ଜନନାୟକ ହେବ ତ ଏମିତି

ସେ ହେଉଛି ପ୍ରକୃତ ସଭ୍ୟ, ଯେ ବସ୍ତୁ ତିଆରି କରେ ଓ ତାକୁ ସରସ ସୁନ୍ଦର କରି ପୂର୍ଣ୍ଣାଙ୍ଗ ରୂପ ପ୍ରଦାନ କରେ ଏବଂ ଉପଭୋକ୍ତାଙ୍କୁ ସନ୍ତୋଷ ପ୍ରଦାନ କରେ। ମାତ୍ର ଯେ ତାକୁ ଉପଭୋଗ କରେ ସେ ବାସ୍ତବ ସଭ୍ୟ ନୁହେଁ। ଏ କଥା କହିଛନ୍ତି ‘ଏ ଡାଏଲଗ୍‌ ଅନ୍‌ ସିଭିଲାଇଜେଶନ’ର ପ୍ରାବନ୍ଧିକ ସି.ଇ.ଏମ୍‌. ଜୋଡ। ଆମେ ଭଲ ଜୋତା ଓ ସୁଦୃଶ୍ୟ ପୋଷାକ ପରିଧାନ କରୁ, କିନ୍ତୁ ଏହାର ନିର୍ମାତାକୁ କେବେ ମନେ ପକାଉନାହୁଁ। ଭଲ ଗୃହ ନିର୍ମାଣ କରି ବାସକରୁ; କିନ୍ତୁ ନିର୍ମାତା ବା ଶିଳ୍ପୀର କର୍ମକୁଶଳତାକୁ ଭୁଲିଯାଉ। ଯେଉଁମାନଙ୍କର ନିଷ୍ଠାପର ଉଦ୍ୟମର ଫଳ ଆମେ ଉପଭୋଗ କରି ଆମ ଜୀବନକୁ ସରସ ସୁଗମ କରୁ ତାଙ୍କୁ କେବେ ଶ୍ରେୟ ଦେଇ ନ ଥାଉ। ବାହ୍ୟଦୃଷ୍ଟିରେ ଉପଭୋକ୍ତା ମହାନ୍‌ ହେଲେ ମଧ୍ୟ ବାସ୍ତବ ମହାନତା ନିହିତ ରହିଛି ଏହାର ନିର୍ମାତାଠାରେ। ଏହା ନିଚ୍ଛକ ସତ୍ୟ ଓ ଏହି ସତ୍ୟକୁ ଯିଏ ଯେତେ ଭଲଭାବରେ ବୁଝିଛି ସେ ସେତେ ମାନବବାଦୀ ଓ ମହତ୍‌ ଚିନ୍ତାଧାରାର ଅଧିକାରୀ।
ଆମେରିକାର ମୋଟର କମ୍ପାନୀ ଫୋର୍ଡ’ର ମାଲିକ ହେନେରୀ ଫୋର୍ଡ ଜଣେ ଅତି ସାଧାରଣ ପରିବାରରେ ଜନ୍ମିତ ବ୍ୟକ୍ତି। ହେନେରୀ ଫୋର୍ଡ ଅଭାବ କଷଣ ମଧ୍ୟରେ ଗତିକରି ପୃଥିବୀର ଜଣେ ଶ୍ରେଷ୍ଠ ଧନୀ ଓ ମାନୀ ବ୍ୟକ୍ତିଭାବେ ପରିଗଣିତ ହୋଇଥିଲେ। ଅନେକ ସମୟରେ ସେ କାରଖାନାକୁ ଯାଇ ଶ୍ରମିକମାନଙ୍କ କଠିନ ପରିଶ୍ରମକୁ ନଜର କରନ୍ତି। ଶ୍ରମିକମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନମାନ ଅକ୍ଳାନ୍ତ ପରିଶ୍ରମ କରି ତାଙ୍କୁ କେବଳ ଅଜସ୍ର ଲାଭ ଦେଇନାହାନ୍ତି; ବରଂ ତାଙ୍କୁ ପୃଥିବୀର ଜଣେ ସମ୍ମାନାସ୍ପଦ ବ୍ୟକ୍ତିଭାବେ ଠିଆହେବାର ସମସ୍ତ ସୁଯୋଗ ଆଣିଦେଇଛନ୍ତି। ଶ୍ରମିକମାନେ ଦିନତମାମ୍‌ ଅକ୍ଳାନ୍ତ ପରିଶ୍ରମ କରି ରାତିରେ ଦୁଇପଟ ରୁଟି ଖାଇ ଶାନ୍ତିରେ ନିଦ୍ରା ଯାଇପାରୁଥିବାର ଦେଖି ମାଲିକ ହେନେରୀ ଚିନ୍ତା କରନ୍ତି ଯେ, ସେ ଟଙ୍କାର ପାହାଡ଼ ଉପରେ ଥାଇ ମଧ୍ୟ ଭଲରେ ଶେଇପାରୁନାହାନ୍ତି। ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି, ‘ହେ ଈଶ୍ୱର! ଆଗାମୀ ଜୀବନରେ ଯଦି ମୋତେ ମଣିଷ ଜନ୍ମ ମିଳେ, ତେବେ ମୋତେ ଏକ ଶ୍ରମଜୀବୀ ଘରେ ଜନ୍ମ ଦେବ, ଯାହାଫଳରେ ମୁଁ ଏକ ଶାନ୍ତ ସରଳ ଚିନ୍ତାମୁକ୍ତ ଜୀବନ ଜିଇବାର ସୁଯୋଗ ପାଇପାରିବି।’ କାରଖାନାର ଶ୍ରମିକମାନଙ୍କ ପାଇଁ ସେ ଥିଲେ ସମ୍ବେଦନଶୀଳ ଓ ଶ୍ରମିକ କଲ୍ୟାଣ ଲାଗି ସେ ଅନେକ କିଛି କରି ଉତ୍ତମ ମାଲିକର ଦୃଷ୍ଟାନ୍ତ ସୃଷ୍ଟି କରିପାରିଛନ୍ତି।
ପ୍ରାଚୀନ ଇଂଲଣ୍ଡର ଏକ କାହାଣୀ, ଯାହା ଇଂଲିଶ୍‌ କବି ଚାର୍ଲସ୍‌ ମ୍ୟାକେଙ୍କ କବିତା ‘ଦି ମିଲର ଅଫ୍‌ ଦି ଡି’ରେ ପ୍ରକାଶିତ। ଇଂଲଣ୍ଡର ରାଜା ହଲ୍‌ ଏକଦା ‘ଡି’ ନଦୀକୂଳରେ ଭ୍ରମଣ କରୁଥିବା ସମୟରେ ଜଣେ ଅଟାକଳ ମାଲିକର ଅନ୍ତରର ଅଭିବ୍ୟକ୍ତି ଶୁଣିପାରିଲେ। ମିଲ୍‌ର କର୍ମକ୍ଳାନ୍ତ ଜୀବନରୁ କିଛି ସମୟ ଅବ୍ୟାହତି ନେଇ ଡି ନଦୀକୂଳରେ ପଦଚାରଣ କରିବା ଅବସରରେ ମୁକ୍ତକଣ୍ଠରେ ଗୀତ ଗାଉଥାଏ। ତା’ ଗୀତର ସାରାଂଶ ହେଲା ଯେ ଦୁନିଆରେ ସେ କାହାଠାରୁ କିଛି ଧାର କରିନାହିଁ, ଯାହା ସେ ଶୁଝିପାରିବ ନାହିଁ। ସେ କେବଳ ଡି ନଦୀଠାରେ ଋଣୀ, ଯାହାର ଜଳଦାନରେ ତା’ର ମିଲ୍‌ ଚାଲେ ଓ ସେ ତା’ର ତିନିପିଲା ଏବଂ ସ୍ତ୍ରୀକୁ ନେଇ ସୁଖରେ ଜୀବନଯାପନ କରେ। ସେ କହେ, ‘ମୁଁ କାହାକୁ କେବେ ଈର୍ଷା କରେନାହିଁ; କିମ୍ବା ମୋତେ କେହି ଈର୍ଷା କରନ୍ତି ନାହିଁ।’ ଏ କଥା ଶୁଣି ରାଜା ହଲ୍‌ କହିଲେ, ଏ କଥା କୁହନାହିଁ ବନ୍ଧୁ! କାରଣ ଇଂଲଣ୍ଡର ରାଜା ହୋଇ ମଧ୍ୟ ମୁଁ ତୁମ ସୁଖମୟ ଜୀବନଯାପନକୁ ଈର୍ଷା କରୁଛି। କାରଣ ମୁଁ ତୁମ ପରି ସୁଖୀ ନୁହେଁ। ମନେହେଉଛି ବନ୍ଧୁ ! ତୁମ ସହ ମୁଁ ସ୍ଥାନ ପରିବର୍ତ୍ତନ କରନ୍ତି ଅର୍ଥାତ୍‌ ତୁମକୁ ଇଂଲଣ୍ଡର ରାଜପଦରେ ଅଭିଷିକ୍ତ କରି ତୁମ କଳର ମାଲିକ ହୋଇ ତାକୁ ଚଳାନ୍ତି। ବାସ୍ତବରେ କଠିନ ପରିଶ୍ରମ କରି ସ୍ବଳ୍ପ ରୋଜଗାର କରୁଥିଲେ ମଧ୍ୟ ତୁମେ ବହୁତ ସୁଖୀ। ତୁମ ପରି ଲୋକମାନେ ଇଂଲଣ୍ଡର ଗର୍ବ ଓ ଗୌରବ। ଏପରି ଦରଦୀ ଜନନାୟକ ବାସ୍ତବରେ ବିରଳ।
ଆଉ ଜଣେ ଦରଦୀ ଜନନାୟକ ହେଉଛନ୍ତି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। କାରରେ ଏକ ସରକାରୀ କାର୍ଯ୍ୟକ୍ରମ ପାଇଁ ଯାଉଥିବା ଅବସରରେ ରାଜଧାନୀ ଉପକଣ୍ଠ ରାଜରାସ୍ତା ପାର୍ଶ୍ୱରେ ଥିବା ପୁଷ୍ପ ଉଦ୍ୟାନରେ ଗଭୀର ମନୋନିବେଶ କରି ମାଳିଟି କାର୍ଯ୍ୟରତ ଥିଲା। ପ୍ରଧାନମନ୍ତ୍ରୀ ଡ୍ରାଇଭରକୁ ଗାଡ଼ି ରଖିବାକୁ କହି ମାଳିର କାର୍ଯ୍ୟଧାରାକୁ କିଛି ସମୟ ନିରୀକ୍ଷଣ କଲେ। ମାଳିଟିର କର୍ତ୍ତବ୍ୟପରାୟଣତା, ଦାୟିତ୍ୱବୋଧ ଓ ସର୍ବୋପରି ତାର କର୍ମକୁଶଳତାକୁ ଲକ୍ଷ୍ୟକରି ଅତ୍ୟନ୍ତ ପ୍ରସନ୍ନ ହେଲେ। ପ୍ରଧାନମନ୍ତ୍ରୀ ଆବେ ଗାଡ଼ିରୁ ଓହ୍ଲାଇ ଉଦ୍ୟାନ ମଧ୍ୟରେ ପ୍ରବେଶ କଲେ ଓ ମାଳିର ପଛପଟୁ ତା’ କାନ୍ଧରେ ହାତ ରଖି କହିଲେ, ‘ଦୀର୍ଘ ସମୟ ଧରି କାର୍ଯ୍ୟକରି ତୁମେ କ୍ଳାନ୍ତ ହୋଇପଡ଼ିଲଣି। ଆଜି ପାଇଁ ତୁମକୁ ଛୁଟି ଦିଆଗଲା। ଏବେ ତୁମେ ଘରକୁ ଯାଇ ଆରାମ କର।’ ପ୍ରଧାନମନ୍ତ୍ରୀଙ୍କୁ କେବେ ଦେଖି ନ ଥିବା ମାଳିଟି ଆଗନ୍ତୁକଙ୍କୁ ଚାହିଁଲା ଓ କହିଲା, ତୁମେ କିଏ ମୁଁ ତ ଜାଣେନା! ଯଦି ସ୍ବୟଂ ପ୍ରଧାନମନ୍ତ୍ରୀ ମୋତେ କାମ ବନ୍ଦକରି ଯିବାକୁ କହନ୍ତି ତେବେ ମଧ୍ୟ ମୁଁ ଯିବିନାହିଁ। କାରଣ ଆଜିର କାମ ଆଜି ଶେଷ ନ କଲେ, କାଲିକୁ ଏହା ଦ୍ୱିଗୁଣିତ ହେବ ଏବଂ କାଲି ମୋତେ ଆଜି ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବରଂ ମୋତେ ଉପଦେଶ ନ ଦେଇ ତୁମେ ତୁମ ବାଟରେ ଯାଅ ଓ ମୋତେ ମୋ କାମ କରିବାକୁ ଦିଅ। ଜଣେ କର୍ତ୍ତବ୍ୟରେ ଥିବା ବ୍ୟକ୍ତିର କାର୍ଯ୍ୟରେ ଅନ୍ତରାୟ ଘଟାଇ ତୁମେ ଦେଶର କି ମଙ୍ଗଳ କରିବାକୁ ଚାହଁ? ପରେ ପ୍ରଧାନମନ୍ତ୍ରୀ ନିଜର ପରିଚୟ ଦେଲାପରେ ବିଚରା ମାଳିଟି ଅପରାଧ ବୋଧରେ କାନ୍ଦି ପକାଇଲା। କିନ୍ତୁ ପ୍ରଧାନମନ୍ତ୍ରୀ ତାକୁ ଆଲିଙ୍ଗନ କରି ଆଶ୍ୱାସନାଭରା କଣ୍ଠରେ କହିଲେ, ବାସ୍ତବରେ ମୁଁ ନୁହେଁ ତୁମ ପରି ଲୋକଙ୍କ ଯୋଗୁ ଜାପାନ ଆଜି ସମୃଦ୍ଧ ହୋଇଛି। ତୁମେ ଦେଶର ଗର୍ବ ଆଉ ଗୌରବ।
ଜଣେ ଉପଭୋକ୍ତାକୁ ନୁହେଁ ବରଂ ନିର୍ମାତାକୁ ସମସ୍ତ ଶ୍ରେୟ ମିଳିବା ଆବଶ୍ୟକ। ହେନେରୀ ଫୋର୍ଡ ହୁଅନ୍ତୁ କି ରାଜା ହଲ୍‌ କିମ୍ବା ସିଞ୍ଜୋ ଆବେ ହୁଅନ୍ତୁ ଜଣେ ଜଣେ ଦରଦୀ ମଣିଷର ଉଦାହରଣ। ସେହିପରି କାରଖାନାର ଶ୍ରମିକ ହୁଅନ୍ତୁ କିମ୍ବ ମିଲ୍‌ ଚାଳକ ଅବା ଜାପାନର ମାଳି ଜଣେ ଜଣେ ନିଷ୍ଠାପର କର୍ତ୍ତବ୍ୟପରାୟଣ ବ୍ୟକ୍ତିତ୍ୱର ଉଦାହରଣ, ଯେଉଁମାନଙ୍କର ନିଷ୍ଠାପର ଶ୍ରମ ଦାନରେ ଦେଶର ବିକାଶ ସମ୍ଭବ।

  • ବୈକୁଣ୍ଠନାଥ ମିଶ୍ର
    ସିଦ୍ଧଳ, ଜଗତ୍‌ସିଂହପୁର
    ମୋ: ୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?