Posted inRasifala

ରାଶିଫଳ: ରବିବାର, ଫେବୃୟାରୀ ୧୯ ତାରିଖ – Daily Horoscope

ମେଷ
ଚନ୍ଦ୍ରଙ୍କ ସହ ବୁଧଙ୍କ ସଂଯୋଗ ପାରିବାରିକ ସ୍ଥିତିକୁ ବିଗାଡ଼ି ଦେବାର ବହୁ ସମ୍ଭାବନା ରହିଛି। କଥା ପ୍ରସଙ୍ଗରେ ପରିସ୍ଥିତିବଶତଃ ସାମାନ୍ୟ ବିତର୍କରୁ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗଁୁ ମନ ଉଦାସ ରହିପାରେ। ଅନ୍ୟମାନଙ୍କୁ ପରାମର୍ଶ ଦେଇ ପ୍ରଶଂସିତ ହେବେ। ପରିବାର କଥା ଚିନ୍ତାଜନକ ହେବ।
ବୃଷ
ବୃଷ
ଆଜି ଯାହା କଲେ ମଧ୍ୟ ଯଥାସମୟର ବହୁ ବିଳମ୍ବରେ କାର୍ଯ୍ୟ ସମ୍ପନ୍ନ ହେବ। ପିଲାମାନଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇପାରନ୍ତି। କୌଣସି ହିତୈଷୀ ବନ୍ଧୁଜଣେ ଆର୍ଥିକ ସାହାଯ୍ୟର ପ୍ରତିଶ୍ରୁତି ଦେବେ। କର୍ମକ୍ଷେତ୍ରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ବ୍ୟସ୍ତତା ଅନୁଭବ କରିବେ।
ମିଥୁନ
ମିଥୁନ
ସକାଳୁ ସକାଳୁୁ କିଛି ଖୁସି ଖବର ମନକୁ ଆହ୍ଲାଦିତ କରିବ। ଅଟକି ଯାଇଥିବା କାମ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି। ନିଜ ଲୋକମାନେ ପାରିବାରିକ ସମସ୍ୟା ସୃଷ୍ଟିର ମୂଳକାରଣ ହୋଇପାରନ୍ତି। ସଭାସମିତି, ଲେଖାପଢ଼ା, କଳା, ସାହିତ୍ୟ କ୍ଷେତ୍ର ଭଲ ରହିବ। ଦୂର ବନ୍ଧୁଙ୍କ ଆଗମନ ଆଶା ଉଜ୍ଜ୍ୱଳ।
କର୍କଟ
କର୍କଟ
ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା କାରଣରୁ କାମ ଅଟକି ରହିବ। ଆବଶ୍ୟକତା ଅନୁଯାୟୀ ସାହାଯ୍ୟଧାରା ବାଧାପ୍ରାପ୍ତ ହୋଇପାରେ। ଆଲୋଚନା ପରିସରରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
ସି˚ହ
ସି˚ହ
ଅଳ୍ପରେ କାମ ହାସଲ କରିବାକୁ ଯାଇ ବେଶୀ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ପାରିବାରିକ ଜୀବନରେ ମତଭେଦଜନିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବକେୟା ଟଙ୍କା ଆଜି ପାଇବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ।
କନ୍ୟା
ଅଭାବ ନଥିଲେ ମଧ୍ୟ କୌଣସି ଅତୀତ କଥାର ଝଲକ ମନକୁ ବିଷାଦିତ କରି ରଖିବ। ଆଶା ଅନୁରୂପ ଫଳ ପାଇବାରେ କେତେକ ସାମୟିକ ପ୍ରତିବନ୍ଧକ ଦେଖାଦେବାର ଆଶଙ୍କା ରହିଛି। ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ସତର୍କ ରହିବା ଭଲ।
ତୁଳା
ତୁଳା
ଅନ୍ୟମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାରେ ସମର୍ଥ ହେବେ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ। ସହକର୍ମୀମାନଙ୍କୁ ସୁପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଘରୋଇ କାମ କରିବା କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ବିଛା
ବିଛା
ନିଜ ଲୋକମାନଙ୍କ ବେପରୁଆ ମନୋଭାବ ଯୋଗୁଁ ସାମୟିକ ବିଚଳିତବୋଧ କରିବେ। ସଜ୍ଜନମାନଙ୍କ ସାନିଧ୍ୟ ଲାଭ କରି କର୍ମକ୍ଷେତ୍ରରେ ଉତ୍ସାହିତ ହେବେ। ଆଜିର ଯାନ୍ତ୍ରିକ ଜିନିଷ ସଜାଡ଼ିବା ପରିପ୍ରେକ୍ଷୀରେ ଖର୍ଚ୍ଚ ପରିମାଣ ଦି’ଗୁଣା ହୋଇପାରେ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିପାରେ।
ଧନୁ
ଧନୁ
ନିଜର ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଇ ପରିବାରର ଲୋକମାନଙ୍କଠାରୁ ଦୂରେଇଯିବେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଅବଶ୍ୟ କର୍ମକ୍ଷେତ୍ରରେ ହାତପାହାନ୍ତାରେ ସୁଯୋଗ ପାଇ କାମ ହାସଲ କରିବେ। ପଡୋଶୀମାନେ ସାଧାରଣ କଥାକୁ ଅତିରଞ୍ଜିତ କରି ସମସ୍ୟା ସୃଷ୍ଟି କରିବେ।
ମକର
ମକର
କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧି ପାଇବ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
କୁମ୍ଭ
କୁମ୍ଭ
ଆଜି ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପରିସ୍ଥିତିରେ ପଡ଼ି ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଅର୍ଥ ସମ୍ପର୍କୀୟ କିମ୍ବା ଜମିର ମାଲିକାନାକୁ ନେଇ ବିବାଦୀୟ ସ୍ଥିତି ଉପୁଜିପାରେ।
ମୀନମୀନ
ପରିବାର ମଧ୍ୟରେ ନିଜର ଅସନ୍ତୋଷକୁ କଡ଼ାକଥାରେ ବ୍ୟକ୍ତ କରିବା ଅଶାନ୍ତିର କାରଣ ହେବ। ପୁନଶ୍ଚ ପିଲାମାନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁଁ ଆଗେଇ ଯିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ସନ୍ତାନହେତୁକ ଚିନ୍ତା ଟଳିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୫ ତାରିଖ – Daily Horoscope

ମେଷ ଲାଭଭାବସ୍ଥ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଶୁଭକାର୍ଯ୍ୟର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ ଟଙ୍କାକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ଦେଖାଦେଇପାରେ।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୪ ତାରିଖ – Daily Horoscope

ମେଷ ଆଜି ସକାଳୁ ସକାଳୁ କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ସନ୍ତାନଙ୍କ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ରର ପରିବାରର ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସଭାସମିତିରେ ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ। ବନ୍ଧୁମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?