୨ ଫୁଟ ଉଠିଲା ୨ ମହଲା କୋଠା

କେନ୍ଦୁଝର,୨୧ା୧: ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏକ ଦୁଇ ମହଲା କୋଠାଘରକୁ ୨ଫୁଟ ଉପରକୁ ଉଠାଯିବା ଘଟଣା କେନ୍ଦୁଝରରେ ଚର୍ଚ୍ଚାର ବିଷୟ ହୋଇଛି। ବିହାର ଅଞ୍ଚଳର ପପୁ ଯାଦବ ଏବଂ ତାଙ୍କ ସାଥୀଙ୍କ ସହଯୋଗରେ ଜେକ ଲଗାଇ ଏହି ଘରକୁ ଉଠାଯାଇଛି। ଏହା ୪ଫୁଟ ଉପରକୁ ଉଠାଯିିବ ବୋଲି ରାଜମିସ୍ତ୍ରୀ ଏବଂ ଘର ମାଲିକ କହିଛନ୍ତି।
ପୂର୍ବରୁ ଭୁବନେଶ୍ବର ସହରରେ ଦବି ଯାଇଥିବା ଏକ ଘରକୁ ଏହି ପ୍ରକ୍ରିୟାରେ ଉପରକୁ ଉଠାଯାଇଥିତ୍ବା ବେଳେ କେନ୍ଦୁଝରରେ ଏହା ପ୍ରଥମ ଘଟଣା ହୋଇଥିବାରୁ ଦେଖଣାହାରୀଙ୍କ ଭିଡ଼ ଜମିଥିଲା।
କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ୯ନଂ. ୱାର୍ଡ଼ ସ୍ପଞ୍ଜ କଲୋନୀର ଜଣେ ବ୍ୟକ୍ତି ଜାଗାକିଣି ୨ ମହଲା ଛାତ ଘର କରି ରହି ଆସୁଥିଲେ। ତେବେ ସେଠାରେ ଡ୍ରେନର ସୁବିଧା ନ ଥିବାରୁ ସାମାନ୍ୟ ବର୍ଷାରେ ପାଣି ନିଷ୍କାସନ ହୋଇ ନ ପାରି ଘର ଭିତ଼ରେ ପଶି ଯାଉଥିଲା। ଏହି ସମସ୍ୟା ପାଇଁ କେନ୍ଦୁଝରଗଡ଼ ପୌରପାଳିକା କାର୍ଯ୍ୟାଳୟରେ ବହୁବାର ଅଭିଯୋଗ କରାଯାଇଥିଲା। ହେଲେ ପୌରପାଳିକା ପକ୍ଷରୁ କୌଣସି ସମାଧାନ କରା ନ ଯିବାରୁ କୋଠାଘର ଉପରକୁ ଉଠାଇବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ। ଏନେଇ ୟୁଟ୍ୟୁବ୍‌ ରିସର୍ଚ୍ଚ ଜରିଆରେ ଘରକୁ ଲିଫ୍ଟ କରିବାକୁ ମନ ବଳାଇଥିଲେ ବୋଲି ପରିବାର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ କେକ୍‌କାଟି ଅଡ଼ୁଆରେ ବିପିଏମ୍‌

ଚାନ୍ଦବାଲି,୨୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଫିସ ପରିସରରେ ଗୁରୁବାର ଅଫିସ ସମୟରେ ବ୍ଲକ୍‌ ପ୍ରୋଜେକ୍ଟ ମ୍ୟାନେଜର ବିପିଏମ୍‌ ଷ୍ଟାଲିନ୍‌ ନାୟକ ତାଙ୍କର ଜନ୍ମଦିନ ପାଳନ...

ସମୟ ସହ ୧୮ ମିନିଟ୍‌ ସଂଘର୍ଷ

ଅନୁଗୋଳ ଅଫିସ, ୨୨।୩ – ଆମ୍ବୁଲାନ୍ସ ଭିତରେ ଛଟପଟ ହେଉଥିବା ରୋଗୀଟିଏ ପାଇଁ ସମୟର ମୂଲ୍ୟ କାହାକୁ ଅଛପା ନାହିଁ। କେସହିପରି ସମ୍ପୃକ୍ତ ରୋଗୀଙ୍କ ଜୀବନର...

ପୁଣି ହାତୀ ଭାଙ୍ଗିଲା ଘର

ଚିତ୍ରଡା,୨୬।୫(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ମୋରଡା ବ୍ଲକରେ ହାତୀ ଉପଦ୍ରବ ଥମିବାର ନା ଧରୁନି। ସୋମବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଆସି ଚିକଟାମାଟିଆ ପଞ୍ଚାୟତ ଭାଲୁଘେରା...

‘ବସୁଧା’ରୁ କୁରୁମଟାପ ବଞ୍ଚିତ

ପରିକ୍ଷିତ ସାହୁ ବଇଣ୍ଡା,୧୦ା୨ – ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାଇପ୍‌ ପାଣି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଛି। ବିଶେଷକରି...

ମଧ୍ୟାହ୍ନଭୋଜନ ଚାଉଳ ଯୋଗାଣରେ ହେରଫେର

ଓଡ଼ଗାଁ,୨୮ା୯(ସ୍ବ.ପ.): ଓଡ଼ଗାଁ ବ୍ଲକ ଅଧୀନ ବିଭିନ୍ନ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଛି ା ଯୋଗାଣକାରୀ ସଂସ୍ଥା ବିଭିନ୍ନ ବିଦ୍ୟାଳୟକୁ...

ହାତୀ ଆକ୍ରମଣରେ ଚାଲିଗଲା ୨ ଜଣଙ୍କ ଜୀବନ

ରାଉରକେଲା ଅଫିସ,୧୯ା୧୧-ସୁନ୍ଦରଗଡ ଜିଲା ଲାଠିକଟା ବ୍ଲକ ଅଞ୍ଚଳରେ ଗୁରୁବାର ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାନ୍ଧରୁ ଓରାମ(୭୫) ଓ କାର୍ତ୍ତିକ ଭୂମିଜ(୬୫)।...

ବରୀରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ: ପ୍ରାୟ ୧୦୦୦ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ

ବରୀ/ରତ୍ନଗିରି,୨।୫(ସ୍ବ.ପ୍ର./ଡି.ଏନ୍‌.ଏ.): ଯାଜପୁର ଜିଲା ଶନିବାର ୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ବରୀ ବ୍ଲକର ବୋଲି ଜଣାପଡ଼ିଛି। ତେବେ ପ୍ରଥମ ଥର ବରୀ...

ମହିଳାଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ପାଇଁ ହେବ ଆବେଦନ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ-ଦାସପୁର ରାସ୍ତାରୁ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହର ପରିଚୟ ପାଇବା ନେଇ କମିଶନରେଟ ପୋଲିସ ପ୍ରୟାସ ଜାରି ରଖିଛି। କୋଲ୍‌କାତା...

Advertisement
Archives

Model This Week