Posted inଜାତୀୟ

ଜୟଶଙ୍କର-ଜର୍ଜ ସୋରୋସ ମୁହାଁମୁହିଁ: ନିଜ ପସନ୍ଦର ପ୍ରାର୍ଥୀ ଜିତିଲେ ନିର୍ବାଚନ ଠିକ…

ନୂଆଦିଲ୍ଲୀ,୧୮।୨ : ଆଦାନୀ-ହିିଣ୍ଡନବର୍ଗ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟ ଦେବା ପରଠାରୁ ବିଲିୟନେୟାର ନିବେଶକ ଜର୍ଜ ସୋରୋସ ଖବରରେ ଅଛନ୍ତି। ଭାରତୀୟ ଗଣତନ୍ତ୍ର ବିଷୟରେ ସୋରୋସଙ୍କ ମନ୍ତବ୍ୟକୁ ନେଇ ମୋଦି ସରକାରଙ୍କ ମନ୍ତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ବିରୋଧୀଦଳ ମଧ୍ୟ ସୋରେସଙ୍କୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ଭାରତର ବୈଦେଶିକ ନୀତିର ପ୍ରତ୍ୟକ୍ଷ ତଥା ସ୍ପଷ୍ଟ ଯୁକ୍ତି ସହ ଦୃଷ୍ଟି ରଖିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୋରୋସଙ୍କ ବିବୃତ୍ତି ଉପରେ ମନ୍ତବ୍ୟ ଦେଇଛନ୍ତି।

ଜୟଶଙ୍କର କହିଛନ୍ତି, ସୋରୋସ ବିଶ୍ୱାସ କରନ୍ତି ଯେ ଭାରତ ଏକ ଗଣତାନ୍ତ୍ରିକ ଦେଶ, କିନ୍ତୁ ପ୍ରଧାନମନ୍ତ୍ରୀ ଗଣତାନ୍ତ୍ରିକ ନୁହଁନ୍ତି। କିଛି ସମୟ ପୂର୍ବରୁ ସେ ଆମ ବିରୋଧରେ କୋଟି କୋଟି ମୁସଲମାନର ନାଗରିକତ୍ୱ ଛଡ଼ାଇ ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ, ଯାହା ସ୍ପଷ୍ଟ ଭାବରେ ମୁଁ କହିପାରେ। ସାରୋସ ଜଣେ ବରିଷ୍ଠ, ଧନୀ ଏବଂ ମତାମତପ୍ରାପ୍ତ ବ୍ୟକ୍ତି ଯିଏକି ନ୍ୟୁୟର୍କରେ ବସିଛନ୍ତି ଏବଂ ଭାବନ୍ତି ଯେ ସମଗ୍ର ବିଶ୍ୱ କିପରି ଚାଲିବ ତାହା ତାଙ୍କ ମତ ସ୍ଥିର କରିବା ଉଚିତ।

ମୁଁ ସୋରୋସଙ୍କୁ କେବଳ ବରିଷ୍ଠ, ଧନୀ କହି ମତାମତ ଦେବା ବନ୍ଦ କରିପାରେ। କିନ୍ତୁ ତାଙ୍କ ମତାମତ ବିପଜ୍ଜନକ। େସୋରୋସଙ୍କ ପରି ଲୋକମାନେ ଭାବନ୍ତି ଯେ ନିର୍ବାଚନ ଭଲ ଏବଂ ଠିକ ହେବ ଯେତେବେଳେ ନିଜ ପସନ୍ଦର ବ୍ୟକ୍ତି ହିଁ ଜିତନ୍ତି। କିନ୍ତୁ ଯଦି ନିର୍ବାଚନର ଫଳାଫଳ ଅନ୍ୟ କିଛି ହୁଏ, ତେବେ ସେମାନେ ସେହି ଦେଶର ଗଣତନ୍ତ୍ରକୁ ତ୍ରୁଟିପୂର୍ଣ୍ଣ ବୋଲି କହିବା ଆରମ୍ଭ କରିଦିଅନ୍ତି। ଏହା ଦ୍ୱାରା ଖୋଲା ସମାଜ ପ୍ରତି କୁଠାରଘାତ କରାଯାଇଛି।

ଆଜି ଯେତେବେଳେ ମୁଁ ଆମର ଗଣତନ୍ତ୍ରକୁ ଦେଖେ। ସେଠାରେ ଭୋଟରଙ୍କ ଅଂଶଗ୍ରହଣ ଅଧିକ ରହିଛି, ଯାହା ପୂର୍ବରୁ ଦେଖାଯାଇ ନ ଥିଲା। ନିର୍ବାଚନ ଫଳାଫଳ ନିର୍ଣ୍ଣାୟକ; ନିର୍ବାଚନ ପ୍ରକ୍ରିୟା ଯୋଗୁ ପ୍ରଶ୍ନବାଚୀ ସୃଷ୍ଟି ହୁଏ ନାହିଁ। ଆମେ ଏପରି ଦେଶ ନୁହଁ ଯେଉଁଠାରେ ନିର୍ବାଚନ ପରେ ଜଣେ ଏହାକୁ ଚ୍ୟାଲେଞ୍ଜ କରିବାକୁ କୋର୍ଟକୁ ଯାଆନ୍ତି।

ବିଲିୟନେୟାର ନିବେଶକ ଜର୍ଜ ସୋରୋସ କହିଛନ୍ତି ଯେ ଗୌତମ ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟରେ ଅଶାନ୍ତି ଏକ ଷ୍ଟକ ମାର୍କେଟ ସଙ୍କଟ ଘଟାଇଛି ଏବଂ ଏକ ନିବେଶର ସୁଯୋଗ ଭାବରେ ଭାରତ ଉପରେ ଆତ୍ମବିଶ୍ୱାସ ହ୍ରାସ କରିଛି। ଏହା ଦେଶରେ ଗଣତାନ୍ତ୍ରିକ ପାଇଁ ନୂଆ ଦ୍ୱାର ଖୋଲିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri