Posted inଜାତୀୟ

ସୋସିଆଲ ମିଡ଼ିଆ ଯୋଗୁ ବଢୁଛି ଆତଙ୍କବାଦୀ କାର୍ଯ୍ୟକଳାପ…

ନୂଆଦିଲ୍ଲୀ,୧୩।୧୨ : କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ଯେ ଦେଶରେ ସୋସିଆଲ ମିଡିଆ ମାଧ୍ୟମରେ ଆତଙ୍କବାଦ ବିସ୍ତାର କରିବାର ବିପଦ ବର୍ତ୍ତମାନ ବହୁତ ଅଧିକ। ଯାହା ଭାରତର ଏକତା ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି। ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଯେ ସୋସିଆଲ ମିଡିଆ ଜରିଆରେ ବିଦେଶରୁ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରାଯାଉଛି।

ସରକାରଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ସୋମବାର ସରକାର ପାକିସ୍ତାନ ଭିତ୍ତିକ ଓଟିଟି ପ୍ଲାଟଫର୍ମର ୱେବସାଇଟ, ଦୁଇଟି ମୋବାଇଲ ଆପ, ଚାରିଟି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ସ୍ମାର୍ଟ ଟିଭି ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାର କହିଛନ୍ତି ଯେ ଏହି ପ୍ଲାଟଫର୍ମ ଦ୍ୱାରା ପ୍ରଦର୍ଶିତ ଏକ ୱେବ ସିରିଜ ଭାରତର ଜାତୀୟ ସୁରକ୍ଷା ଏବଂ ଅଖଣ୍ଡତାକୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି ଯେ ୱିଡଲି ଟିଭି ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ‘ସେବକ: ଦି କନଫରେନ୍ସ’ ନାମକ ଏକ ୱେବ ସିରିଜ ପ୍ରକାଶ କରିଛି ଯାହା ଭାରତର ଜାତୀୟ ସୁରକ୍ଷା, ସାବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି କ୍ଷତିକାରକ ବୋଲି ଜଣାପଡିଛି। ମନ୍ତ୍ରଣାଳୟ କହିଛି ଯେ ଏହି ୱେବ ସିରିଜର ତିନୋଟି ଏପିସୋଡ ଏପର୍ଯ୍ୟନ୍ତ ରିଲିଜ ହୋଇଛି।

ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ଟୁଇଟ କରି କହିଛନ୍ତି ଯେ ସମ୍ପୂର୍ଣ୍ଣ ମିଥ୍ୟା ୱେବ ସିରିଜ ସେବକର ମୂଲ୍ୟାଙ୍କନ ପରେ ପାକିସ୍ତାନ ଭିତ୍ତିକ ୱିଡଲି ଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୱେବ ସିରିଜରେ ଅପରେଶନ ବ୍ଲୁ ଷ୍ଟାର ଏବଂ ଏହାର ପରବର୍ତ୍ତୀ ଘଟଣା, ଅଯୋଧ୍ୟାରେ ବାବ୍ରି ମସଜିଦ ଭାଙ୍ଗିବା, ଗ୍ରାହାମ ଷ୍ଟେନସ ନାମକ ଜଣେ ଖ୍ରୀଷ୍ଟିଆନ ମିଶନାରୀଙ୍କ ହତ୍ୟା ଏବଂ ମାଲେଗାଓଁ ବିସ୍ଫୋରଣ ଭଳି  ଘଟଣାଗୁଡ଼ିକର ଜାତୀୟ ବିରୋଧୀ ଚିତ୍ର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାର ସାବରିମାଲା ଓ ରାଫାଲର ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ,୧୩।୧୧: ସୁପ୍ରିମ୍‌କୋର୍ଟ ଗୁରୁବାର ସାବରିମାଲା ଓ ରାଫାଲର ଚୂଡ଼ାନ୍ତ ରାୟ ଦେବେ। ଏହି ଦୁଇ ମାମଲାର ପୁନର୍ବିଚାର ପାଇଁ ଆବେଦନ ଦାଖଲ କରାଯାଇଥିଲା। ପ୍ରଧାନ ବିଚାରପତି...

ଦିନକୁ ଦିନ କମୁଛି ଟିକାଦାନ ସଂଖ୍ୟା: ଗତ ୭ ଦିନରେ ଦିଆଯାଇଛି ୭୮ ଲକ୍ଷ ଡୋଜ୍‌…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଭାକ୍ସିନ୍‌ ଅଭାବକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କରୋନା ଦେଶରେ ତାଣ୍ଡବ ରଚିଥିବାବେଳେ ଲଗାତାର...

ଜାନୁୟାରୀ ୧୮ରୁ ରାଜଧାନୀରେ ଖୋଲିବ ସ୍କୁଲ: ଉପସ୍ଥାନ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୮ଠାରୁ ରାଜଧାନୀ ଦିଲ୍ଲୀରେ ସ୍କୁଲ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର...

ଦୀପାବଳିରେ ବାଣ ନ ଫୁଟାଇବାକୁ ଶପଥ ନେଲେ ଶିକ୍ଷାର୍ଥୀ

ବାରାଣସୀ,୨୫।୧୦: ଆଲୋକର ପର୍ବ ଦୀପାବଳିକୁ ଆଉ ମାତ୍ର ଗୋଟିଏ ଦିନ ବାକିଥିବା ବେଳେ ଲୋକେ ବାଣ ଫୁଟାଇବାକୁ ଏବେଠାରୁ ପ୍ରସ୍ତୁତ ହୋଇ ରହି ସାରିଲେଣି। ହେଲେ...

ପରାଜୟ ହଜମ କରିପାରିଲେ ନାହିଁ ପୂର୍ବତନ ସରପଞ୍ଚ : ଗାଁ ରୋଡ୍‌ ଖୋଳିଦେଲେ

କାନପୁର, ୯ା୫ : ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସମ୍ନାକୁ ଆସିଛି ଏକ କୌତୁହଳପୂର୍ଣ୍ଣ ଘଟଣା। ଜଣେ ପୂର୍ବତନ ସରପଞ୍ଚ...

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଶହୀଦ୍‌…

ଶ୍ରୀନଗର, ୨୯।୧ : ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ସ୍ଥାନୀୟ ହାସନପୋରା ବିଜ୍‌ବେହାରା ଅଞ୍ଚଳରେ ହୋଇଥିବା ଏହି ଆକ୍ରମଣରେ ପୋଲିସ...

ନିର୍ବାଚନ ମଇଦାନରେ ଷ୍ଟାର ପ୍ରଚାରକ

ହରିୟାଣା/ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶନିବାର ଥିଲା ଶେଷ ପ୍ରଚାର। ଭୋଟରଙ୍କୁ ପ୍ରଭାବିତ କରିବାକୁ ଶନିବାର ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା...

ଭୟୁ ମହାରାଜ ଆତ୍ମହତ୍ୟା ମାମଲା: ଦୋଷୀଙ୍କୁ ୬ ବର୍ଷ ଜେଲ

ଇନ୍ଦୋର,୨୮ ।୧: ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ରାଷ୍ଟ୍ର ସନ୍ଥ ଭୟୁ ମହାରାଜଙ୍କ ଆତ୍ମହତ୍ୟା ମାମଲାରେ ଇନ୍ଦୋର କୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି । କୋର୍ଟ ମୁଖ୍ୟ...

Advertisement
Archives

Model This Week