ଚୁମ୍ବନକୁ ନେଇ ଚର୍ଚ୍ଚାରେ ଥିବା ଏହି ଅଭିନେତ୍ରୀ ସର୍ବଦା କୁହନ୍ତି ମୁଁ ଅବିବାହିତା

ବଲିଉଡ୍‌ ଅଭିନେତା ଅଭିନେତ୍ରୀ ସେମାନଙ୍କ ଅଭିନୟ ପାଇଁ ଯେତିକି ନୁହେଁ ତାଠୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ। ଅବଶ୍ୟ, ବେଳେବେଳେ ଏପରି କିଛି ଜିନିଷ ଥାଏ, ଯାହା ତାରକାମାନେ ଖୋଲାଖୋଲି ଭାବରେ କୁହନ୍ତି ନାହିଁ, କିନ୍ତୁ ପ୍ରଶଂସକମାନେ ମଧ୍ୟ ଏହା ଜାଣନ୍ତି। ଏଭଳି ପରିସ୍ଥିତିରେ ଜାଣନ୍ତୁ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତଙ୍କ ବିଷୟରେ…
୨୦୦୩ ମସିହାରେ ଫିଲ୍ମ ‘ଖ୍ବାହିଶ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ ମଲ୍ଲିକା। ପ୍ରଥମ ଚଳଚ୍ଚିତ୍ରରେ ୧୭ଟି ଚୁମ୍ବନ ଦୃଶ୍ୟ ସହିତ ମଲ୍ଲିକା କ୍ୟାରିୟର ଆରମ୍ଭ କରିଥିଲେ। ତେବେ ମଲ୍ଲିକା ଫିଲ୍ମ ‘ମର୍ଡର’ରୁ ଖ୍ୟାତି ଅର୍ଜନ କରିଥିଲେ। କେବଳ ଫିଲ୍ମର ଗୀତ ସୁପରହିଟ ହୋଇ ନ ଥିଲା, ମଲ୍ଲିକା-ଇମ୍ରାନଙ୍କ ଯୋଡିକୁ ପ୍ରଶଂସକ ବହୁତ ପସନ୍ଦ କରିଥିଲେ।
ତେବେ ମଲ୍ଲିକାଙ୍କ ପ୍ରକୃତ ନାମ ହେଉଛି ରିମା ଲାମ୍ବା। ସେ ତାଙ୍କ ନାମ ରିମାରୁ ମଲ୍ଲିକାକୁ ପରିବର୍ତ୍ତନ କରିଥିଲେ। ଏହା ସହିତ ତାଙ୍କ ବିଷୟରେ ମଧ୍ୟ କୁହାଯାଇଛି ଯେ, ମଲ୍ଲିକା ବଲିଉଡରେ ଡେବ୍ୟୁ ପୂର୍ବରୁ ବିବାହ କରିଥିଲେ। ପରେ ତାଙ୍କର ଛାଡପତ୍ର ହୋଇଥିଲା।

ଅଧ୍ୟୟନ ସମାପ୍ତ କରିବା ପରେ ମଲ୍ଲିକା ଜଣେ ଏୟାରହୋଷ୍ଟେସ ଭାବରେ କାମ କରିଥିବା କୁହାଯାଉଛି। ଯେଉଁଠାରେ ସେ ପାଇଲଟ କରଣ ସିଂ ଗିଲଙ୍କୁ ଭେଟିଥିଲେ। କରଣଙ୍କଠାରୁ ବନ୍ଧୁତା ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣତ ହେଲା। ପରେ ବିବାହ। କିନ୍ତୁ ପ୍ରାୟ ଏକ ବର୍ଷ ପରେ ମଲ୍ଲିକା ଏବଂ କରଣଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଲା। ଉଭୟ ପରସ୍ପରକୁ ଛାଡପତ୍ର ଦେଇଥିଲେ । ତଥାପି, ମଲ୍ଲିକା ଏହାକୁ କେବେ ପ୍ରକାଶ କରିନାହାନ୍ତି । ସେ ଏପରି ପ୍ରଶ୍ନର କୌଣସି ଉତ୍ତର ଦିଅନ୍ତି ନାହିଁ। ସର୍ବଦା ନିଜକୁ ଅବିବାହିତା କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri