ଟୋକନ୍‌ ବାତିଲ, ମିଲରଙ୍କ ମନମାନିକୁ ନେଇ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ୍‌, ୨୦।୧୧: ଟୋକନ ବାତିଲ ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏପରି କି ୨ରୁ ୩ ଥର ବି ଟୋକନ୍‌ ବାତିଲ ହେବା ସହ ଆଉ ଧାନ ବିକିବା ପାଇଁ ଚାଷୀଙ୍କୁ ସୁଯୋଗ ଦିଆଯାଉନି। ଏହାଦ୍ୱାରା ଜିଲାର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେଉଛି । ଆନ୍ଦୋଳନ ହେଉଛି। କେବଳ ଏତିକି ନୁହେଁ, ଠିକ ସମୟରେ ଠିକ ସ୍ଥାନକୁ ମିଲରମାନେ ଗାଡି ପଠାଉନାହାନ୍ତି। ମିଲରଙ୍କ ମନମାନି ଯୋଗୁ ମଣ୍ଡିରେ ଧାନ ଗଚ୍ଛିତ ରହିବା ସହ ଚାଷୀ ଅସନ୍ତୋଷ ସୃଷ୍ଟି ହେଉଛି। ତେଣୁ ଏଥର ଯେପରି ସେଭଳି ପରିସ୍ଥିତି ସୃଷ୍ଟି ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବା ଉଚିତ। ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଜିଲା ପରିଷଦ ସଭାପତି ମନୋଜ କୁମାର ଭୋଇ ଏହି ପ୍ରସଙ୍ଗ ଉଠାଇଥିଲେ। ଏହି କଥାରେ ଅଧିକାଂଶ ସହମତି ପ୍ରକାଶ କରିଥିଲେ। ବୈଠକରେ ଜିଲାପାଳ ପାରୁଲ ପଟୱାରୀ ପୌରୋହିତ୍ୟ କରି ଜିଲାର ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ଗୁଡିକରେ ଖାଲି ପଡିଥିବା ସେକ୍ରେଟାରୀ ପଦବୀକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେ ଉପସ୍ଥିତ ଡିଆର୍‌ସିଏସ୍‌ମାନଙ୍କୁ କହିଥିଲେ, ପଦବୀ ପୂରଣ ନ ହେବାରୁ ପାକ୍ସଗୁଡିକ ଅନ୍ଧାରରେ ରହିଛି। ତେଣୁ ମାର୍ଚ୍ଚ ସୁଦ୍ଧା କେତେ ପଦବୀ ପୂରଣ କରିପାରିବେ ପ୍ରଶ୍ନ କରି ତାର ଉତ୍ତର ଚାହିଁଥିଲେ । ଡିଆର୍‌ସିସି କହିଥିଲେ, ଏହି ସମୟ ମଧ୍ୟରେ ପାକ୍ସଗୁଡିକର ସହକାରୀ ସେକ୍ରେଟାରୀ ୨୮ ଜଣଙ୍କୁ ସେକ୍ରେଟାରୀ ଦାୟିତ୍ୱ ଦିଆଯିବ। ୩୯ ଜଣଙ୍କୁ ସିଧାସଳଖ ନିଯୁକ୍ତି ଦିଆଯିବା ପାଇଁ ବ୍ୟବସ୍ଥା ହେବ। ୬ଟି ନିଯୁକ୍ତି ସଂକ୍ରାନ୍ତରେ ହାଇକୋର୍ଟରେ ମାମଲା ଚାଲିଥିବାରୁ ତାହା ବିଳମ୍ବ ହେବ ବୋଲି ଉତ୍ତର ରଖିଥିଲେ। ଏହାବାଦ୍‌ ମିଲରମାନେ ପିପି (ପଲିପ୍ରୋପିଲିନ୍‌) ଅଖା ବ୍ୟବହାର ଯୋଗୁ ସେମାନେ କ୍ଷତିର ସମ୍ମୁଖୀନ ହେଉଥିବା କହିବା ସହ ଝୋଟ ଅଖା ବ୍ୟବହାର ପାଇଁ ଜୋର ଦେଇଥିଲେ। ଯେହେତୁ ଚାଷୀଙ୍କୁ ଏହି ଅଖା କିଣିବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ ତେଣୁ ସଚେତନ କରିବାକୁ ଜିଲାପାଳ ପାରୁଲ ପଟୱାରୀ ପରାମର୍ଶ ଦେଇଥିଲେ। ଏହି ସମୟରେ ଉପସ୍ଥିତ ମିଲରମାନେ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ସେକ୍ରେଟାରୀମାନଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ, ଅଖା ପିଛା ୫ ଟଙ୍କା ଚାଷୀଙ୍କୁ ଦିଆଯିବା ବ୍ୟବସ୍ଥା ଅଛି । କିନ୍ତୁ ପାକ୍ସ ସେକ୍ରେଟାରୀମାନେ ଏହି ଟଙ୍କା ଖାଇ ଯାଉଛନ୍ତି। ଏହି ପ୍ରସଙ୍ଗକୁ ନେଇ କିଛି ସମୟ ସରଗରମ ଆଲୋଚନା ହୋଇଥିଲା। ଏଥର ଜିଲାର ୪୬,୩୧୭ ପଞ୍ଜୀକୃତ ଚାଷୀଙ୍କ ଧାନ ୧୦୫ଟି ପାକ୍ସ ମାଧ୍ୟମରେ କିଣାଯିବ । ଜାନୁୟାରୀ ୬ରୁ ତିର୍ତ୍ତୋଲ, ରଘୁନାଥପୁର ଓ କୁଜଙ୍ଗ ବ୍ଲକ ଅଞ୍ଚଳରୁ ଧାନ ସଂଗ୍ରହ ହେବ। ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍‌ ଜାନୁୟାରୀ ୧୩ରୁ ଅବଶିଷ୍ଟ ବ୍ଲକ ଅଞ୍ଚଳରୁ ଧାନ ଉଠିବ । ଏହି ପ୍ରକ୍ରିୟା ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ଡିସେମ୍ବର ୩୦ ତାରିଖ ସୁଦ୍ଧା ଆର୍‌ଏମ୍‌ସି ଅସ୍ଥାୟୀ ଷ୍ଟକ ଶେଡ୍‌ ନିର୍ମାଣ କାମ ସାରିବାକୁ ପଡ଼ିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ସମୟରେ କଣ୍ଟ୍ରୋଲ ରୁମ୍‌ କାମ କରିବ। ପଞ୍ଜୀକୃତ ଚାଷୀ ସେମାନଙ୍କ ଜମି ଅଞ୍ଚଳ, ଟୋକନ ସ୍ଥିତି ଓ ପ୍ରାପ୍ୟ ପାଇବା ସମ୍ପର୍କରେ ଜାଣିବା ପାଇଁ ଟୋଲ ଫ୍ରି ନମ୍ବର ୧୯୬୭କୁ କଲ୍‌ କରିପାରିବେ । ୨୦୨୨-୨୩ ଖରିଫ ବର୍ଷରେ ଜିଲାରୁ ୯୦୮୯୭.୦୫୮ ଏମ୍‌ଟି ଧାନ ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସରକାର ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କୁଇଣ୍ଟାଲ ପିଛା ୨୦୪୦ ଓ ଗ୍ରେଡ୍‌ (ଏ) ପାଇଁ ୨୦୬୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଗତବର୍ଷଠାରୁ କୁଇଣ୍ଟାଲ ପିଛା ୧୦୦ ଟଙ୍କା ଅଧିକ ରହିଛି। ଏଥିର ପ୍ରଥମ ଥର ପାଇଁ ୬ଟି ଏସ୍‌ଏଚ୍‌ଜିକୁ ସୁଯୋଗ ଦିଆଯାଇଛି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପି ରାଜଶ୍ରୀ ମଲ୍ଲିକ, ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌, ଜିଲା ମୁଖ୍ୟ କୃଷି ଅଧିକାରୀ, ଆର୍‌ଏମ୍‌ସି ସେକ୍ରେଟାରୀ, ତିର୍ତ୍ତୋଲ, ବିରିଡି ଓ ଜଗତ୍‌ସିଂହପୁର ବ୍ଲକ ଚାଷୀ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ର ବିବରଣୀ ପାଠ କରିବା ସହ ଶେଷରେ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri