Posted inଖେଳ

‘୨୦୧୬ ଆଇପିଏଲ୍‌ ଫାଇନାଲ ଆଜି ବି ବାଧୁଛି’

ଅହମ୍ମଦାବାଦ,୭।୨: ଆଇପିଏଲରେ ୨୦୭ ମ୍ୟାଚ୍‌ରେ ଅନେକ ସଫଳତା ବିଫଳତା ଦେଖିଥିବା ବିରାଟ କୋହଲିଙ୍କୁ ୨୦୧୬ ସିଜନ ଫାଇନାଲରେ ମିଳିଥିବା ପରାଜୟ ଆଜି ବି ବାଧୁଛି। ପୂର୍ବରୁ ଦୁଇ ଥର (୨୦୦୯ ଓ ୨୦୧୧) ଫାଇନାଲରେ ପହଞ୍ଚିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସାମ୍ନାରେ ଥିଲା ସନରାଇଜର୍ସ ହାଇଦ୍ରାବାଦ। ଘରୋଇ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ହାଇଦ୍ରାବାଦ ପକ୍ଷରୁ ଧାର୍ଯ୍ୟ ୨୦୯ ରନ୍‌ର ବିଜୟଲକ୍ଷ୍ୟ ନେଇ ଓହ୍ଲାଇଥିଲା ଆର୍‌ସିବି ୧୦ ଓଭରରେ ବିନା କ୍ଷତିରେ ୧୧୪ ରନ୍‌ କରିଥିଲା। ଏହାସତ୍ତ୍ୱେ ବାଙ୍ଗାଲୋର ଅଲଆଉଟ୍‌ ହୋଇଯାଇଥିଲା ୨୦୦ ରନ୍‌ରେ।

“ସେହି ମ୍ୟାଚ୍‌ର ଭାଗ୍ୟ ପୂର୍ବରୁ ଲେଖାଯାଇଥିବା ଭଳି ଅନୁଭବ ହୁଏ। ଫାଇନାଲ ବାଙ୍ଗାଲୋରରେ ଖେଳାଯାଇଥିଲା। ପୂରା ସିଜନରେ ଆମେ ଯେଉଁଭଳି ଖେଳିଥିଲୁ, ପରାଜୟ ହଜମ କରିବା ସହଜ ନୁହେଁ। ଏହା ଆମ ଦିନ ନ ଥିଲା ବୋଲି ମୁଁ କହିପାରିବି ନାହିଁ। ସେହି ଗୋଟିଏ ମ୍ୟାଚ୍‌, ମୋତେ ବାଧିଲା ଭଳି ଅନୁଭବ ହୁଏ। ଆମେ ପାଖରେ ଆଇପିଏଲ ଟ୍ରଫି ଜିତିବାର ସୁବର୍ଣ୍ଣ ସୁଯୋଗ ଥିଲା। ମାତ୍ର ପ୍ରତିପକ୍ଷ ଦଳର ଖେଳାଳିମାନେ ସେହି ଦିନ ଆମଠାରୁ ଭଲ ପ୍ରଦର୍ଶନ କରିଥିଲେ। ନିର୍ଣ୍ଣାୟକ ମୁହୂର୍ତ୍ତରେ ମ୍ୟାଚ୍‌ ସେମାନଙ୍କ ହାତକୁ ଚାଲି ଯାଇଥିଲା। ଏହି ମ୍ୟାଚ୍‌ ପାଇଁ ଲୋକେଶ ରାହୁଲ ମଧ୍ୟ ଦୁଃଖିତ। ସେହି ସିଜନ ପରେ ତାଙ୍କ କ୍ୟାରିୟର ବଦଳି ଯାଇଥିବା ସେ ସ୍ବୀକାର କରନ୍ତି” ବୋଲି କୋହଲି ଆର୍‌ସିବି ପୋଷ୍ଟକାଷ୍ଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଟି ବଜାଇବାରେ କିଏ ଆଗରେ ଧୋନୀ ନା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୮।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ସେ ପୁଣି କେବେ ପଡିଆକୁ ଫେରିବେ...

ଷ୍ଟିରିଆନ୍‌ ଗ୍ରାଁ ପ୍ରି: ହାମିଲଟନ୍‌ଙ୍କୁ ପୋଲ୍‌ ପୋଜିଶନ

ଷ୍ଟିରିଆ,୧୨।୭: ଅଷ୍ଟ୍ରିଆର ଷ୍ଟିରିଆରେ ଚାଲିଥିବା ବର୍ଷା ବାଧାପ୍ରାପ୍ତ ଫର୍ମୁଲା-୧ ରେସ୍‌ରେ ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଏଥି ସହିତ ମର୍ସିଡିଜ୍‌...

ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ନିରାଶ ହେଲା ଭାରତ

ଭୁବନେଶ୍ୱର,୫।୧୨: ଜୁନିୟର ହକି ବିଶ୍ୱକପରେ ଗତ ସଂସ୍କରଣର ଚାମ୍ପିୟନ ଭାରତ ଏଥର ୪ର୍ଥ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ...

ଭାରତୀୟ ଦଳକୁ ବଡ଼ ଝଟ୍‌କା

ଭାରତୀୟ ଦଳକୁ ବଡ଼ ଝଟକା ବର୍ମିଂହାମ,୧ା୭(ପିଟି)- ଚଳିତ ବିଶ୍ୱକପ୍‌ରେ ପ୍ରଥମ ପରାଜୟବରଣ କରିଥିବା ଭାରତୀୟ ଦଳକୁ ସୋମବାର ବଡ଼ ଝଟକା ଲାଗିଛି। ଆହତ ସମସ୍ୟା ଯୋଗୁ...

ଧୋନୀ-ରୋହିତ ପ୍ଲେ-ଅଫ୍‌ ଦୌଡ଼ରୁ ବାହାର ! ଟପ୍‌-୪ ଦୌଡ଼ରେ…

ମୁମ୍ବାଇ,୫।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)୨୦୨୨ରେ ଏଯାବତ ୪୯ ମ୍ୟାଚ୍‌ ଖେଳା ସରିଛି। ଦଳଗୁଡ଼ିକର ପ୍ରଦର୍ଶନ ଅନୁଯାୟୀ ପ୍ଲେ ଅଫ୍‌ ପାଇଁ ୮ ଦଳ ମଧ୍ୟରେ କଡ଼ା...

ଯୁବରାଜଙ୍କୁ ଦେଖି ଷ୍ଟାଡିୟମ୍‌ରେ ଡେଇଁବାକୁ ଲାଗିଲେ ଏହି ଶିଶୁ: କହିଲେ…

ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସ୍‌ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଇଣ୍ଡିଆ ୧୪ ରନ୍‌ରେ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ପରାସ୍ତକରି ଟାଇଟେଲ...

ଯୁବ ତ୍ରିରାଷ୍ଟ୍ରୀୟ ସିରିଜ୍‌: ଭାରତୀୟ ଦଳର କ୍ରମାଗତ ଦ୍ୱିତୀୟ ପରାଜୟ

ବିଲେରିକା(ଇଂଲଣ୍ଡ),୩୧।୭(ପିଟି)- ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଯୁବ ସିରିଜ୍‌ରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳକୁ ବାଂଲାଦେଶ ୨ ଉଇକେଟରେ ହରାଇ ଦେଇଛି। ଏହା ଚଳିତ ସିରିଜ୍‌ରେ...

ଗୋଟିଏ କି ଦୁଇଟି ନୁହେଁ ସ୍ବର୍ଣ୍ଣରେ ହ୍ୟାଟ୍ରିକ କଲେ ପ୍ରମୋଦ

ନୂଆଦିଲ୍ଲୀ,୭।୩: ଟୋକିଓ ପାରାଅଲିମ୍ପିକ୍ସ ଚାମ୍ପିୟନ ପ୍ରମୋଦ ଭଗତ ସ୍ପାନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାର ତିନୋଟି ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସ୍ପେନର ଭିଟୋରିଆଠାରେ ରବିବାର...

Advertisement
Archives

Model This Week