ବିଜେଡିରୁ ଏକାଧିକ ଆଶାୟୀ ପ୍ରାର୍ଥୀ

କୋଦଳା,୯।୮(ଅମିତ କୁମାର ପଟ୍ଟନାୟକ): ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ହେଲାଣି। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକ, କୋଦଳା ଏନଏସି, କବିସୂର୍ଯ୍ୟନଗର ଏନଏସି, କବିସୂର୍ଯ୍ୟନଗର ବ୍ଲକର ୧୨ ପଞ୍ଚାୟତ ଏବଂ ପୁରୁଷୋତ୍ତମପୁର ବ୍ଲକର ୯ ପଞ୍ଚାୟତକୁ ନେଇ ଗଠିତ। ଏହି ନିର୍ବାଚନ ମଣ୍ଡଳୀରେ ବିଜେଡିର ଦବଦବା ଥିବାବେଳେ କଂଗ୍ରେସ ଏକପ୍ରକାର ନିଷ୍କ୍ରିୟ ଓ ଭାଜପା ସାମାନ୍ୟ ସକ୍ରିୟ ରହିଛି। ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବାକୁ ଏବେ ଅନେକ ଆଶାୟୀ ଅଛନ୍ତି।
ବିଧାୟିକା ଲତିକା ପ୍ରଧାନ, କୋଦଳାର ପୂର୍ବତନ ନଗରପାଳ ହରପ୍ରସାଦ ସାହୁ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଏବଂ ବରିଷ୍ଠ ବିଜେଡି ନେତା ତଥା ପୁରୁଷୋତ୍ତମପୁର ବ୍ଲକର ଭୀମପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ସୀତାରାମ ପାଣିଗ୍ରାହୀ ଦୌଡ଼ରେ ରହିଛନ୍ତି। ତେବେ ସେମାନଙ୍କ ମଧ୍ୟରେ ଅର୍ନ୍ତଦ୍ୱନ୍ଦ୍ୱ ଥିବା ବାରି ହୋଇପଡ଼ୁଛି। କାରଣ ଗୋଟିଏ ଦଳରେ ଥିଲେ ମଧ୍ୟ ସେମାନଙ୍କୁ କେବେ ଗୋଟିଏ ମଞ୍ଚରେ ଦେଖିବାକୁ ମିଳୁନାହିଁ। କେବଳ ନିଜ ସମର୍ଥକଙ୍କୁ ନେଇ ଦଳୀୟ ସଂଗଠନ ସୁଦୃଢ କରିବାରେ ଲାଗିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ ନିର୍ବାଚନରୁ ନିବୃତ ହେବା ପରେ ଲତିକା ପ୍ରଧାନ ବିଧାୟିକା ହୋଇଥିଲେ। ୨୦୧୪ ନିର୍ବାଚନରେ ସ୍ବାଧୀନ ଭାବେ ଲଢ଼ି ଦ୍ୱିତୀୟ ସ୍ଥାନରେ ଥିବା କୋଦାଳର ପୂର୍ବତନ ନଗରପାଳ ହରପ୍ରସାଦ ସାହୁ ୨୦୧୯ରେ କିନ୍ତୁ ବିଧାୟିକା ଲତିକା ପ୍ରଧାନଙ୍କୁ ସହଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ମତାନ୍ତର ଫଳରେ ଦୀର୍ଘ ୨୦ବର୍ଷ କୋଦଳା ପୌର ପରିଷଦକୁ ନିଜ ଅକ୍ତିଆର ରଖିଥିବା ହରପ୍ରସାଦ ୨୦୨୨ ପୌର ନିର୍ବାଚନରୁ ନିବୃତ ରହିଥିଲେ। ଫଳରେ ବିଧାୟିକାଙ୍କ ସମର୍ଥିତ ପ୍ରାର୍ଥି ପରାଜିତ ହୋଇଥିଲା ବେଳେ କୋଦଳା ଏନଏସିକୁ ଭାରତୀୟ ଜନତା ପାର୍ଟି ଦଖଲ କରିଥିଲା। ବର୍ତ୍ତମାନ ହରପ୍ରସାଦ ସାହୁ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ନେଇ ଦଳୀୟ ସଂଗଠନରେ ଲାଗିପଡିଛନ୍ତି। ଯୁବ ସଂଗଠନକୁ ସୁଦୃଢ କରିବା ପାଇଁ ଝିଅ ରଞ୍ଜିତା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ଲୋକଙ୍କ ନିକଟତର ହେଉଥିତ୍ା ଦେଖିବାକୁ ମିଳୁଛି। ସେହିପରି ୨୦୧୪ରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସୀତାରାମ ପାଣିଗ୍ରାହୀ ପରାଜିତ ହେବା ପରେ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିଲେ। ସେ ମଧ୍ୟ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ନିଜ ସପକ୍ଷରେ ସଂଗଠନକୁ ସୁଦୃଢ଼ କରିବାରେ ଲାଗିପଡ଼ିଛନ୍ତି। ଅପରପକ୍ଷରେ ଭାଜପା ଛାଡ଼ି ବିଜେଡିରେ ଯୋଗଦେଇ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ହୋଇଥିବା ପ୍ରମୋଦ କୁମାର ପଣ୍ଡା ଆଗାମୀ ନିର୍ବାଚନକୁ ଆଖି ଆଗରେ ନିଜ ସମର୍ଥକମାନଙ୍କୁ ନେଇ ସଂଗଠନ ମଜଭୁତ କରିବାରେ ଲାଗିପଡ଼ିଛନ୍ତି। ଗତ ୨୦୧୯ରୁ ଖଲ୍ଲିକୋଟ ରାଣୀ ଭି ସୁଜ୍ଞାନ କୁମାରୀ ଦେଓ ରାଜନୀତିଠାରୁ ଦୂରେଇ ରହିଥିଲେ ମଧ୍ୟ ନିର୍ବାଚନ ମଣ୍ଡଳୀ ତାଙ୍କର ଏବେ ବି ଦବ୍‌ଦବା ରହିଛି। ଗତ ୫ ତାରିଖରେ ରାଣୀଙ୍କ ଜନ୍ମଦିନରେ ବିଧାୟିକା ଲତିକା ପ୍ରଧାନ ନିର୍ବାଚନ ମଣ୍ଡଳୀରେ କେକ୍‌ କାଟି ଜନ୍ମଦିନ ପାଳିଥିବା ବେଳେ ହରପ୍ରସାଦ ସାହୁଙ୍କ ପତ୍ନୀ ସୁନିତା ପ୍ରଭା ଏବଂ ଝିଅ ରଞ୍ଜିତା ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ସୀତାରାମ ପାଣିଗ୍ରାହୀ ଏବଂ ପ୍ରମୋଦ ପଣ୍ଡା ନିଜ ସମର୍ଥକଙ୍କୁ ନେଇ ରାଣୀ ରହୁଥିବା ଚେନ୍ନାଇସ୍ଥିତ ବାସଭବନରେ ଶୁଭେଚ୍ଛା ଜଣାଇ ରାଜନୀତିକୁ ଆହୁରି ସକ୍ରିୟ କରିଦେଇଛନ୍ତି। ଅପରପକ୍ଷରେ କୋଦଳା ନଗର ବିଜେଡି ସଭାପତି ସଞ୍ଜୀବ କୁମାର ସାହୁ ଏବଂ ସମ୍ପାଦକ ଗୋପାଳ କୃଷ୍ଣ ସାହୁ ମଧ୍ୟ କୌଣସି ଦଳୀୟ କାର୍ଯ୍ୟରେ ଯୋଗ ଦେଉନଥିବା ବେଳେ ଚେନ୍ନାଇ ସ୍ଥିତ ବାସଭବନରେ ରାଣୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ରାଜନୀତିକୁ ଆହୁରି ସରଗରମ କରିଛି। ତେଣୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଏକାଧିକ ଆଶାୟୀ ଥିବା ବେଳେ କାହାକୁ ଗ୍ରୀନ ସିଗନାଲ ମିଳୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

ନାବାଳିକାଙ୍କୁ ବ୍ଲାକମେଲ କରି ଦୀର୍ଘଦିନ ଧରି ଶୋଷଣ କରୁଥିଲେ ନାବାଳକ, ଅଭିଯୋଗ ପରେ ନାବାଳକଙ୍କୁ …

ପାରଳାଖେମୁଣ୍ଡି, ୨୨।୬(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ…

ଅତର ବ୍ୟବସାୟୀଙ୍କୁ ଠକେଇ, ଅସଲି ନେଇ ନକଲି ଦେଇଦେଲେ, ଠକିନେଲେ ଏତେ କୋଟି ଟଙ୍କା

ଛତ୍ରପୁର, ୨୨।୬( ଦିଲ୍ଲୀପ ସାମଲ): ଅତି ଚତୁରତା ସହ ବ୍ଲୁ ପ୍ରିଣ୍ଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ…

ମହିଳା ଆଇନଜୀବୀଙ୍କ ଆକସ୍ମିକ ବିୟୋଗ: ଚାରିଆଡ଼େ ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି, ୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟା ଆଇନଜୀବି ରମା ସୁବୁଦ୍ଧିଙ୍କ ସୋମବାର ଆକସ୍ମିକ ପରଲୋକ ହୋଇଯାଇଛି। ଗତ ୧୯୫୨…

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri