ଭୁବନେଶ୍ୱର,୧।୭(ବ୍ୟୁରୋ): ସର୍ବଭାରତୀୟ ଜାତୀୟ କଂଗ୍ରେସର ସାମାଜିକ ଗଣମାଧ୍ୟମ ବିଭାଗ ଓ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସାମାଜିକ ଗଣମାଧ୍ୟମ ଏବଂ ଡିଜିଟାଲ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ଏକ ୩୨ ଜଣିଆ ନୂତନ କମିଟି ଗଠନ କରିଛନ୍ତି। ଏଥିରେ ୧୨ ଜଣ ସାଧାରଣ ସମ୍ପାଦକ ଓ ୨୦ଜଣ ସମ୍ପାଦକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ମାତ୍ର ଏହି କମିଟି ଗଠନ ହୋଇ ଘୋଷଣା ହେବାର କିଛି ସମୟ ମଧ୍ୟରେ ଏହାକୁ ନେଇ କେଁ ଦେଖାଦେଇଛି। ସାମାଜିକ ଗଣମାଧ୍ୟମ ଜରିଆରେ ଏହି କମିଟିରେ କାର୍ଯ୍ୟ କରିବାକୁ ରବୀନ୍ଦ୍ର ଆଚାର୍ଯ୍ୟ ଅନିଚ୍ଛା ବ୍ୟକ୍ତ କରିଛନ୍ତି। ପିସିସି ପକ୍ଷରୁ ଜାରି ଏହି କମିଟି ତାଲିକା ଅନୁସାରେ ସାଧାରଣ ସମ୍ପାଦକଭାବେ ଚେତନ ମିଶ୍ର, ପୀତବାସ ପଣ୍ଡା, ଜୟତା ରାୟ, ଶିବମ ପଟ୍ଟନାୟକ, ଦୀପକ ମହାପାତ୍ର, ରବୀନ୍ଦ୍ର ଆଚାର୍ଯ୍ୟ, ଅଭିଳାଷ ପତି, ସମ୍ବିତ ଶ୍ରୀଚନ୍ଦନ, ସମସିଦା ତାୟବ, ପ୍ରିୟବ୍ରତ ସାହୁ, ଶୈଳେନ୍ଦୁ ଦାସ ଓ ପୱନ ଶର୍ମା ନିଯୁକ୍ତି ପାଇ ଥିବାବେଳେ ସେହିପରି ସମ୍ପାଦକ ଭାବେ ମିହିର ରାୟ, ଚନ୍ଦନ ରାୟ, ମାହେପର ନିଖତ, ଜଗତ ଜୀବନ ମହାନ୍ତି, ମାନସ ଆଚାର୍ଯ୍ୟ, ଚିନ୍ମୟ ହୋତା, ଅତିଥ୍ୟ ଦିବ୍ୟସିଂହ, ରଞ୍ଜିତ ପଣ୍ଡା, ଗଣେଶ ସାହୁ, ମୁରଲୀଧର ନାୟକ, ସୁବାସ ନାୟକ, ଅମିତ କୁମାର ନାୟକ, ମୁକେଶ ଅଗ୍ରୱାଲ, ଆସଲମ ଖାନ୍, ବିନ୍ଦୁଜା ଉପାଧ୍ୟାୟ, ସତ୍ୟବ୍ରତ ଗୁରୁ, ବିଶ୍ୱଜିତ୍ ସ୍ବାଇଁ, ସର୍ବଜିତ ପଟ୍ଟନାୟକ, ଚନ୍ଦନ ପଟ୍ଟନାୟକ ଓ ମାନସ ପରିଡ଼ା ନିଯୁକ୍ତି ପାଇଛନ୍ତି। ସାମାଜିକ ଗଣମାଧ୍ୟମ ରାଜ୍ୟର ସ୍ବାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଧିକ ଲୋକମାନଙ୍କ ପାଖରେ ପହଞ୍ଚାଇବେ। କଂଗ୍ରେସର ନୀତି, ଆଦର୍ଶ ଓ ଚିନ୍ତାଧାରାକୁ ରାଜ୍ୟରେ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି।
![](https://www.dharitri.com/wp-content/uploads/2024/07/1-50.jpg)
ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର
ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା...
![](https://www.dharitri.com/wp-content/uploads/2024/07/87-5.jpg)
ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍
ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...
![](https://www.dharitri.com/wp-content/uploads/2024/07/Untitled-1-343.png)
ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ
ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...
![](https://www.dharitri.com/wp-content/uploads/2024/07/Untitled-1-341.png)
ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା
ଭୁବନେଶ୍ୱର, ୨୭।୭(ସୁନିତ୍ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...
![](https://www.dharitri.com/wp-content/uploads/2024/07/Untitled-1-340.png)
ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା
ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...
![](https://www.dharitri.com/wp-content/uploads/2024/07/Untitled-1-339.png)
ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ
ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...
![](https://www.dharitri.com/wp-content/uploads/2024/07/Untitled-1-336.png)
ଆଳୁ ଅଭାବ: ଦର ବଢ଼ିଲା
ଭୁବନେଶ୍ୱର, ୨୭।୭(ସୁନିତ୍ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...
![](https://www.dharitri.com/wp-content/uploads/2024/07/Untitled-1-335.png)
ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ
ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...
Archives
![Why Dharitri](https://www.dharitri.com/wp-content/themes/dharitri/images/1.jpeg)