ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ପଠାଉଛି ଏମ୍ସ

ଭୁବନେଶ୍ୱର,୩୧ା୫(ବ୍ୟୁରୋ):କୋଭିଡ୍‌ ମହାମାରୀ ସମୟରେ ମେଡିକାଲରେ ବେଡ୍‌ ପାଇବାକୁ ରୋଗୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ଏପରିସ୍ଥିତିରେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଗୁରୁତର ଅଣକୋଭିଡ୍‌ ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିବାକୁ ଅନୁମତି ଦିଆ ନ ଯାଇ ଅନ୍ୟତ୍ର ନେବାକୁ କୁହାଯାଉଥିବା ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ ହୋଇଛି। ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ, ଏମ୍‌ସ ଭଳି ଜାତୀୟସ୍ତରୀୟ ଚିକିତ୍ସାଳୟରେ ରୋଗୀଙ୍କ ସ୍ବାସ୍ଥ୍ୟ, ସମ୍ମାନ ଓ ମାନବାଧିକାର କ୍ଷୁଣ୍ଣ ହେଉଛି। କୋଭିଡ-୧୯ ମହାମାରୀ ସମୟରେ ଏମ୍‌ସର ଆଉଟ୍‌ଡୋର ବନ୍ଦ କରାଯାଇଛି। ଏଥିସହିତ ଏଠାକୁ ଆସୁଥିବା ଗୁରୁତର ଅଣ-କୋଭିଡ୍‌ ରୋଗୀଙ୍କୁ ଭେଣ୍ଟିଲେଟର ସହିତ ଆଇସିୟୁ ବେଡ୍‌ ପ୍ରଦାନ କରିବାକୁ ମନା କରାଯାଇ ଅନ୍ୟତ୍ର ପଠାଯାଉଛି। ରୋଗୀଙ୍କୁ ଭର୍ତ୍ତି କରାଗଲେ ମଧ୍ୟ ଓ୍ବାର୍ଡ ମିଳିବାକୁ ୨ରୁ ୩ଦିନ ଲାଗିଯାଉଛି। ଫଳରେ କେତେଜଣ ରୋଗୀ ଘରୋଇ ମେଡିକାଲକୁ ଯାଇ ଶୋଷଣର ଶିକାର ହେଉଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ସମାଧାନ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଦୀପ୍ତ କମିଶନଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ପୁଣି ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୩୩କୁ ବୃଦ୍ଧି ପାଇଛି। ୪ ମୃତକଙ୍କ ମଧ୍ୟରେ...

ପ୍ରେକ୍ଷାଳୟରୁ ମୁହଁ ଫେରାଉଛନ୍ତି ଦର୍ଶକ

ଭୁବନେଶ୍ୱର,୮।୧୨ (ବ୍ୟୁରୋ):ମନୋରଞ୍ଜନର ଅନ୍ୟତମ ମାଧ୍ୟମ ହେଉଛି ସିନେମା। ଟେଲିଭିଜନ ମାଧ୍ୟମରେ ଯେତେ ଚଳଚ୍ଚିତ୍ର ଦେଖିଲେ ବି ହଲ୍‌ରେ ବସି ଦେଖିବାର ମଜା ନିଆରା। ତେବେ କରୋନା...

ଭାଜପା ଲୋକଙ୍କୁ ବିଭ୍ରାନ୍ତ ନ କରୁ: ବିଜେଡି

ଭୁବନେଶ୍ୱର,୧୫।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏ ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛି।...

ସିବିଆଇ ତଦନ୍ତ ଦାବି କଲେ ମା’

ଭୁବନେଶ୍ୱର,(ବ୍ୟୁରୋ)/ ନୟାଗଡ଼ ଅଫିସ୍‌/ ରଣପୁର, ୫।୪ (ସ୍ବ.ପ୍ର.):ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠା ରାଉତ...

ସଙ୍ଗିନ ହେଉଛି ସ୍ଥିତି

ଅନୁଗୋଳ ଅଫିସ, ୨୯।୪:  ଅନୁଗୋଳ ଜିଲାରେ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗତ ଦୁଇଦିନ ଭିତରେ ସଂକ୍ରମଣ ୭୦୦ ପାର୍‌ କରିଛି। ମଙ୍ଗଳବାର ୨ୟ ଲହରରେ...

୨ ବର୍ଷରେ ଇବ୍‌ ନଦୀ ଉପରେ ହେବ ୨ ବ୍ୟାରେଜ

ଭୁବନେଶ୍ୱର,୧୧ା୧(ବ୍ୟୁରୋ)”ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସୁନ୍ଦରଗଡ଼ ସଦର ବ୍ଲକ୍‌ ଅନ୍ତର୍ଗତ କୋପସିଙ୍ଗା ଓ କୁଡ଼ାବଙ୍ଗାଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍‌ ନଦୀ ଉପରେ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୨୦,୯୪୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ବାର୍ଥଡେ ପାର୍ଟିରେ ଦୁଇଗୋଷ୍ଠୀ ମଧ୍ୟରେ ବଚସା: ଫୁଟିଲା ଗୁଳି

ଝାରସୁଗୁଡ଼ା ଅଫିସ,୫।୧୨: ଝାରସୁଗଡ଼ା ସହରରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ କଥା କଥାରେ ଗୁଳି ଫୁଟୁଛି। ଫଳରେ ସାଧାରଣ ଲୋକେ ଭୟଭିତ...

Advertisement
Archives

Model This Week