Odisha Elections 2024
Posted inଫୁରସତ

ଅସ୍ମିତାର ପୁନରୁଦ୍ଧାର ଅପରିହାର୍ଯ୍ୟ

ଯୁଗ ବଦଳୁଛି, ସମୟ ବଦଳୁଛି । ସମୟର ତାଳେ ତାଳେ ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ବି ଆସୁଛି । ଏପରିସ୍ଥଳେ ଆଦିବାସୀ ସମ୍ପ୍ରଦାୟର ଲୋକେ ଆଜି ମଧ୍ୟ ନିଜର ସଂସ୍କୃତି, ପରମ୍ପରା, ଐତିହ୍ୟ ବଜାୟ ରଖିବାକୁ ପ୍ରୟାସ କରୁଥିଲେ ମଧ୍ୟ କେତେକ କ୍ଷେତ୍ରରେ ଏହାକୁ ବଜାୟ ରଖିବା ପାଇଁ ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେଉଛନ୍ତି।
ଆଦିବାସୀଙ୍କ ପର୍ବପର୍ବାଣି, ବିବାହ, ପରମ୍ପରା ଖୁବ୍‌ ନିଆରା । ଆଦିବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଲେ ମଧ୍ୟ ସେମାନେ ତାଙ୍କର ପରମ୍ପରା, ଜାନିଜାତ, ଉତ୍ସବ ଓ ପର୍ବପର୍ବାଣିକୁ ଭୁଲି ଯାଇନାହାନ୍ତି ।

ବିଶ୍ୱର ୯୦ଟି ଦେଶରେ ପ୍ରାୟ ୫୦ କୋଟି ଆଦିବାସୀ ବସବାସ କରନ୍ତି, ଯାହା ସମୁଦାୟ ବିଶ୍ୱ ଜନସଂଖ୍ୟାର ପ୍ରାୟ ୬ ପ୍ରତିଶତ। ସେମାନଙ୍କ ମଧ୍ୟରେ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ଭାଷା ପ୍ରଚଳିତ ଥିବାବେଳେ ୫ ହଜାରରୁ ଅଧିକ ଭିନ୍ନ ଭିନ୍ନ ପରମ୍ପରା ଏବଂ ସଂସ୍କୃତି ରହିଛି । ବିଶ୍ୱ ବ୍ୟାଙ୍କର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ବିଶ୍ୱରେ ସର୍ବତ୍ର ଆଦିବାସୀମାନେ ଅଣ-ଆଦିବାସୀଙ୍କ ତୁଳନାରେ ପ୍ରତିଶତ ଦୃଷ୍ଟିରୁ କେବଳ ଯେ ଅଧିକ ଗରିବ ତାହା ନୁହେଁ, ବରଂ ସେମାନେ ଚରମ ଦାରିଦ୍ର୍ୟ ମଧ୍ୟରେ ଜୀବନ ଯାପନ କରିଥାଆନ୍ତି। ତେଣୁ ସେମାନଙ୍କ ଆବଶ୍ୟକତା ପ୍ରତି ସରକାର ଓ ସାଧାରଣ ଲୋକେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ସାରା ବିଶ୍ୱରେ ଥିବା ଆଦିବାସୀଙ୍କ ମଧ୍ୟରୁ ପ୍ରାୟ ୮୬ ପ୍ରତିଶତରୁ ଊର୍ଦ୍ଧ୍ୱ ଅନୌପଚାରିକ ଅର୍ଥବ୍ୟବସ୍ଥାରେ ଅଣ-ସଂଗଠିତ କ୍ଷେତ୍ରରେ କାମ କରୁଥିବାରୁ ବିଭିନ୍ନ ଭାବେ ଅର୍ଥନୈତିକ ଶୋଷଣର ଶିକାର ହୋଇଥାଆନ୍ତି । ଅଣ-ଆଦିବାସୀଙ୍କ କ୍ଷେତ୍ରରେ ଏହା ୬୬ ପ୍ରତିଶତ।
୯ ଅଗଷ୍ଟ ୧୯୮୨ ମସିହାରେ ଜେନେଭାରେ ମିଳିତ ଜାତିସଂଘର ସାଧାରଣ ସଭାରେ ଆଦିବାସୀମାନଙ୍କ ବିଲୁପ୍ତି ପ୍ରାୟ ଭାଷା ଓ ସଂସ୍କୃତିର ସୁରକ୍ଷା ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ୧୯୯୪ରେ ବିଶ୍ୱ ଆଦିବାସୀ ଦିବସ ପାଳନ କରିବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା । ପୃଥିବୀର ୯୦ଟି ଦେଶରେ ୧୯୯୪ ମସିହାଠାରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇ ଆସୁଅଛି । ୧୯୯୫ ରୁ ୨୦୦୪ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଆଦିବାସୀ ଦଶନ୍ଧି ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିଲା। ଏହି ଦଶନ୍ଧିରେ ଆଦିବାସୀଙ୍କ ଶିକ୍ଷା, ସଂସ୍କୃତି, ଅର୍ଥନୈତିକ ବିକାଶ ପାଇଁ ସହଯୋଗ ଓ ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ଦ୍ୱିତୀୟ ଦଶନ୍ଧିରେ ଆଦିବାସୀଙ୍କ ଜୀବନ ଶୈଳୀ, ପ୍ରଥା, ପରମ୍ପରା, କିମ୍ବଦନ୍ତୀ, ଇତିହାସ ଉପରେ ଫିଲ୍ମ ନିର୍ମାଣ, ଆଦିବାସୀମାନଙ୍କ ପାଇଁ ମାନବିକ ଅଧିକାର, ମର୍ଯ୍ୟାଦା, ଅସ୍ମିତାର ବିକାଶ, ଆଦିବାସୀଙ୍କ ପାଇଁ ଗଣମାଧ୍ୟମର ସଶକ୍ତୀକରଣ ପାଇଁ ବିଭିନ୍ନ ରାଷ୍ଟ୍ର କାର୍ଯ୍ୟ କରିଥିଲେ । ପରିବେଶ ସୁରକ୍ଷାରେ ଆଦିବାସୀଙ୍କ ଅବଦାନକୁ ମିଳିତ ଜାତିସଂଘ ପ୍ରଶଂସା କରିଥିଲେ । ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲ, ଜୀବନ ଜୀବିକା ସୁରକ୍ଷା, ଅବକ୍ଷୟମୁଖୀ ଆଦିବାସୀ ଭାଷା, ସଂସ୍କୃତି, ଧର୍ମ, କଳା, ଭାସ୍କର୍ଯ୍ୟ ନୈପୁଣ୍ୟତାର ପୁନରୁଦ୍ଧାର ପାଇଁ ମିଳିତ ଜାତିସଂଘର ସଦସ୍ୟ ଦେଶ ସହଯୋଗ କରିବାକୁ ସହମତି ପ୍ରକାଶ କରିଥିଲେ। ଏଥିସହିତ ଆଦିବାସୀଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଚିକିତ୍ସା ସୁବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ରାଷ୍ଟ୍ରମାନଙ୍କୁ ଦାୟିତ୍ୱ ନିହିତ କରିଛନ୍ତି । ସର୍ବପ୍ରାଚୀନ ଏବଂ ସମୃଦ୍ଧିଶାଳୀ ପ୍ରଥା, ପରମ୍ପରା, ସଂସ୍କୃତି, ବିଲୁପ୍ତପ୍ରାୟ ଭାଷା, ଜମି ଜଳ ଜଙ୍ଗଲ ପରିବେଶ ସୁରକ୍ଷା କରି ବାୟୁମଣ୍ଡଳର ଏବଂ ଜୈବ ବିବିଧତା ସୁରକ୍ଷା କରିବା ବିଶ୍ୱ ଆଦିବାସୀ ଦିବସ ପାଳନର ମୂଳ ଉଦ୍ଦେଶ୍ୟ ।
ଆଦିବାସୀ ଜନସଂଖ୍ୟା, ଅଧିକାର ଓ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିନକୁ ପାଳନ କରାଯାଇଥାଏ । ପ୍ରାୟତଃ ସମସ୍ତ ପ୍ରକାର ଆଦିବାସୀ ସମ୍ପ୍ରଦାୟର ପରମ୍ପରା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ଆଦିବାସୀମାନେ ବ୍ୟବହାର କରୁଥିବା ଭାଷା, ପୋଷାକ, ପର୍ବପର୍ବାଣିର ସଂରକ୍ଷଣ ପାଇଁ ଏହି ଦିନ ପାଳନ ହେଉଛି।
ଆଧୁନିକତାର ଛାପ ଭିତରେ ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତି ବଞ୍ଚି ରହିଛି । ଏବେ ବି ପ୍ରକୃତି କୋଳରେ ବାସ କରୁଛନ୍ତି ପ୍ରକୃତିର ସନ୍ତାନମାନେ । ଆଦିବାସୀ ସଂସ୍କୃତି, ବୈଭବ ଓ ଅସ୍ମିତା ହଜିଯାଉଥିବା ବେଳେ ସେଗୁଡିକୁ ବଜାୟ ରଖିବା ପାଇଁ ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି । ବର୍ତ୍ତମାନ ଆଦିବାସୀ ଅଞ୍ଚଳରେ ବିସ୍ଥାପନ ଯୋଗୁ ଧୀରେ ଧୀରେ ସେମାନଙ୍କ ପରମ୍ପରା, ସଂସ୍କୃତି ଓ ଚାଲିଚଳନ ବିପନ୍ନ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri