ସ୍ଥିତି ସୁଧାରିଲା ପ୍ରଶାସନ

ମାଧପୁର,୩୦ା୬(ମନୋଜ ପ୍ରଧାନ): ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତର କୁନ୍ଦନାଳି ରେଞ୍ଜ ଅଫିସ ଠାରୁ ନୂଆଗାଁ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ କରୁଥିବା ସୋରିଷପଙ୍କ କୁଡ଼ାସାହି ଗ୍ରାମ୍ୟ ରାସ୍ତା ପାର୍ଶ୍ୱରେ ଥିବା ଏକ ନଳକୂଅ ବର୍ଷା ପାଣି ଘେରରେ ରହିଥିଲା। ଫଳରେ କୁଡ଼ାସାହିରେ ରହୁଥିବା ୩୦ରୁ ଅଧିକ ପରିବାର ଉକ୍ତ ନଳକୂଅ ପାଣିରୁ ବଞ୍ଚିତ ହେଉଥିଲେ। ଗତବର୍ଷ ଏପରି ସମସ୍ୟା ସୃଷ୍ଟି ହୋଇଥିଲେ ହେଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲେ ହେଁ କିଛି କରାଯାଇ ନ ଥିଲା। ତେବେ ଚଳିତବର୍ଷ ମୌସୁମୀ ବର୍ଷା ଆରମ୍ଭରୁ ଉକ୍ତ ନଳକୂଅ ଆଣ୍ଠୁଏ ପାଣି ଘେରରେ ରହିଥିଲା। ଏହାକୁ ନେଇ ଗାଁରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଖବରପାଇ ପ୍ରଶାସନ ପକ୍ଷରୁ ଗୁରୁବାର ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଅସରାଏ ବର୍ଷା ହେଲେ ସୋରିଷପଙ୍କ କୁଡ଼ାସାହି ଗ୍ରାମ୍ୟ ରାସ୍ତା ଓ ଏହା ପାର୍ଶ୍ୱରେ ଥିବା ନଳକୂଅ ନିକଟରେ ଆଣ୍ଟୁଏ ପାଣି ଜମି ରହୁଛି। ପୂର୍ବରୁ ଏହି ସ୍ଥାନରେ ବର୍ଷା ପାଣି ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପର ଦେଇ ନିଷ୍କାସିତ ହେଉଥିଲା। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ କରାଯିବା ବେଳେ ରାସ୍ତାକୁ ଉଚ୍ଚ କରିଦିଆଯିବାରୁ ବର୍ଷା ପାଣି ସୋରିଷପଙ୍କ କୁଡ଼ାସାହି ରାସ୍ତା ପାର୍ଶ୍ୱରେ ଥିବା ନଳକୂଅ ନିକଟରେ ଜମି ରହୁଛି। ଫଳରେ ଏହି ନଳକୂଅରୁ ପାଣି ଆଣି ଲୋକେ ବ୍ୟବହାର କରିପାରୁ ନାହାନ୍ତି। ଗାଁରେ ଥିବା ଖୋଲା କୂଅରୁ ସମସ୍ତେ ପାଣି ଆଣୁଥିବାରୁ ରୋଗ ବ୍ୟାପିବାର ସମ୍ଭାବନା ରହୁଛି। ସେହିପରି ରାସ୍ତା ଉପରେ ପାଣି ଜମି ରହିବା ଯୋଗୁ ୩୦ ପରିବାର ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଥିଲା। ସେତେବେଳେ ଏ ନେଇ ସ୍ଥାନୀୟ ସାମାଜିକ କର୍ମୀ ପ୍ରିୟଦର୍ଶିନୀ ସ୍ବାଇଁ ଟୁଇଟ୍‌ ଓ ଜନଶୁଣାଣି ମାଧ୍ୟମରେ ପଞ୍ଚାୟତିରାଜ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅବଗତ କରିଥିଲେ। ସମସ୍ୟାର ସମାଧାନ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୫୦ ମିଟର ଡ୍ରେନ୍‌ ତିଆରି ପାଇଁ ପ୍ରସ୍ତାବ ଦିଆଯାଇଥିବା ଓ ଅନୁମୋଦନ ପରେ ଏହା କରାଯିବ ବୋଲି କୁହାଯାଇଥିଲା। ପଞ୍ଚାୟତିରାଜ ବିଭାଗ ମଧ୍ୟ ଡ୍ରେନ ତିଆରି କରି ଜଳ ନିଷ୍କାସନ କରାଯିବ ବୋଲି କହିଥିଲା। ହେଲେ କେବଳ କେତୋଟି ହ୍ୟୁମ୍‌ ପାଇପ୍‌ ଆଣି ରଖାଯିବା ବ୍ୟତୀତ ଉଭୟ ବିଭାଗ ପକ୍ଷରୁ କିଛି ବି ପଦକ୍ଷେପ ନିଆ ନ ଯିବାରୁ ଚଳିତବର୍ଷ ମୌସୁମୀ ବର୍ଷା ପରେ ପୂର୍ବସ୍ଥିତି ସୃଷ୍ଟି ହୋଇଥିଲା। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ମଧୁସ୍ମିତା ଦଳେଇ କହିଛନ୍ତି, ରାସ୍ତା ନିର୍ମାଣ କରିଥିବା ଠିକାଦାରଙ୍କୁ ଗତବର୍ଷ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ସେ ମଧ୍ୟ ରାଜି ହୋଇଥିଲେ। କିନ୍ତୁ କାର୍ଯ୍ୟ କରି ନ ଥିବା ଜଣାପଡ଼ିବା ପରେ ଗୁରୁବାର ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?