ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ ଉଦ୍‌ଯାପିତ

ଭୁବନେଶ୍ୱର,୨୫ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଫିଲ୍ମ ସୋସାଇଟି ଭୁବନେଶ୍ୱର ପକ୍ଷରୁ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଚାଲିଥିବା ୩ଦିନିଆ ଚତୁର୍ଥ ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ(ଆଇଡିଏଫ୍‌ଏଫ୍‌ବି) ରବିବାର ଉଦ୍‌ଯାପିତ ହୋଇଯାଇଛି। ଅତିଥି ଭାବେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ, ଫିଲ୍ମ ସୋସାଇଟିର ଉପ ସଭାପତି ଈଶ୍ୱର ମହାନ୍ତି, ଫିଲ୍ମ ନିର୍ମାତା ରୁଚିକା ନେଗି, ଲିପିକା ସିଂହ ଦରାଇ, ବରୁଣ ସୁଖ୍‌ରାଜ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଫାର୍‌ହା ଖାତୁନ୍‌ଙ୍କ ‘ହୋଲି ରାଇଟ୍ସ’ ଚଳଚ୍ଚିତ୍ରରୁ ଅନ୍ତିମ ଦିବସର ଚଳଚ୍ଚିତ୍ର ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଭୋପାଳର ସାଫିଆ ନାମ୍ନୀ ଜଣେ ମୁସଲମାନ ମହିଳାଙ୍କ ମତରେ ଶରିଆ ଆଇନର ଓକିଲାତି କରୁଥିବା ବ୍ୟକ୍ତିମାନେ ମୁସଲିମ ମହିଳାଙ୍କୁ ସମାନତା ଓ ନ୍ୟାୟ ଦେଇ ନ ଥାନ୍ତି। ସେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ, ଯେଉଁଠାରେ ମହିଳାଙ୍କୁ କାଜି(ମୁସଲିମ୍‌ ପର୍ସନାଲ୍‌ ଲ’ର ବିଦ୍ୱାନ) ହେବା ପାଇଁ ତାଲିମ ଦିଆଯାଇଥାଏ। ପାରମ୍ପରିକ ଭାବେ ପୁରୁଷମାନେ କାଜି ହେଉଥିବାବେଳେ ସାଫିଆଙ୍କୁ ଏହାର ପ୍ରଶିକ୍ଷଣ ନେବାକୁ ପଡ଼ିଥିଲା ବୋଲି ଫିଲ୍ମ ମାଧ୍ୟମରେ ଦେଖିବାକୁ ମିଳିଥିଲା। ଏହା ପରେ ବରୁଣ ସୁଖ୍‌ରାଜ୍‌ଙ୍କ ଫିଲ୍ମ ‘ଠୁ ମଚ୍‌ ଡେମୋକ୍ରାସି’ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଫିଲ୍ମରେ କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ (ଉଚ୍ଛେଦ ହୋଇସାରିଥିବା) ସମ୍ପର୍କରେ ଦର୍ଶକ ଦେଖିବାକୁ ପାଇଥିଲେ। ପରେ ଓଡ଼ିଆ ଦର୍ଶକଙ୍କୁ ନିଜସ୍ବ ଅନୁଭବ ଆଣି ଦେଇଥିଲା ପ୍ରଯୋଜକ ହିମାଂଶୁ ଖଟୁଆଙ୍କ ଫିଲ୍ମ ‘ଦ ସି ଆଣ୍ଡ ସେଭେନ୍‌ ଭିଲେଜ୍‌’। ଏହି ଫିଲ୍ମରେ ବାତ୍ୟା କିଭଳି କେନ୍ଦ୍ରାପଡ଼ା ଜିଲାର ୭ ଗ୍ରାମକୁ ନଷ୍ଟ କରିଦେଇଥିଲା ଓ ସାତଭାୟା ଗ୍ରାମ ସମେତ ଅନ୍ୟ ଉପକୂଳ ଅଧିବାସୀଙ୍କୁ ବିସ୍ଥାପିତ କରିଥିଲା ତାହା ଦେଖିବାକୁ ମିଳିଥିଲା। ଓଡ଼ିଆ ଭାଷାରେ ପ୍ରସ୍ତୁତ ସିନେମାଟି ଦର୍ଶକଙ୍କୁ ଓଡ଼ିଶାରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟର ପରିଣାମ ସମ୍ପର୍କରେ ସୂଚନା ଦେଇଥିଲା। ଅନ୍ତିମ ପ୍ରଦର୍ଶନରେ ଯୋଶୀ ଜୋସେଫ୍‌ଙ୍କ ଫିଲ୍ମ ‘ଆରିବାମ୍‌ ଶ୍ୟାମ୍‌ ଶର୍ମା’ ପ୍ରଦର୍ଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri