ନିଜ ଗାଁରୁ ଆରମ୍ଭ କରିଥିଲି। ସେତେବେଳେ ଗାଁରେ ‘ବିଜୟ’ ନାମରେ ଏକ ୟୁଥ୍‌ କ୍ଲବ ଥିଲା, ଯାହାର କାର୍ଯ୍ୟକାରୀ ସଦସ୍ୟ ରହିବା ସହ ସେକ୍ରେଟାରି ଦାୟିତ୍ୱ ମୋତେ ବୁଝିବାକୁ ପଡୁଥିଲା। କ୍ଲବ ତଥା ଗାଁର କେତେକ ବିକାଶମୂଳକ କାର୍ଯ୍ୟ ପାଇଁ ଅନେକ ସମୟରେ ବ୍ଲକ ଅଫିସ୍‌କୁ ଯାଉଥିବାରୁ ସେଠାକାର କର୍ମଚାରୀଙ୍କ ସହ ଆମର ଭଲ ପରିଚୟ ହୋଇଯାଇଥିଲା। ଫଳରେ ସେହି ବ୍ଲକ ଅଫିସ୍‌ରୁ ଆମର ଠିକଣା ପାଇ ‘କାର୍ଡ’ ନାମକ ଏକ ବେସରକାରୀ ସାମାଜିକ ଅନୁଷ୍ଠାନ ଆମ ପାଖକୁ ଚିଠି ପଠାଇଥିଲା, ଯେଉଁଥିରେ ଉଲ୍ଲେଖ ଥିଲା ଭୁବନେଶ୍ୱରରେ ସମାଜ ସଚେତନତା ଉପରେ ପ୍ରାୟ ୨୧ ଦିନିଆ ତାଲିମ ଶିବିର ଆମେ କରୁଛୁ। ଆଉ ଏଥିରେ ବ୍ଲକ ଅଧୀନ ଯେତେ ଆକ୍ଟିଭ କ୍ଲବ ରହିଛି, ସେହି କ୍ଲବଗୁଡ଼ିକରୁ ୨ଜଣ ଲେଖାଏଁ ସଦସ୍ୟଙ୍କୁ ଏହି ଶିବିରରେ ଯୋଗଦେବାକୁ ଅନୁରୋଧ କରୁଛୁ। ଚିଠିଟି ପାଇଲା ପରେ ମୁଁ ଆଉ ମୋର ଜଣେ ସହଯୋଗୀ ଯାଇ ଉକ୍ତ ଶିବିରରେ ତାଲିମ ନେଇଥିଲୁ। ସେଠାରେ ଆମକୁ ସମାଜର ତିନି ସ୍ତରର ଲୋକ ଯଥା: ଉଚ୍ଚସ୍ତରୀୟ, ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀୟ ଲୋକଙ୍କ ମଧ୍ୟରେ କ’ଣ ସମ୍ପର୍କ, ଭେଦଭାବ ରହିଛି ସେ ବିଷୟରେ ବୁଝାଯିବା ସହ ସମାଜରେ କିପରି କ୍ଷମତାର ଅସମ ବଣ୍ଟନ, ଟଙ୍କାର ଅସମ ବଣ୍ଟନ ହୋଇଛି ତାକୁ ମଧ୍ୟ ଜଣାଯାଇଥିଲା। ଅର୍ଥାତ ଗରିବ କେମିତି ଟଙ୍କା ଅଭାବରୁ ଆହୁରି ଗରିବ ହେଉଛନ୍ତି ଆଉ ଧନୀଙ୍କ ପାଖରେ ଧନ କିପରି ବଢ଼ି ବଢ଼ି ଚାଲିଛି ସେ ବିଷୟରେ ବି ଅନେକ କଥା ସେଠାରେ ଜାଣିବାକୁ ମିଳିଲା। କହିବାକୁ ଗଲେ ଏହି ୨୧ଦିନର ତାଲିମ ହିଁ ମୋ ଭିତରେ ଅନେକ ପରିବର୍ତ୍ତନ ଆଣିଦେଲା। ସରକାରୀ ଚାକିରି କରି ଟଙ୍କା ରୋଜଗାର କରିବାର ମୋହ ମନରୁ କୁଆଡେ ଉଭେଇଗଲା। ତା’ ବଦଳରେ ସମାଜସେବାକୁ ଜୀବନର ମନ୍ତ୍ର ଭାବେ ବାଛିନେଇ ଉକ୍ତ ଅନୁଷ୍ଠାନରେ ଯାଇ ଯୋଗଦେଲି। ହେଡ୍‌ଅଫିସ୍‌ ବରମୁଣ୍ଡାରେ ହୋଇଥିଲେ ହେଁ ଟାଙ୍ଗୀରେ ଥିଲା ଏହାର ଏକ ପ୍ରୋଜେକ୍ଟ ଅଫିସ୍‌। ତେଣୁ ଟାଙ୍ଗୀରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବେ କାମ କରିବାକୁ ଲାଗିଲି। ଏଠାରେ ମୋତେ ୬ଶହ ଟଙ୍କା ପ୍ରଥମେ ଦରମା ମିଳିଲା, ଯାହାକୁ ନେଇ ବାପାଙ୍କ ହାତରେ ଦେଲି। ବାପା ସେତେବେଳକୁ ଶିକ୍ଷକ ଚାକିରିରୁ ଅବସର ନେଇ ସାରିଥାନ୍ତି, ହେଲେ ପେନସନ୍‌ ତାଙ୍କର ଲାଗୁ ହୋଇ ନ ଥାଏ। ତେଣୁ ସେହି ଟଙ୍କାକୁ ପାଇବା ପରେ ବାପାଙ୍କ ଆଖିରେ ଗୋଟେ ଖୁସିର ଲହରି ଦେଖିବାକୁ ପାଇଥିଲି। ମୋତେ ବି ସେଦିନ ଭାରି ଖୁସି ଲାଗିଥିଲା। ବାପା ୫ଶହ ଟଙ୍କା ପାଖରେ ରଖି ଶହେ ଟଙ୍କା ହାତ ଖର୍ଚ୍ଚ ପାଇଁ ମୋତେ ଦେଇଥିଲେ। ତା’ପରେ ବି ମୁଁ ବାପାଙ୍କଠାରୁ ଆହୁରି ଅନେକ ଥର ପଇସା ନେଇଛି, ଆଉ ବାପା ସବୁଥର ଖୁସି ଖୁସିରେ ମୋତେ ପଇସା ଦେଇଛନ୍ତି। ଅବଶ୍ୟ ସେତେବେଳେ ବାପା ମୋତେ ପଚାରିଥିଲେ, ତୁ କ’ଣ ଏଇ କାମ ଆଉ ଏତିକି ଟଙ୍କାରେ ଖୁସି ଅଛୁ। ମୁଁ ତାଙ୍କୁ କହିଥିଲି, ଦେଖିବା ୬ମାସ କାମ ପାଇଁ ତ ଏଗ୍ରିମେଣ୍ଟ କରିଛି, ଯଦି କାମ ମୋ ମନଲଖି ହେଲା ତା’ହେଲେ ଆଗେଇବି ନ ହେଲେ ଆଉ କେଉଁଥିରେ କ୍ୟାରିୟର କରିବି। ହେଲେ ଏହି ଅନୁଷ୍ଠାନର କାମ ମୋତେ ଏତେ ପସନ୍ଦ ଆସିଗଲା ଯେ, ୟା’ଭିତରେ ଦୀର୍ଘ ୨୯ ବର୍ଷ ବିତିଗଲାଣି। ଆଉ ମୁଁ ଉକ୍ତ ଅନୁଷ୍ଠାନ ସହ ସଂଶ୍ଳିଷ୍ଟ ରହି ସମାଜ ଓ ଲୋକଙ୍କ ହିତ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିବା ସହ ଏବେ ପ୍ରୋଜେକ୍ଟ କୋଅର୍ଡିନେଟର୍‌ ଭାବେ ଭୁବନେଶ୍ୱର ଅଫିସରେ ଅବସ୍ଥାପିତ। ସମାଜସେବା ବ୍ୟତୀତ କବିତା ଲେଖିବାରେ ବି ମୋର ରୁଚି ରହିଛି। ଖାସ୍‌ କରି ଗାଁ କଥା, ଶିଶୁ ଅଧିକାର, ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀ ଉପରେ ମୋ କବିତା ପର୍ଯ୍ୟବସିତ।


Enter your email to get our daily news in your inbox.

All Right Reserved By Dharitri.Com

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

ଦେଶର ସବୁଠାରୁ ବଡ ଭୋଟର ପରିବାର, ୧୦-୨୦ ନୁହେଁ ଗୋଟିଏ ପରିବାରରେ ଭୋଟରଙ୍କ ସଂଖ୍ୟା ଶହେରେ

ଗୁଆହାଟି,୧୫।୪: ଲୋକ ସଭା ନିର୍ବାଚନ ୨୦୨୪ରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ସମୟରେ ଆସାମରେ ଏକ ପରିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri