ଚାକିରିରୁ ତଡ଼ା ଖାଇଲେ ବୀରମିତ୍ରପୁର ଥାନା ଅଧିକାରୀ

କଟକ ଅଫିସ,୧।୭: ଜଣେ ନାବାଳିକାଙ୍କୁ ଥାନା ଭିତରେ ରଖି ବଳାତ୍କାର ଏବଂ ପରେ ଗର୍ଭପାତ କରାଇଥିବା ଅଭିଯୋଗରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ନେଇ ବୁଧବାର ଡିଜିପି ଅଭୟ ସୂଚନା ଦେଇଛନ୍ତି। ତାଙ୍କ ଘୃଣ୍ୟ କାର୍ଯ୍ୟ ଅତ୍ୟନ୍ତ ଲଜ୍ଜାଜନକ ବୋଲି ଡିଜିପି ଅଭୟ ପ୍ରକାଶ କରିବା ସହ ପୀଡ଼ିତା ନାବାଳିକାଙ୍କୁ କ୍ଷମା ମାଗିଛନ୍ତି।
ସୂଚନାଯୋଗ୍ୟ, ଜଣେ ନାବାଳିକାଙ୍କୁ ଥାନା ଅଧିକାରୀ ମାଝୀ ପ୍ରଥମେ ବଳାତ୍କାର କରିବା ପରେ ଗର୍ଭପାତ କରାଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ରାଏବଗ ଥାନା ୬ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଘଟଣା ପରଠୁ ଥାନା ଅଧିକାରୀ ମାଝୀ ଫେରାର ଅଛନ୍ତି। ପୂର୍ବରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ମଙ୍ଗଳବାର ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚକୁ ଡିଜିପି ଅଭୟ ନିର୍ଦ୍ଦେଶ ଦେଇଥିଲେ। ଜଣେ ମହିଳା ଡିଏସ୍‌ପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ସୁନ୍ଦରଗଡ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହା ଭିତରେ ଥାନା ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଏକୋଣ୍ଡୋ ବେଲ୍ଟ ପରୀକ୍ଷା; ୧୨୦ ପ୍ରତିଯୋଗୀ ଭାଗ ନେଲେ

ଜୁନାଗଡ,୨୬।୮ (ସ୍ବ.ପ୍ର.) କଳାହାଣ୍ଡି ଜିଲା ଟାଏକୋଣ୍ଡୋ ସଂଘ ପକ୍ଷରୁ ବେଲ୍ଟ ପରୀକ୍ଷା ଜିଲା ଟାଏକୋଣ୍ଡୋ ତାଲିମ କେନ୍ଦ୍ର ଜୁନାଗଡଠାରେ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଜେ.କେ. ଡ୍ୟାନ୍ସ...

‘ଇଲ୍‌’ ମାଛର ନୂଆ ପ୍ରଜାତି ସନ୍ଧାନ

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ବର୍ଷ ଆରମ୍ଭରୁ ସାମୁଦ୍ରିକ ବିଜ୍ଞାନରେ ପୁଣି ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ବୈଜ୍ଞାନିକ। ଏକ ପାଞ୍ଚଜଣିଆ ରିସର୍ଚ୍ଚ ଟିମ୍‌...

ସ୍କୁଲରେ ଛାତ୍ରଙ୍କୁ ତାଲା ପକାଇବା ଘଟଣା: ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର/ବାଲେଶ୍ୱର ଅଫିସ,୧୨।୯ (ବ୍ୟୁରୋ): ବାଲେଶ୍ୱର ସହର ମଠସାହି ମହାବୀର ନୋଡାଲ ସ୍କୁଲରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଇ ପଳାଇବା ଘଟଣାରେ ସ୍କୁଲ ଓ ଗଣଶିକ୍ଷା...

୪ରେ ଲଘୁଚାପ: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୬।୬(ବ୍ୟୁରୋ)-ଆସନ୍ତା ଜୁଲାଇ ୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଜୁଲାଇ ୨...

ଜିଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ: ‘ଜୈବିକ କୃଷି ଉପରେ ଗୁରୁତ୍ୱ ଦିଅ’

ବାଲେଶ୍ୱର ଅଫିସ, ୧୭।୬-ବାଲେଶ୍ୱରସ୍ଥିତ ଓସୱାନ ହଲ୍‌ରେ ମଙ୍ଗଳବାର ଖରିଫ ୨୦୨୦ ନିମନ୍ତେ ଜିଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ....

ଆଜି ଖୋଲିବ ରେଙ୍ଗାଳି ଗେଟ

କଣିହାଁ,୧।୧୦(ଡି.ଏନ.ଏ) ଅନୁଗୋଳ ଜିଲା କଣିହାଁସ୍ଥିତ ବ୍ରାହ୍ମଣୀ ନଦୀ ରେଙ୍ଗାଳି ଡ୍ୟାମରେ ଜଳସ୍ତର ବିପଦ ସଙ୍କେତ ଊର୍ଦ୍ଧ୍ୱରେ ରହିଛି। ଏ ନେଇ ମଙ୍ଗଳବାର ଅକ୍ଟୋବର ମାସର ପ୍ରଥମ...

ଗୁରୁତର ଅବସ୍ଥାରେ ଭାଲୁଛୁଆ ଉଦ୍ଧାର

ପାଟଣା,୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଫୁଲପାହାଡ଼ି ଗ୍ରାମ୍ୟ ଜଙ୍ଗଲରୁ ଶନିବାର ପୂର୍ବାହ୍ନରେ ଏକ ଆହତ ଭାଲୁ ଛୁଆକୁ ବନବିଭାଗ ଉଦ୍ଧାର କରି...

ଦେଶର ୧୦ ଶ୍ରେଷ୍ଠ ଥାନା ତାଲିକାରେ ଓଡ଼ିଶାର ତରଭା: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ପ୍ରମାଣପତ୍ର

ସୋନପୁର/ତରଭା,୮ା୮(ନି.ପ୍ର./ଡି.ଏନ୍‌.ଏ.): ୨୦୧୮ ସର୍ଭେ ଅନୁଯାୟୀ ଭାରତର ୧୦ ଶ୍ରେଷ୍ଠ ଥାନା ତାଲିକାରେ ସୁବର୍ଣ୍ଣପୁର ଜିଲାର ତରଭା ଥାନା ସ୍ଥାନ ପାଇଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌...

Play 250+ Trending Games
Archives

Model This Week

Why Dharitri