Posted inଜାତୀୟ

ବଡ଼ ଦାବି କଲେ ସୋନମ ୱାଙ୍ଗଚୁକ, କହିଲେ ପ୍ରଥମେ ଜେଲରେ ଭର୍ତ୍ତି କଲେ ଏବେ ଏନକାଉଣ୍ଟର….

ନୂଆଦିଲ୍ଲୀ,୨୫।୯: ଲଦାଖରେ ହୋଇଥିବା ହିଂସାକୁ ଗୁରୁବାର ଏକ ବର୍ଷ ପୂରିଛି । ଏହି ଅବସରରେ ଆନ୍ଦୋଳନକାରୀ ତଥା Leh Apex Body (LAB) ସହ ଜଡ଼ିତ ସୋନମ ୱାଙ୍ଗଚୁକ ସରକାର ବିରୋଧରେ ନିଜ ମତ ରଖିବା କାରଣରୁ ତାଙ୍କୁ ଏନକାଉଣ୍ଟର କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ସେ ଲଦାଖ ହିଂସା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି।

ଗୁରୁବାର ଲେହରେ ଆୟୋଜିତ ଏକ ସଭାରେ ୱାଙ୍ଗଚୁକ କହିଛନ୍ତି ଯେ, ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ତାଙ୍କୁ ଚେତାବନୀ ମିଳିଛି । ଯଦି ତାଙ୍କ ଉପରେ କୌଣସି ଅଘଟଣ ଘଟେ ଏବଂ ଏହା ଦେଶକୁ ଜାଗ୍ରତ କରିବାରେ ସହାୟକ ହୁଏ, ତେବେ ସେ ଏଥିପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ୱାଙ୍ଗଚୁକ କହିଛନ୍ତି, “ଲଦାଖରେ ଯାହା ଘଟିଛି, ତାହାର ଦାୟିତ୍ୱ ସ୍ବରାଷ୍ଟ୍ରମନ୍ତ୍ରୀ ନେବା ଉଚିତ। ଅମିତ ଶାହା ଇସ୍ତଫା ଦିଅନ୍ତୁ।”

୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଷଷ୍ଠ ଅନୁସୂଚୀ ଅଧୀନରେ ସୁରକ୍ଷା ଦାବି ନେଇ ହୋଇଥିବା ପ୍ରଦର୍ଶନ ହିଂସାତ୍ମକ ହୋଇଥିଲା। ପୋଲିସ ଗୁଳିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିଲେ। ୱାଙ୍ଗଚୁକ ଗତବର୍ଷର ଘଟଣା ଉପରେ ହୋଇଥିବା ନ୍ୟାୟିକ ତଦନ୍ତ ରିପୋର୍ଟକୁ ଶୀଘ୍ର ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ରିପୋର୍ଟ ପ୍ରକାଶ ନହେଲେ ପୋଲିସ ଗୁଳିକାଣ୍ଡର ତଦନ୍ତ ପାଇଁ ସ୍ୱାଧୀନ ‘ଜନ ନ୍ୟାୟାଧିକରଣ’ ଗଠନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେ ସୁରକ୍ଷାକର୍ମୀମାନେ ପ୍ରଦର୍ଶନକାରୀଙ୍କ ବିରୋଧରେ AK-47 ସମେତ ସ୍ୱୟଂଚାଳିତ ଅସ୍ତ୍ର ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି।

ହିଂସାର ପ୍ରଥମ ବର୍ଷପୂର୍ତ୍ତିରେ ଲେହ ଓ କାରଗିଲ ସମେତ ଲଦାଖର ବିଭିନ୍ନ ଅଞ୍ଚଳରେ ବନ୍ଦ ପାଳନ କରାଯାଇଥିଲା। ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବାବେଳେ ରାସ୍ତାରେ ଯାନବାହନ ଚଳାଚଳ ମଧ୍ୟ କମ୍ ରହିଥିଲା। ଏହା ପୂର୍ବରୁ ୱାଙ୍ଗଚୁକ ଲେହରେ ୨୦ କିଲୋମିଟରର ଏକ ପ୍ରତୀକାତ୍ମକ ପଦଯାତ୍ରା କରିଥିଲେ। ଲଦାଖ ପାଇଁ ରାଜ୍ୟ ମାନ୍ୟତା, ଷଷ୍ଠ ଅନୁସୂଚୀ ଅଧୀନରେ ସାମ୍ବିଧାନିକ ସୁରକ୍ଷା ଏବଂ ଗତବର୍ଷର ହିଂସାରେ ପୀଡ଼ିତଙ୍କ ପାଇଁ ନ୍ୟାୟ ଦାବି ଆନ୍ଦୋଳନର ପ୍ରମୁଖ ବିଷୟ ରହିଛି।

ଅନ୍ୟପକ୍ଷରେ, ଲଦାଖ ପୋଲିସ ୱାଙ୍ଗଚୁକଙ୍କ କିଛି ଅଭିଯୋଗକୁ ମିଥ୍ୟା, ଭିତ୍ତିହୀନ ଓ ଭ୍ରମାତ୍ମକ ବୋଲି କହିଛି। ୨୦୨୫ ହିଂସାର ମୃତକଙ୍କ ସ୍ମୃତିରେ ଆୟୋଜିତ ପ୍ରାର୍ଥନା ସଭାରେ ଯୋଗଦେବାରୁ କାହାକୁ ରୋକାଯାଇନଥିବା ପୋଲିସ କହିଛି। ଗତବର୍ଷର ହିଂସା ମାମଲାରେ ଗିରଫ/ମାମଲା ହୋଇଥିବା ୮୭ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବାକୁ ଲଦାଖ ପ୍ରଶାସନ ନିକଟରେ ଘୋଷଣା କରିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?