ଜବରଦଖଲ ଉଚ୍ଛେଦରେ ପ୍ରଶାସନର ପଛଘୁଞ୍ଚା

ଦେବଗଡ଼,୩।୪(ଡି.ଏନ୍‌.ଏ.): ଦେବଗଡ଼ ସହର କଲେଜ ରୋଡ ଶନି ମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ହେଲେ ଏହି ପୋଖରୀର କିଛି ଜାଗାକୁ କେତେଜଣ ବ୍ୟକ୍ତି ଜବରଦଖଲ କରିରଖିଛନ୍ତି। ଫଳରେ ଆଗକୁ ଉନ୍ନତିକରଣ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବା ଆଶଙ୍କା ରହିଛି। ଏହି ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ୨ମାସ ପୂର୍ବେ ପୋଖରୀ ଏରିଆ ଚିହ୍ନଟ କରାଯାଇଥିଲା। ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ଜାଗା ଛାଡ଼ିବାକୁ କୁହାଯାଇଥିଲା। ସେମାନଙ୍କୁ ଦିଆଯାଇଥିବା ସମୟ ମଧ୍ୟ ଅତିକ୍ରମ ହୋଇଯାଇଛି। ମାତ୍ର ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇପାରିନାହିଁ। ଜବରଦଖଲ ଉଚ୍ଛେଦରେ ପ୍ରଶାସନର ପଛଘୁଞ୍ଚା ନୀତି ଦେଖିବାକୁ ମିଳିଛି। ଜବରଦଖଲକାରୀ ବ୍ୟକ୍ତିମାନେ ଉପର ସ୍ତରରେ ଚାପ ସୃଷ୍ଟି କରୁଛନ୍ତି। ଉପର ସ୍ତରରୁ ଚାପ ପଡ଼ିବା ଯୋଗୁ ପ୍ରଶାସନ ଜବରଦଖଲ ଉଚ୍ଛେଦ କରୁନାହିଁ ବୋଲି ପ୍ରଶ୍ନ ଉଠୁଛି। ଯଦି ଉପରସ୍ତରରୁ ଚାପ ନାହିଁ ତେବେ ପ୍ରଶାସନ ପକ୍ଷରୁ ପୋଖରୀ ଜାଗାରୁ ଜବରଦଖଲ ଉଚ୍ଛେଦରେ ବିଳମ୍ବ କାହିଁକି ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗତ ଜାନୁୟାରୀ ୩୧ରେ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ କଟା ନିକଟକୁ ଯାଇ କାର୍ଯ୍ୟ ତଦାରଖ କରିଥିଲେ। ଏଥିସହିତ ଉକ୍ତ କାମକୁ ଶୀଘ୍ର ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଫେବୃୟାରୀ ୩ରେ ତହସିଲଦାର ଏଜଲିନ ବାରା, ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର, ଦେବଗଡ଼ ଆର୍‌ଆଇ ସଞ୍ଜିବ ବେହେରା, ବିଭାଗୀୟ ଏସଡିଓ ଚିତ୍ତରଞ୍ଜନ ନାଏକ, ସ୍ଥାନୀୟ ବୁଦ୍ଧିଜୀବୀ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ। ପୋଖରୀର ୭ଏକର ୩୨ ଡିସିମିଲ ଏରିଆ ଥିବାବେଳେ କିଛି ଏରିଆ ସ୍ଥାନୀୟ ଲୋକେ ଜବରଦଖଲ କରିଥିବା ଜଣାପଡ଼ିଥିଲା। ପୂର୍ବତନ ପୌରାଧ୍ୟକ୍ଷାଙ୍କ ସମେତ ସ୍ଥାନୀୟ ଲୋକେ ପାଖାପାଖି ୨ରୁ ଊର୍ଦ୍ଧ୍ୱ ଏକର ଜବର ଦଖଲ କରିଥିବାବେଳେ ଏଥିରେ ଘର, ବଗିଚା, ପାଇଖାନା ଘର କରି ଦେଇଥିବା ଦେଖିବାକୁ ମିଳିଛି। ଫଳରେ ସେମାନେ ଜବରଦଖଲ ନ ଛାଡ଼ିବାକୁ ଉପରସ୍ତରରେ ଚାପ ପକାଉଛନ୍ତି ବୋଲି କୁହାଯାଉଛି। ଉକ୍ତ ଜବରଦଖଲ ଜାଗାର ମୂଲ୍ୟ ଆନୁମାନିକ ୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଅନ୍ୟପକ୍ଷରେ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଯଦି ଉଚ୍ଛେଦ କରା ନ ଯାଏ, ତାହା ହେଲେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି।
ସୂଚନା ଥାଉ କି ସହର ମଧ୍ୟସ୍ଥଳୀରେ ଥିବା ଏହି କଟା (ପୋଖରୀ)ରେ ପୂର୍ବରୁ ଜଳସ୍ରୋତ ପ୍ରଚୁର ଥିବାରୁ ଆଖପାଖ ସାହିବାସିନ୍ଦାଙ୍କ କେବେବି ପାଣିର ଅସୁବିଧା ହେଉ ନ ଥିଲା। କିନ୍ତୁ ଦୀର୍ଘ ବର୍ଷ ହେବ ଏହି କଟା ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ଫଳରେ ସ୍ଥାନୀୟ ବାସିନ୍ଦା ଖରା ମାସରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। କିନ୍ତୁ ବର୍ତ୍ତମାନ ଉକ୍ତ ଷୋହଳ ବଖରି କଟା ଉନ୍ନତିକରଣ ପାଇଁ ୨.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆସିଛି। ଫଳରେ ସହରବାସୀ ଖୁସି ଥିବାବେଳେ ଉକ୍ତ କଟା କାମ ଶେଷ ହୋଇପାରୁନି। ଜବରଦଖଲ ଏଥିରେ ଅନ୍ତରାୟ ସୃଷ୍ଟି କରୁଛି। ଜବରଦଖଲ କରିଥିବା ଲୋକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?