Posted inUncategorized

୬ ଫୁଟ ଉପରକୁ ଉଠିବ ୨୫୦ ବର୍ଷର ଜଗନ୍ନାଥ ମନ୍ଦିର

ଗଞ୍ଜାମ(ବିଦ୍ୟାଧର ସାହୁ)/ରମ୍ଭା (ବନବାସୀ ସେଠୀ) ୯।୮: ଅତ୍ୟାଧୁନିକ ପଦ୍ଧତିରେ ୬ ଫୁଟ ଉପରକୁ ଉଠିବ ବହୁ ପୁରାତନ ତଥା ୨୫୦ ବର୍ଷର ଜଗନ୍ନାଥ ମନ୍ଦିର । ଗଞ୍ଜାମ ଜିଲାର ରମ୍ଭାରେ ରହିଛି ପ୍ରାୟ ୨୫୦ରୁ ଊଦ୍ଧର୍‌ବ ବର୍ଷର ପୁରାତନ ଜଗନ୍ନାଥ ମନ୍ଦିର। ଗାଁ ରାସ୍ତା ଦିନକୁ ଦିନ ମରାମତି କରାଯିବା ଫଳରେ ରାସ୍ତା ଉଚ୍ଚତା ବୃଦ୍ଧି ପାଉଛି। ଫଳରେ ଜଗନ୍ନାଥ ମନ୍ଦିରର ଚଟାଣ ସହ ଗାଁର ରାସ୍ତା ଏକ ପ୍ରକାରର ସମାନ ହୋଇଗଲାଣି। ଫଳରେ ଆଗାମୀ ଦିନରେ ବର୍ଷା ପାଣି ମନ୍ଦିରରେ ପ୍ରବେଶ କରିବା ଏକ ପ୍ରକାରର ସୁନିଶ୍ଚିତ। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଗ୍ରାମବାସୀ ଓ ମନ୍ଦିର କମିଟି ଜରୁରୀ ବୈଠକ କରି ମନ୍ଦିରକୁ ଆଉ ୬ ଫୁଟ ଉଚ୍ଚତା କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ମନ୍ଦିର ଉପରକୁ ଉଠାଇବା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଜଗନ୍ନାଥଙ୍କ ବିଗ୍ରହକୁ ମନ୍ଦିରକୁ ଲାଗି ରହିଥିବା ରଘୁନାଥ ମନ୍ଦିରରେ ଅସ୍ଥାୟୀ ରୂପେ ସ୍ଥାପନ କରାଯାଇଛି। ପୂର୍ବ ରୀତିନୀତି ଅନୁସାରେ ରଘୁନାଥ ମନ୍ଦିରରେ ମଧ୍ୟ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ଜାରୀ ରହିଛି। ମନ୍ଦିର ଉପରକୁ ଉଠା କାର୍ଯ୍ୟ ଶେଷ ହେବା ପରେ ୨୨ ପାହାଚ, ମଣ୍ଡପ, ଅରୁଣ ସ୍ତମ୍ଭ ନିର୍ମାଣ କରାଯିବା ସହିତ ମନ୍ଦିର ପୁନର୍ବାର ପ୍ରତିଷ୍ଠା ହେବ ବୋଲି କହିଛନ୍ତି ମନ୍ଦିର କମିଟିର ସଦସ୍ୟ। ମନ୍ଦିର ଉପରକୁ ଉଠାଇବା କାର୍ଯ୍ୟ ନିମନ୍ତେ ହରିୟାଣାର ‘ଟିଡ଼ିବିଡ଼ି’ ନାମକ ଏକ କମ୍ପାନୀର କର୍ମଚାରୀମାନେ ଗାଁରେ ପହଞ୍ଚିଛନ୍ତି। କମ୍ପାନୀର ୮ଜଣ କର୍ମଚାରୀମାନେ ଏହି ମନ୍ଦିର ଉଠା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ମନ୍ଦିରକୁ ୩ ମାସ ମଧ୍ୟରେ ୬ ଫୁଟ ଉଚ୍ଚତାରେ ଉପରକୁ ଉଠାଯିବ। ମୋଟ ୪୦୦ ଜଗ ମନ୍ଦିରକୁ ଉପରକୁ ଉଠାଇବା ନିମନ୍ତେ ବ୍ୟବହାର କରାଯାଉଛି। ଆସନ୍ତା ୩ ମାସ ମଧ୍ୟରେ ମନ୍ଦିର ୬ ଫୁଟ ଉପରକୁ ଉଠାଯିବା କାର୍ଯ୍ୟ ଶେଷ କରିବା ନିମନ୍ତେ କମ୍ପାନୀ ଲକ୍ଷ୍ୟ ରଖିଥିବା ବେଳେ ମନ୍ଦିର ଉଠା କାର୍ଯ୍ୟ ସାଙ୍ଗକୁ ଏହାର ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ୪୦ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ମନ୍ଦିର କମିଟି ଓ ଗ୍ରାମବାସୀମାନେ ପ୍ରସ୍ତୁତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?