ବନ୍ଦ ରହିବ ଆଖଣ୍ଡଳମଣି ମନ୍ଦିର

ଆରଡ଼ି, ୧୮।୧୧ (ଡି.ଏନ.ଏ.): ପ୍ରସିଦ୍ଧ ଶୈବପୀଠ ଭଦ୍ରକ ଜିଲାର ଆରଡ଼ିରେ କୋଭିଡ୍‌ କଟକଣା ଯୋଗୁ ଆସନ୍ତା ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ଆଖଣ୍ଡଳମଣି ମନ୍ଦିର ବନ୍ଦ ରହିବ। ଶ୍ରଦ୍ଧାଳୁମାନେ ଦିଅଁ ଦର୍ଶନ କରିପାରିବେ ନାହିଁ। ଏଥିସହ ପବିତ୍ର ଶିବଗଙ୍ଗା ପୁଷ୍କରିଣୀରେ ଭକ୍ତମାନଙ୍କ ଡଙ୍ଗା ଭସା ଉପରେ ମଧ୍ୟ ଜିଲା ପ୍ରଶାସନ ରୋକ୍‌ ଲଗାଇଛି। କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଲକ୍ଷ୍ୟ କରି ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ରାତି ୮ଟା ପର୍ଯ୍ୟନ୍ତ ପୀଠରେ ୧୪୪ ଧାରା ଜାରି ରହିବ ବୋଲି ବୁଧବାର ମନ୍ଦିର ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି। ଅନ୍ୟପକ୍ଷେ ପାଳିଆ ସେବାୟତ ଓ ସୀମିତ ସେବାୟତଙ୍କ ଦ୍ୱାରା ମନ୍ଦିରର ସମସ୍ତ ନୀତିକାନ୍ତି ସମାପନ ହେବ। ପୂର୍ଣ୍ଣିମା ସନ୍ଧ୍ୟାରେ ବାବାଙ୍କ ହରଗୌରୀ ବେଶ ପୂର୍ବବର୍ଷ ପରି କରାଯିବ। ଏଥିଲାଗି ମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ପୋଲିସକୁ କୁହାଯାଇଛି। ପୀଠ ସମେତ ଏହା ନିକଟସ୍ଥ ବୈତରଣୀ ନଦୀରେ ଯେପରି ଡଙ୍ଗା ଭସା ନ ଯିବ ସେଥିଲାଗି ପ୍ରଶାସନ ପକ୍ଷରୁ କଡ଼ା ବନ୍ଦୋବସ୍ତ ଗ୍ରହଣ କରାଯାଇଥିବା ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ମନୋଜ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ କଚାଡ଼ି ଦେଲା ଦନ୍ତା

କଣ୍ଟାମାଳ,୧୦ା୪(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତର ଡୁମାଳପଖାଳ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଖବର ପାଇ ରବିବାର...

ମା ତାରା ତାରିଣିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଶୁଭାରମ୍ଭ

ପୁରୁଷୋତ୍ତମ ପୁର, ୧୫/୫(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣି ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା...

ବାପ, ପୁଅଙ୍କ ସମେତ ୩ଜଣଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର,୬।୧୦(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର: ଭୁବନେଶ୍ୱର ସାମନ୍ତରାପୁର ଛକ ଜାତୀୟ ରାଜପଥରେ ମିଠା ଦୋକାନୀ ପ୍ରଭାକର ବେହେରା ଓରଫ ଜମ୍ବୁଙ୍କୁ ରବିବାର ଅପରାହ୍ନରେ ହତ୍ୟା କରିଥିଲେ ଦୁର୍ବୃତ୍ତ।...

ଭାଇଚାରାର ପରମ୍ପରା ‘ଜୁଗିନୀଗିଡି’

ବାରିପଦା ଅଫିସ,୨୬।୧-ଭାରତୀୟ ସଂସ୍କୃତିର ଆଦି ନିର୍ମାତା ଭାବେ ଆଦିବାସୀମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ଜାବୁଡ଼ି ଧରିଥାନ୍ତି। ଏହାମଧ୍ୟରେ ‘ଜୁଗିନୀଗିଡି’ ହେଉଛି ସେମାନଙ୍କର ଅନନ୍ୟ ଏକ...

ଅବକାରୀ ଚଢାଉ, ୫ ଗିରଫ

ବଇଣ୍ଡା,୬।୯(ଡି.ଏନ.ଏ.): ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଠାକୁରଗଡ଼ ଓ ଆଠମଲ୍ଲିକ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢାଉ କରି ୫୨ ଲିଟର ଦେଶୀ ମହୁଲି ମଦ...

ନିଶା ବ୍ୟବସାୟକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ : ଦାଦା ଗୁରୁତର, ବର୍ତ୍ତିଗଲେ ପୁତୁରା

ବାଲେଶ୍ୱର ଅଫିସ, ୨୬।୧୦: ବାଲେଶ୍ୱର ସଦର ଥାନା ଅଧୀନ ରସାଳପୁର ଛେଳିଆପଦା ଛକ ନିକଟସ୍ଥ କାଳିମଣ୍ଡପ ପଡ଼ିଆରେ ଜଣେ ଦୁର୍ବୃତ୍ତ ନିଶା ବ୍ୟବସାୟକୁ କେନ୍ଦ୍ର କରି...

ଜୁନ୍‌ ୧୭ରୁ କାର୍ଯ୍ୟକ୍ଷମ ହେବ ୬୪ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର, ୧୦।୫(ବ୍ୟୁରୋ): ରାଜ୍ୟରେ ୨୫୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ରହିଛି। ଅବଶିଷ୍ଟ ୬୪ଟି ଆଦର୍ଶ ବିଦ୍ୟାଳୟକୁ ଆସନ୍ତା ଜୁନ ୧୭ ତାରିଖରୁ କାର୍ଯ୍ୟକ୍ଷମ କରାଯିବ।...

ଜମି ରେକର୍ଡ ଡିଜିଟାଇଜ କରିବାରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ଜମିଜମା ରେକର୍ଡ ଡିଜିଟାଇଜିଂ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ନ୍ୟାଶନାଲ କାଉନ୍‌ସିଲ ଅଫ ଆପ୍ଲାଏଡ ଇକୋନୋମିକ୍ସ ରିସର୍ଚ୍ଚ(ଏନସିଏଇଆର)...

Advertisement
Archives

Model This Week