ଆତଙ୍କବାଦ-ଆର୍ଥିକ ସଙ୍କଟ ଯୋଗୁ ଇମ୍ରାନଙ୍କ ପ୍ରତି ଜନ ସମର୍ଥନ ବଢ଼ିଲା…

ଇସଲାମାବାଦ,୧୮।୨ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ସରକାରଙ୍କ ସଙ୍କଟକୁ ବୃଦ୍ଧି କରିଛନ୍ତି। ଏକ ସମୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରୁ ଅନୁମୋଦିତ ଋଣ ରାଶି ପାଇବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆସନ୍ତା ବୁଧବାର ଠାରୁ ଜେଲ ଭରୋ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। କରାଚିରେ ପୋଲିସ କାର୍ଯ୍ୟାଳୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେବା ପରେ ଖାନ ଏହି କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।

ଇମ୍ରାନ କହିଛନ୍ତି ଯେ ତାଙ୍କ ଦଳର ତେହେରିକ-ଇ-ଇନସାଫ (ପିଟିଆଇ) ର ନେତାମାନେ ହଇରାଣ ହେଉଛନ୍ତି। ମିଥ୍ୟା ମାମଲାରେ ଜଡିତ କରି ସେମାନଙ୍କୁ ଜେଲରେ ରଖାଯାଉଛି। ସେଥିପାଇଁ ବର୍ତ୍ତମାନ ତାଙ୍କ ଦଳ ଜେଲ ପୂରଣ ପାଇଁ ଏକ ଅଭିଯାନ ଆରମ୍ଭ କରିବେ। ସେ କହିଛନ୍ତି, ଆମେ ଜେଲଗୁଡିକୁ ଏତେ ପରିମାଣରେ ପୂରଣ କରିବୁ ଯେ ଅଧିକାରୀଙ୍କ ପାଖରେ ଆଉ ସ୍ଥାନ ମଧ୍ୟ ରହିବ ନାହିଁ।

ଭିଡିଓ ଲିଙ୍କ ମାଧ୍ୟମରେ ଏକ ରାଲିକୁ ସମ୍ବୋଧିତ କରି ଖାନ ଚେତାବନୀ ଦେଇଛନ୍ତି ଯେ ଶାହବାଜ ସରିଫ ସରକାର ତାଙ୍କର ଦମନ ନୀତି ପାଇଁ ଦଣ୍ଡିତ ହେବେ। ଦଳ ସାରା ଦେଶରେ ଏକ ଜେଲ ଭରୋ ଆନ୍ଦୋଳନ ଆରମ୍ଭ କରିବ ।

ନିକଟରେ ଅନେକ ପିଟିଆଇ ନେତାଙ୍କ ବିରୋଧରେ ବିଦ୍ରୋହ ମାମଲା ଦାୟର କରାଯାଇଛି। ସେମାନଙ୍କର ଅନେକ ନେତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ନେତାଙ୍କ ମଧ୍ୟରେ ଫୱାଦ ଚୌଧୁରୀ, ଆଜମ ସ୍ବାତୀ ଏବଂ ଶେହବାଜ ଗିଲ ଅଛନ୍ତି। ଇମ୍ରାନ ସକହିଛନ୍ତି ଆମକୁ ଜେଲ ପଠାଇବାକୁ ଧମକ ଦେଇ ସରକାର ଆମକୁ ଦାସ କରିବାକୁ ଚାହୁଁଛନ୍ତି।

ଦେଶରେ ବୃଦ୍ଧି ପାଉଥିବା ଆତଙ୍କବାଦ ଏବଂ ଆର୍ଥିକ ସଙ୍କଟ ଯୋଗୁ ଇମ୍ରାନଙ୍କ ପ୍ରତି ଜନ ସମର୍ଥନ ବଢ଼ିବାରେ ଲାଗିଛି। ଏହାକୁ ନେଇ ଶାହବାଜଙ୍କ ସରକାରଙ୍କ ଚିନ୍ତା ବଢୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri