ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ ହୋଇଥିଲା।
ରେଳବାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ମହେଶ୍ୱରଙ୍କ ଘର ଓଡ଼ଗାଁ ଥାନା ରାବେରା ଗାଁରେ।
ମହେଶ୍ୱର ଭୁବନେଶ୍ୱରରୁ ଶରଣକୁଳ କଲେଜକୁ ଟେନ୍ ଯୋଗେ ଆସୁଥିଲେ। ସେ ନୟାଗଡ଼ ଟାଉନ ଷ୍ଟେଶନରେ ଓହ୍ଲାଇ ଥାନ୍ତେ। ହେଲେ ଦଶପଲା ଷ୍ଟେଶନରୁ ମହେଶ୍ୱରଙ୍କ ମୃତହେଦ ଉଦ୍ଧାର ହୋଇଥିଲା।

