Posted inରାଜ୍ୟ

କଂଗ୍ରେସର ୩୩ ଜଣିଆ ଗଣମାଧ୍ୟମ କମିଟି ଘୋଷିତ

ଭୁବନେଶ୍ୱର,୧।୭(ବ୍ୟୁରୋ): ସର୍ବଭାରତୀୟ ଜାତୀୟ କଂଗ୍ରେସର ସାମାଜିକ ଗଣମାଧ୍ୟମ ବିଭାଗ ଓ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସାମାଜିକ ଗଣମାଧ୍ୟମ ଏବଂ ଡିଜିଟାଲ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ଏକ ୩୨ ଜଣିଆ ନୂତନ କମିଟି ଗଠନ କରିଛନ୍ତି। ଏଥିରେ ୧୨ ଜଣ ସାଧାରଣ ସମ୍ପାଦକ ଓ ୨୦ଜଣ ସମ୍ପାଦକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ମାତ୍ର ଏହି କମିଟି ଗଠନ ହୋଇ ଘୋଷଣା ହେବାର କିଛି ସମୟ ମଧ୍ୟରେ ଏହାକୁ ନେଇ କେଁ ଦେଖାଦେଇଛି। ସାମାଜିକ ଗଣମାଧ୍ୟମ ଜରିଆରେ ଏହି କମିଟିରେ କାର୍ଯ୍ୟ କରିବାକୁ ରବୀନ୍ଦ୍ର ଆଚାର୍ଯ୍ୟ ଅନିଚ୍ଛା ବ୍ୟକ୍ତ କରିଛନ୍ତି। ପିସିସି ପକ୍ଷରୁ ଜାରି ଏହି କମିଟି ତାଲିକା ଅନୁସାରେ ସାଧାରଣ ସମ୍ପାଦକଭାବେ ଚେତନ ମିଶ୍ର, ପୀତବାସ ପଣ୍ଡା, ଜୟତା ରାୟ, ଶିବମ ପଟ୍ଟନାୟକ, ଦୀପକ ମହାପାତ୍ର, ରବୀନ୍ଦ୍ର ଆଚାର୍ଯ୍ୟ, ଅଭିଳାଷ ପତି, ସମ୍ବିତ ଶ୍ରୀଚନ୍ଦନ, ସମସିଦା ତାୟବ, ପ୍ରିୟବ୍ରତ ସାହୁ, ଶୈଳେନ୍ଦୁ ଦାସ ଓ ପୱନ ଶର୍ମା ନିଯୁକ୍ତି ପାଇ ଥିବାବେଳେ ସେହିପରି ସମ୍ପାଦକ ଭାବେ ମିହିର ରାୟ, ଚନ୍ଦନ ରାୟ, ମାହେପର ନିଖତ, ଜଗତ ଜୀବନ ମହାନ୍ତି, ମାନସ ଆଚାର୍ଯ୍ୟ, ଚିନ୍ମୟ ହୋତା, ଅତିଥ୍ୟ ଦିବ୍ୟସିଂହ, ରଞ୍ଜିତ ପଣ୍ଡା, ଗଣେଶ ସାହୁ, ମୁରଲୀଧର ନାୟକ, ସୁବାସ ନାୟକ, ଅମିତ କୁମାର ନାୟକ, ମୁକେଶ ଅଗ୍ରୱାଲ, ଆସଲମ ଖାନ୍‌, ବିନ୍ଦୁଜା ଉପାଧ୍ୟାୟ, ସତ୍ୟବ୍ରତ ଗୁରୁ, ବିଶ୍ୱଜିତ୍‌ ସ୍ବାଇଁ, ସର୍ବଜିତ ପଟ୍ଟନାୟକ, ଚନ୍ଦନ ପଟ୍ଟନାୟକ ଓ ମାନସ ପରିଡ଼ା ନିଯୁକ୍ତି ପାଇଛନ୍ତି। ସାମାଜିକ ଗଣମାଧ୍ୟମ ରାଜ୍ୟର ସ୍ବାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଧିକ ଲୋକମାନଙ୍କ ପାଖରେ ପହଞ୍ଚାଇବେ। କଂଗ୍ରେସର ନୀତି, ଆଦର୍ଶ ଓ ଚିନ୍ତାଧାରାକୁ ରାଜ୍ୟରେ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?