Posted inଫୁରସତ

ବିବାହ ଉତ୍ସବକୁ ସେନା ନିମନ୍ତ୍ରିତ

ଥିରୁଭାନନ୍ତପୁରମ୍‌: ବିବାହ ସମସ୍ତଙ୍କ ଜୀବନରେ ବହୁତ ଖାସ ମୁହୂର୍ତ୍ତ ହୋଇଥାଏ। ଏଥିସହ ବିବାହକୁ ସ୍ମରଣୀୟ କରିବାକୁ ମଧ୍ୟ ସମସ୍ତେ ଚାହିଁଥାନ୍ତି। ତେବେ ଏପରି ଘଟଣା ସାମ୍‌ନାକୁ ଆସିଛି, ଯେଉଁଥିରେ ବିବାହ କରିବାକୁ ଯାଉଥିବା ଦମ୍ପତି ସମସ୍ତ ଭାରତୀୟ ଆର୍ମିଙ୍କୁ ତାଙ୍କ ବିବାହ ପାଇଁ ନିମନ୍ତ୍ରଣ କରିଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନଭେମ୍ବର ୧୦ରେ ବିବାହ କରିଥିବା କେରଳର ଦମ୍ପତି ରାହୁଲ ଏବଂ କାର୍ତ୍ତିକା ସମସ୍ତ ଭାରତୀୟ ଆର୍ମିଙ୍କୁ ନିମନ୍ତ୍ରଣ ପଠାଇଥିବା ଜଣାପଡିଛି। ସେ ଚିଠିରେ ଲେଖିଛନ୍ତି, ‘ ଆମେ ଦୁହେଁ ନଭେମ୍ବର ୧୦ରେ ବିବାହ କରିବାକୁ ଯାଉଛୁ। ଆପଣମାନେ ଆମକୁ ଏବଂ ଦେଶକୁ ବାହ୍ୟ ଶତ୍ରୁଙ୍କଠାରୁ ରକ୍ଷା କରୁଛନ୍ତି, ଫଳରେ ଆମେ ଘରେ ଆରାମରେ ଶୋଇପାରୁଛୁ। ବାହାରେ ବୁଲି ପାରୁଛୁ। ସେଥିପାଇଁ ଆପଣଙ୍କ ପାଖରେ ଆମେ ଚିର ରୁଣୀ। ଆମେ ଦୁହେଁ ବହୁତ ଖୁସି ଅଛୁ। ଆମର ଏହି ଖୁସିର ମୁହୂର୍ତ୍ତରେ ଆପଣଙ୍କୁ ଆମନ୍ତ୍ରିତ କରି ଆଶୀର୍ବାଦ କାମନା କରୁଛୁ।’ ଭାରତୀୟ ସେନା ଏହାର ଉତ୍ତର ଦେବାକୁ ଯାଇ ଲେଖିଛନ୍ତି, ‘ବେଷ୍ଚ୍‌ ୱିସେସ୍‌। ବିବାହ ନିମନ୍ତ୍ରଣ ପାଇଁ ଦୁହିଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତୁମ ବିବାହ ଜୀବନ ପାଇଁ ଶୁଭକାମନା।’ ଏଥିସହ ଅନେକ ଲୋକ ମଧ୍ୟ ଲଗାତାର ଏଥିରେ କମେଣ୍ଟ କରୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ସୁରକ୍ଷିତ ଘର, ପରମାଣୁ ବୋମା ପଡ଼ିଲେ ବି ହେବ ନାହିଁ ନଷ୍ଟ

ନିଜ ଘରକୁ ସୁରକ୍ଷିତ ରଖିବାକୁ ସମସ୍ତେ ଚାହାନ୍ତି। ସେ ନେଇ ଘର ନିର୍ମାଣ ହେଉ କିମ୍ବା କିଣା ସମୟରେ ସୁରକ୍ଷା ନେଇ ଯୋଜନା ପ୍ରସ୍ତୁତ କରାଯାଇଥାଏ।...

ନିଜ ଖୁସି ନିଜ ହାତରେ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରକୁ ଯେ କେବଳ କିଛି ନୂଆ ଜିନିଷ କିଣିଆଣିଲେ କିମ୍ବା କିଛି ନୂଆ ଉପାୟ ଅବଲମ୍ବନ କରିଦେଲେ ଗୃହରେ ଶାନ୍ତି ଓ ଖୁସିର...

୭୨ ବର୍ଷୀୟା ମହିଳା ଚଲାଉଛନ୍ତି ୧୧ ପ୍ରକାର ଗାଡ଼ି

କୋଚି: ପ୍ରତ୍ୟେକ କାର୍ଯ୍ୟ ପାଇଁ ମନରେ ଆଗ୍ରହ ରହିବା ଦରକାର। ଏହା ଦ୍ୱାରା କାର୍ଯ୍ୟଗୁଡ଼ିକ ଅତି ଉତ୍ତମ ଭାବେ ସମ୍ପାଦିତ ହୋଇଥାଏ। କୋଚିର ରାଧାମଣୀ ଅମ୍ମ।...

ଯୋଗୀଙ୍କ ମୋକ୍ଷ ଯୋଜନା: ବାରାଣସୀରେ ପ୍ରତିଷ୍ଠା ହେବ ଅସ୍ଥି ବ୍ୟାଙ୍କ…

ଲକ୍ଷ୍ନୌ,୧୧।୩ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ଜନସାଧାରଣଙ୍କ ପାଇଁ ମୋକ୍ଷ ଯୋଜନା କରିଛନ୍ତି। ଏହା ଅର୍ନ୍ତଗତ ବାରାଣସୀର ମଣିକର୍ଣ୍ଣିକା ଘାଟରେ ଅସ୍ଥି ବ୍ୟାଙ୍କ...

ଇଣ୍ଟରନେଟ୍‌ର ଚମତ୍କାରିତା: ନିଖୋଜ ହେବାର ୪୦ ବର୍ଷ ପରେ ଘରକୁ ଫେରିଲେ ୯୪ ବର୍ଷୀୟା ବୃଦ୍ଧା

ଭୋପାଳ, ୨୦।୬- ଇଣ୍ଟରନେଟ୍‌ ସହିତ ଆଜିର ଯୁବ ପିଢ଼ି ପୁରା ଜଡ଼ିତ ହୋଇସାରିଛି। ଇଣ୍ଟରନେଟ୍‌ ଦ୍ୱାରା ଆମର କେତେବେଳେ ଉପକାର ହେଉଛିତ ପୁଣି ଅପକାର। କିନ୍ତୁ...

ବାଇକ୍‌ ଚଲାଇ କରୁଥିଲେ ଫେସ୍‌ବୁକ୍‌ ଲାଇଭ୍‌, ଆଉ ତା’ପରେ..

ଏବେ ଏକପ୍ରକାର ନିଶା ପାଲଟିଛି ସ୍ମାର୍ଟଫୋନ। କେବଳ ଯୁବପିଢି ନୁହେଁ, ସମସ୍ତଙ୍କୁ ନିଜ ମାୟାରେ ବଶୀଭୂତ କରିଛି ସ୍ମାର୍ଟଯୁଗର ସ୍ମାର୍ଟଫୋନ। ସ୍ମାର୍ଟଫୋନ କେବଳ ଆଖି ଖରାପ...

ଗୋଟିଏ ଜୁଇରେ ଦମ୍ପତିଙ୍କ ଅନ୍ତିମ ସଂସ୍କାର…

ଇନ୍ଦୋର,୧୯।୫: ଗୋଟିଏ ଦିନରେ ଗୋଟେ ଘଣ୍ଟା ବ୍ୟବଧାନରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ଏବଂ ଅନ୍ତିମ ସଂସ୍କାର ଗୋଟିଏ ଜୁଇରେ ହେବା ଘଟଣା ସାଧାରଣତଃ ଫିଲ୍ମରେ ଦେଖିବାକୁ...

କରୋନା ଭୂତାଣୁ ଡିପ୍‌ ଫ୍ରିଜରରେ ବି ବଞ୍ଚିରୁହେ ୨୮ ଦିନ !

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୪: କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଖାଦ୍ୟ ସାମଗ୍ରୀ, ପନିପରିବା ଆଦିକୁ ସତେଜ ରଖିବା ପାଇଁ ଘରେ ସଭିଏଁ ଫ୍ରିଜର ବ୍ୟବହାର...

Advertisement
Archives

Model This Week