ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌

ବାରିପଦା ଅଫିସ,୫ା୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ସ୍ଥିତ ଅମର୍ଦ୍ଦା ଏୟାରଷ୍ଟିପ୍‌ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭାରତୀୟ ବାୟୁ ଅଧିକାରୀଙ୍କ ସହ ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ବର ଟୁଡୁ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଶୁକ୍ରବାର ମନ୍ତ୍ରୀ ଟୁଡୁ ନୂଆଦିଲ୍ଲୀଠାରେ ବାୟୁସେନାର ଭାଇସ୍‌ ଏୟାର ଚିଫ୍‌ ରାନାଡେ, ଆସିଷ୍ଟାଣ୍ଟ ଚିଫ୍‌ ଏୟାରଷ୍ଟ୍ରିପ୍‌ ଅପରେସନ ଏବଂ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଖୁବଶୀଘ୍ର ଅମର୍ଦ୍ଦା ଏୟାରଷ୍ଟିପ୍‌ରେ ଉଭୟ ସାମରିକ ଏବଂ ବେସାମରିକ ଯାନ ଯାତାୟତ ପାଇଁ କାର୍ଯ୍ୟ କରିବ ବୋଲି ଅଧିକାରୀମାନେ ପ୍ରକାଶ କରିଥିବା ନେଇ ମନ୍ତ୍ରୀ ଟୁଡୁଙ୍କ ମିଡିଆ ପ୍ରତିନିଧି ଦେବବ୍ରତ ସାମଲ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।
ଏଥିପୂର୍ବରୁ କେନ୍ଦ୍ରମନ୍ତ୍ରୀ ଟୁଡୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚ୍ଚପଦସ୍ଥ ଅଫିସର ଏବଂ ବୈଷୟିକ ଟିମ୍‌ଙ୍କୁ ନେଇ ଅମର୍ଦ୍ଦା ଏୟାରଷ୍ଟିପ୍‌ ଗସ୍ତ କରି ବାସ୍ତବ ସ୍ଥିତିର ସମୀକ୍ଷା କରିଥିଲେ। ଏଥି ସହିତ ମନ୍ତ୍ରୀ ଟୁଡୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଏହି ଏୟାରଷ୍ଟିପ୍‌ର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟକାରୀ ହେଲା ସଂଶୋଧିତ ଗାଇଡ୍‌ଲାଇନ୍‌:ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ବଣ୍ଟା ହେଲା ଛତୁଆ

ଭୁବନେଶ୍ୱର, ୨ା୯(ବ୍ୟୁରୋ):ସମନ୍ବିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁ, ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କୁ ଅତିରିକ୍ତ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଉନ୍ନତମାନର ଛତୁଆ...

ଭୂମିହୀନଙ୍କୁ ଘରଡିହ ଯୋଗାଅ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଗ୍ରାମାଞ୍ଚଳରେ ସମସ୍ତ ପରିବାରଙ୍କ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ଗତ ୫ ବର୍ଷ ମଧ୍ୟରେ ୨୫ଲକ୍ଷ ୧୮ହଜାର...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ

ଗଣିଆ,୧୭।୧୧(ଡି.ଏନ.ଏ.)-ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ଅନ୍ତର୍ଗତ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳର ବଡମୂଳ ମଙ୍ଗାନାସୀଠାରେ ରହିଛି ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ...

ମା’ଙ୍କୁ ବଳାତ୍କାର, ନାବାଳକ ପୁଅ ସହ ଅପ୍ରାକୃତିକ ଯୌନ କ୍ରିୟା: ନୟାଗଡ଼ ଡିଇଓ କାର୍ଯ୍ୟାଳୟର ଷ୍ଟେନୋଙ୍କୁ ଜେଲ

ଖୋର୍ଦ୍ଧା ଅଫିସ,୨୬ା୧୧: ମା’କୁ ବଳାତ୍କାର, ନାବାଳକ ପୁଅକୁ ଅପ୍ରାକୃତିକ ଯୌନ କ୍ରିୟା କରି ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟର ଷ୍ଟେନୋ ସୁରେନ୍ଦ୍ର ବାରିକ (୫୮)...

ଗଁ।କୁ ନାହିଁ ସବୁଦିନିଆ ପକ୍କାରାସ୍ତା: ବିଧାୟକଙ୍କୁ ଭେଟିଲେ ଗ୍ରାମବାସୀ

ଭଦ୍ରକ ଅଫିସ, ୨୧।୮: ଭଦ୍ରକ ବ୍ଲକ ଦଇସିଂ ପଞ୍ଚାୟତ କୁଶୁନନଗର ମୌଜାର ବଢେଇଗଡିଆ ଗଁ।କୁ ନାହିଁ ସବୁଦିନିଆ ପକ୍କାରାସ୍ତା। ଫଳରେ ଲୋକେ ଯାତାୟାତ କରିବାରେ ଅସୁବିଧାର...

ରିଚାର୍ଜ ପିଟ୍‌ ପ୍ରକଳ୍ପରେ ଅନିୟମିତତା

ପଟ୍ଟାମୁଣ୍ଡାଇ,୧୯।୩ (ଡି.ଏନ.ଏ.): ଦିନକୁ ଦିନ କମିବାରେ ଲାଗିଛି ଭୂତଳ ଜଳସ୍ତର । ସେହି ଜଳକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଜଳ ଅମଳ ପ୍ରକଳ୍ପ ଭଳି କାର୍ଯ୍ୟକ୍ରମକୁ...

ଗୋରୁଙ୍କୁ ଲମ୍ପି ରୋଗ, ଲୋକେ ଭୟଭୀତ

ସାରସକଣା,୧୦।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକର ପାଣ୍ଡରା ପଞ୍ଚାୟତରେ ଗୋଟିଏ ଗାଈ ଦେହରେ ଲମ୍ପି ରୋଗ ଲକ୍ଷଣ ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକେ ଭୟଭୀତ...

ବ୍ୟାପୁଛି ଝାଡ଼ାବାନ୍ତି, ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଦଶମନ୍ତପୁର/କୋଡିଙ୍ଗା, ୨୫।୮(ଡି.ଏନ୍‌.ଏ.): କୋରାପୁଟ ଓ ନବରଙ୍ଗପୁରରେ ଝାଡ଼ାବାନ୍ତି ଥମିବାର ନାଁ ନେଇନି। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଏବେ ଭୟର...

Advertisement
Archives

Model This Week