Posted inଖେଳ

ଟେଷ୍ଟ ସିରିଜ: ମହାରାଜାଙ୍କ ହ୍ୟାଟ୍ରିକ: ଦକ୍ଷିଣ ଆଫ୍ରିକାର କ୍ଲିନ୍‌ ସୁଇପ୍‌

ଗ୍ରସ୍‌ ଆଇଲେଟ (ସେଣ୍ଟ ଲୁସିଆ) ୨୨ା୬: ସ୍ଥାନୀୟ ଡାରେନ ସାମି ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଘରୋଇ ଓ୍ବେଷ୍ଟଇଣ୍ଡିଜକୁ ୧୫୮ ରନରେ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜ ହ୍ୟାଟ୍ରିକ ଉଇକେଟ ନେବା ସହ ମୋଟ ୫ ଉଇକେଟ ହାସଲ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ପ୍ରଥମ ଟେଷ୍ଟରେ ମଧ୍ୟ ଦକ୍ଷିଣ ଆଫ୍ରିକା ଏକ ଇନିଂସ ଓ ୬୩ ରନରେ ବିଜୟ ହାସଲ କରିଥିଲା। ଏଥିସହ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ କ୍ଲିନ ସୁଇପ୍‌ କରିଛି। ଦକ୍ଷିଣ ଆଫ୍ରିକା ପେସ୍‌ ବୋଲର କାଗିସୋ ରାବାଡା ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। କ୍ୱିଣ୍ଟନ ଡି’କକ୍‌ ପ୍ଲେୟର ଅଫ୍‌ ଦି ସିରିଜ ହୋଇଛନ୍ତି।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ୨୯୮ ରନକରି ଅଲ୍‌ଆଉଟ ହୋଇଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ଆରମ୍ଭ କରି ୫୪ ଓଭରରେ ୧୪୯ ରନକରି ଅଲ୍‌ଆଉଟ ହୋଇଥିଲା ଓ ଦକ୍ଷିଣ ଆଫ୍ରିକା ୧୪୯ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୫୩ ଓଭରରେ ୧୭୪ ରନରେ ତୃତୀୟ ଦିବସରେ ଅଲ୍‌ଆଉଟ ହୋଇଥିଲା। ଫଳରେ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୩୨୪ ରନର ଟାର୍ଗେଟ୍‌ ଧାର୍ଯ୍ୟ ହୋଇଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ ଆରମ୍ଭ କରି ସୋମବାର ଚତୁର୍ଥ ଦିବସରେ ୫୮.୩ ଓଭରରେ ୧୬୫ ରନକରି ଅଲଆଉଟ ହୋଇ ପରାଜୟ ବରଣ କରିଛି। ଦଳ ତରଫରୁ କିରନ ପାଓ୍ବେଲ ସର୍ବାଧିକ ୫୧ ରନ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ବୋଲିଂରେ ମହାରାଜ ୫, କାଗିସୋ ରାବାଡ଼ା ୩, ଲୁନ୍‌ଗି ଏନ୍‌ଗିଡି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ତରଫରୁ ରାସି ଭାନ ଡର ଡୁସେନ ସର୍ବାଧିକ ଅପରାଜିତ ୭୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ କେମର ରୋଚ୍‌ ସର୍ବାଧିକ ୪, କାଏଲ ମେୟର୍ସ ୩ ଉଇକେଟ ଅକ୍ତିଆର କରିଥିଲେ। ତୃତୀୟ ଦିବସର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୫/୦ରୁ ଓ୍ବେଷ୍ଟଇଣ୍ଡିଜ ଖେଳ ଆରମ୍ଭ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୧୧୨.୪ ଓଭରରେ ୨୯୮।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ- ୫୪ ଓଭରରେ ୧୪୯।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ- ୫୩ ଓଭରରେ ୧୭୪
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ- ୫୮.୩ ଓଭରରେ ୧୬୫ ଅଲଆଉଟ
(ପାଓ୍ବେଲ- ୫୧, ମହାରାଜ- ୫/୩୬, ରାବାଡା- ୩/୪୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଅବସରକୁ ନେଇ କରିଥିବା ଟୁଇଟ୍‌ କାହିଁକି ହଟାଇଥିଲେ ସାକ୍ଷୀ

ଅନେକ ଦିନ ହେବ କ୍ରିକେଟରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଚାଲିଛି। କିଛିଦିନ ତଳେ ସୋସିଆଲ ମିଡିଆରେ #Dhoniretires ଟ୍ରେଣ୍ଡ୍‌...

୧୪ ରନ୍‌ରେ ୮ ଉଇକେଟ୍‌ ହରାଇଥିଲା ଏହି ଦଳ, ୮ ନମ୍ବର ବ୍ୟାଟ୍ସମ୍ୟାନ୍‌ ବଦଳାଇଦେଲେ ମ୍ୟାଚ୍‌ର ରୂପରେଖ

ନୂଆଦିଲ୍ଲୀ,୨୬।୭: ଏକ ରୋମାଞ୍ଚକର ଟି -୨୦ ମ୍ୟାଚରେ ବେଲଜିୟମ ଅଷ୍ଟ୍ରିଆକୁ ୧୨ ରନରେ ପରାସ୍ତ କରିଛି। ବେଲଜିୟମ ଏକ ସମୟରେ ୧୪ ରନ ପାଇଁ ୮...

ଚାଓ୍ବଲାଙ୍କ ଆବେଦନକୁ ୟୁରୋପିଆନ କୋର୍ଟଙ୍କ ପ୍ରତ୍ୟାଖ୍ୟାନ

ଲଣ୍ଡନ, ୭ା୨ (ପି.ଟି.)-ୟୁରୋପିଆନ କୋର୍ଟ ଅଫ୍‌ ହ୍ୟୁମ୍ୟାନ ରାଇଟ୍ସ (ଇସିଏଚ୍‌ଆର୍‌)ଅଭିଯୁକ୍ତ ବୁକି ସଞ୍ଜୀବ ଚାଓ୍ବଲାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମ୍ୟାଚ୍‌ ଫିକ୍ସିଂ ମାମଲାରେ ଅଭିଯୁକ୍ତ ଚାଓ୍ବଲାଙ୍କୁ...

କାହିଁକି ଅଲୋଡ଼ା ରହିଲେ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ

ଚେନ୍ନାଇ, ୧୯।୨ : ଆଇପିଏଲର ୧୪ତମ ସଂସ୍କରଣ ଲାଗି ଶେଷ ହୋଇସାରିଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା। ୫୭ ଖେଳାଳିଙ୍କୁ ଆଇପିଏଲ କଣ୍ଟ୍ରାକ୍ଟ ମିଳିଥିଲାବେଳେ ଅଲୋଡ଼ା ହୋଇଯାଇଥିଲେ...

କ୍ୟାମେରାରେ ଦେଖିହେବ ଖେଳାଳିଙ୍କ ହୃଦ୍‌ସ୍ପନ୍ଦନ

ଟୋକିଓ,୧୯ା୭(ପି.ଟି.)-ଟୋକିଓ ଅଲିମ୍ପିକ୍ସ ତୀରନ୍ଦାଜୀ ପ୍ରତିଯୋଗିତାର ନକ୍‌ଆଉଟ ପର୍ଯ୍ୟାୟରେ ଦର୍ଶକମାନେ କ୍ୟାମେରା ଜରିଆରେ ତୀରନ୍ଦାଜମାନଙ୍କ ମାନସିକ ଚାପ ଓ ହୃଦ୍‌ସ୍ପନ୍ଦନର ମାପ ଦେଖିବାକୁ ପାଇବେ। ବିଶ୍ୱ ତୀରନ୍ଦାଜୀ...

ଜାଡେଜାଙ୍କ ପାଇଁ ଖୁସି ଖବର

ଦୁବାଇ,୨୩।୬: ଭାରତୀୟ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ ବୁଧବାର ମିଳିଛି ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର ମାନ୍ୟତା। ପୂର୍ବରୁ ଏହି ତାଲିକାରେ ଶୀର୍ଷରେ ଥିଲେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ...

ଓପନିଂ କରିବା ମୋତେ ସୁହାଉଛି: ରୋହିତ

ବିଶାଖାପାଟଣା,୩।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଅପରାଜିତ ଶତକ ହାସଲ କରିବା ପରେ ଭାରତୀୟ ଓପନର ରୋହିତ ଶର୍ମା ବେଶ୍‌ ଆସ୍ବସ୍ତି ଲାଭ କରିଥିବେ।...

୧୯ବର୍ଷରୁ କମ୍‌ କ୍ରିକେଟ: ଦିବ୍ୟାଂଶଙ୍କ ସ୍ଥାନରେ ସିଦ୍ଧେଶ

ନୂଆଦିଲ୍ଲୀ, ୧୦ା୧(ପି.ଟି.)- ଆଘାତପ୍ରାପ୍ତ ହୋଇଥିବାରୁ ଭାରତର ୧୯ ବର୍ଷରୁ କମ୍‌ ଅଲରାଉଣ୍ଡର ଦିବ୍ୟାଂଶ ଯୋଶୀ ଆସନ୍ତା ବିଶ୍ୱକପ୍‌ରେ ଖେଳିପାରିବେ ନାହିଁ। ଦକ୍ଷିଣ ଆଫ୍ରିକାରେ ଦ୍ୱିପାକ୍ଷିକ ଦିନିକିଆ...

Advertisement
Archives

Model This Week